ଅଷ୍ଟ୍ରେଲିଆରେ ବିରୋଧ ପ୍ରଦର୍ଶନ କରୁଛନ୍ତି ପାଲେଷ୍ଟାଇନ ସମର୍ଥକ

ସିଡନୀ,୧୧।୧୦: ଇସ୍ରାଏଲ ଓ ହମାସ୍‌ ମଧ୍ୟରେ ଚାଲିଥିବା ରକ୍ତାକ୍ତ ସଂଘର୍ଷ ମଧ୍ୟରେ ଅଧିକାଂଶ ନିରୀହ ଜନତା ଶିକାର ହେଉଛନ୍ତି। ଏହି ଯୁଦ୍ଧକୁ ନେଇ ବିଶ୍ୱ ଦୁଇ ଭାଗରେ ବିଭକ୍ତ ହେବାର ଦେଖାଯାଉଛି। କିଛି ଦେଶ ଇସ୍ରାଏଲକୁ ସମର୍ଥନ କରୁଥିବାବେଳେ କିଛି ଦେଶ ପାଲେଷ୍ଟାଇନର ଆତଙ୍କବାଦୀ ଗୋଷ୍ଠୀ ହମାସକୁ ସମର୍ଥନ କରିଛନ୍ତି। ତେବେ ଏହାରି ଭିତରେ ଇସ୍ରାଏଲ ସେନା ଗାଜା ବର୍ଡରରେ ଆକ୍ରମଣକୁ ଆହୁରି ତୀବ୍ରତର କରିଛି। ଏହି ଆକ୍ରମଣରେ ଉଭୟ ପକ୍ଷରୁ ୩୦୦୦ଲୋକ ମୃତ୍ୟୁବରଣ କରିଛନ୍ତି।
ନିକଟରେ ଅଷ୍ଟ୍ରେଲିଆର ସିଡନୀରେ ପାଲେଷ୍ଟାଇନ ସମର୍ଥକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି। ତେବେ ଇହୁଦୀ ମନୋଭାବ ରଖି ବିରୋଧ ପ୍ରଦର୍ଶନ କରାଯାଉଛି ବୋଲି ଅଷ୍ଟ୍ରେଲିଆ ପୋଲିସ କହିଛି। ପୋଲିସ କହିଛି, ସିଡନୀରେ ପାଲେଷ୍ଟାଇନ ସମର୍ଥକମାନେ କରୁଥିବା ବିରୋଧ ପ୍ରଦର୍ଶନ ବେଆଇନ ଅଟେ। ଏହାକୁ ନେଇ ଅଷ୍ଟ୍ରେଲିଆ ପୋଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅଷ୍ଟ୍ରେଲିଆରେ କୌଣସି ପାଲେଷ୍ଟାଇନ ସମର୍ଥକ ଆପରାଧିକ କାର୍ଯ୍ୟକଳାପ କରୁଥିବାର ଦେଖାଗଲେ ସେମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ସୂଚନା ଜାରି କରିଛି।

Share