ହଟ୍‌ ଲୁକ୍‌ରେ ପଲକ

ମୁମ୍ବାଇ: ଅଭିନେତ୍ରୀ ପଲକ ତିଓ୍ବାରୀ ଇନ୍‌ଷ୍ଟାଗ୍ରାମରେ ନିଜର ବୋଲ୍ଡ ଫଟୋ ଶୁଟ୍‌ର ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ସେ ଥାଇର ହାଇ ସ୍ଲିଟ ଡ୍ରେସ୍‌ ପିନ୍ଧି ପୋଜ କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ପ୍ଲକ ଏକ ସିଲଭର କଲରର ଗାଉନ ପିନ୍ଧିଛନ୍ତି। ଏହା ବ୍ୟତୀତ ସେ ମଧ୍ୟ ସେ ହାଇ ହିଲ ପିନ୍ଧିଛନ୍ତି। ଏହି ଫଟୋକୁ ବର୍ତ୍ତମାନ ସୁଦ୍ଧା ୯୨୦୦୦ରୁ ଅଧିକ ଲାଇକ ମିଳିଛି। ଘଣ୍ଟାକ ମଧ୍ୟରେ ୪୦୦ କମେଣ୍ଟ ଦେଇଛନ୍ତି ୟୁଜର। ଅନେକ ଲୋକ ଏଥିରେ ହାର୍ଟ ଏବଂ ଫାୟାର ଇମୋଜି ଦେଇଛନ୍ତି।

ଫଟୋ ଶେୟାର କରି ପଲକ କ୍ୟାପଶନ ଲେଖିଛନ୍ତି, ଏହାକୁ ଐଶ୍ୱର୍ଯ୍ୟା ଶୁଟ୍‌ କରିଛନ୍ତି। ଅନେକ ୟୁଜର ଏହା ଉପରେ ମନ୍ତବ୍ୟ ବି ଦେଇଛନ୍ତି, ତୁମେ ବହୁତ ସୁନ୍ଦର ଦେଖାଯାଉଛ, କେହି କେହି ହଟ୍‌ ଆଉ ସୁନ୍ଦର, ଆଉ କିଏ ଓ୍ବାଣ୍ଡରଫୁଲ୍‌, ଫାୟାର୍‌ ଲୁକ୍‌, ବିୟୁଟିଫୁଲ୍‌ବେବି, ବିୟୁଟି ଆଦି ଲେଖିଛନ୍ତି।

Share