ପ୍ରେମରେ ଉବୁଟୁବୁ ହେଉଛନ୍ତି ସୈଫଙ୍କ ପୁଅ ଇବ୍ରାହିମ୍‌

ବମ୍ବେ: ପ୍ରେମରେ ପଡ଼ିଛନ୍ତି ଅଭିନେତା ସୈଫ ଅଲ୍ଲି ଖାଁଙ୍କ ପୁଅ ଇବ୍ରାହିମ ଅଲ୍ଲୀ ଖାଁ। ଟେଲି ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ଝିଅ ପଲକ ତିଓ୍ବାରୀଙ୍କୁ ଡେଟ୍‌ କରୁଛନ୍ତି ସେ। ସବୁବେଳେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳୁଛି। ଏନେଇ ପଚରାଯିବାରେ କିନ୍ତୁ ଦୁହେଁ ମୁହଁ ପୋତି ବନ୍ଧୁ ବୋଲି ପରିଚୟ ଦେଉଛନ୍ତି। ଏଇ ଯେମିତି ନିକଟରେ ଉଭୟଙ୍କୁ ମୁଭି ଡେଟ୍‌ରେ ଦେଖିବାକୁ ମିଳିଥିଲା। କ୍ୟାମେରା ହାବୁଡ଼ରେ ପଡ଼ିଯିବାରୁ ପଲକ ଲାଜେଇ ଲାଜେଇ ହସିଥିଲେ। ସୋସିଆଲ ମିଡିଆରେ ତାଙ୍କର ଏହି ଭିଡିଓ ଭାଇରାଲ ହେଉଛି।

କାମ ବିଷୟରେ କଥା ହେଲେ ପଲକ ଶେଷ ଥର ପାଇଁ ସଲମାନ ଖାଁଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ରେ ନଜର ଆସିଥିଲେ। ଅପରପକ୍ଷେ ଇବ୍ରାହିମ ‘ରକି ଔର ରାନୀ କି ପ୍ରେମ କାହାନୀ’ରେ ସହ ନିର୍ଦ୍ଦେଶକ ଭାବେ କାମ କରିଛନ୍ତି। ଫିଲ୍ମଟି ଏବେ ରିଲିଜ ଅପେକ୍ଷାରେ ଅଛି।

Share