କଳା, ସାହିତ୍ୟ, ସଂସ୍କୃତିକୁ ଉଦ୍‌ଜୀବିତ କରେ ପାଲା: ଗାୟକଙ୍କୁ ସମ୍ବର୍ଦ୍ଧିତ କଲେ ବିଧାୟକ

ପାଟଣା,୧ା୫(ବୀରକିଶୋର ଦାଶ: କେନ୍ଦୁଝର ଜିଲା ପାଟଣା ବ୍ଲକ ବଡ଼ପାଟଣା ପଞ୍ଚାୟତ ସ୍ବାମ ଶାସନର ୭୦ ତମ ବାଦୀପାଲା ମହୋତ୍ସବ ଉପଲକ୍ଷେ କଳା ଓ ସଂସ୍କୃତି ପାଇଁ ସମର୍ପିତ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆୟୋଜିତ ସମ୍ବର୍ଦ୍ଧନା ଉତ୍ସବ ସ୍ବାମ୍‌ ପାଲା କମିଟିର ସଭାପତି ଭାଗିରଥି ଦାଶଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ଏହି ପ୍ରାଚୀନ ପାଲା ଅନୁଷ୍ଠାନଟି ଉତ୍କଳୀୟ ପାଲା ପରମ୍ପରା ପୁରାଣ,କଳା, ସଂସ୍କୃତି ଓ ସାହିତ୍ୟକୁ ଉଦ୍‌ଜୀବିତ କରି ରଖିବା ସହ ଏକ ସୁସ୍ଥ ସମାଜ ଗଠନରେ ସହାୟକ ହେଉଛି ବୋଲି କହିଥିଲେ।

ଏଥିରେ ମୁଖ୍ୟ ବକ୍ତା ଭାବେ ବଡ଼ପାଟଣା ସରପଞ୍ଚ ବିନତି ବାନରା, ସମ୍ମାନିତ ଅତିଥି ଭାବେ ପାଲାର ପୃଷ୍ଠପୋଷାକ ତଥା ଯୋଡ଼ା ଏବିଡିଓ ଦିଲ୍ଲୀପ କୁମାର ବେହେରା ପ୍ରମୁଖ ଯୋଗଦେଇ ଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ବିଧାୟକ ଚଳିତବର୍ଷ ପାଲା ପରିବେଷଣ କରୁଥିବା ଗାୟକ ଗୋପାଳକୃଷ୍ଣ ଜେନା ଓ ବିଜୟ କୁମାର ଓଝାଙ୍କୁ ପୁଷ୍ପ ଗୁଚ୍ଛ, ମାନପତ୍ର, ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ଯଥା କ୍ରମେ ଗାୟକ ସୌରଭ ଓ ଗାୟକ ଲଳିତ ଉପାଧିରେ ମଣ୍ଡିତ କରିଥିଲେ। ଗ୍ରାମର ପାଲା ,କଳା,ସଂସ୍କୃତି, ଓ ସାମାଜିକ ଅନୁଷ୍ଠାନ ପାଇଁ ଜୀବନ ବ୍ୟାପୀ ଅବଦାନ ପାଇଁ ବଳଭଦ୍ର କର ଓ ଜ୍ଞାନେନ୍ଦ୍ର କୁମାର ମିଶ୍ରଙ୍କୁ ମୁଖ୍ୟ ଅତିଥି ପୁଷ୍ପ ଗୁଚ୍ଛ, ଅଙ୍ଗ ବସ୍ତ୍ର ଓ ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସରପଞ୍ଚ ଶ୍ରୀମତୀ ବାନାରା, ଏ ବି ଓ ଶ୍ରୀ ବେହେରା, ଉପସଭାପତି ଶ୍ରୀନିବାସ ଶତପଥୀ,ପାଲା କମିଟି ସଦସ୍ୟ ସୁମିତି ପତି ପ୍ରମୁଖ ଉଭୟ ପାଲାଦଳ ର ବାୟକ ଓ ପାଳିଆ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ସ୍ବାଗତ ଭାଷଣ ଓ ଅତିଥି ପରିଚୟ ଶ୍ରୀନିବାସ ଶତପଥୀ ଦେଇଥିବା ବେଳେ ଧନ୍ୟବାଦ ପାଲା କମିଟିର କୋଷାଧକ୍ଷ କଳ୍ପତରୁ କର ପ୍ରଦାନ କରିଥିଲେ। କାର୍ଯ୍ୟ କ୍ରମ କୁ ପାଲା କମିଟି ବୀରମୋହନ ଦ୍ବିବେଦୀ, ସନ୍ତୋଷ ତ୍ରିପାଠୀ, ଚିରଞ୍ଜୀବ ଦାଶ, ସଂଜତ କର, ସୌମ୍ୟ ରଞ୍ଜନ ଦାଶ, ପ୍ରକାଶ ଦାଶ, ଅରୁଣ କୁମାର ଦାଶ , ସିଦ୍ଧାର୍ଥ ଦାଶ, ଆର୍ଯ୍ୟପ୍ରସାଦ ଦାଶ, ସମୀର ଦାଶ, ଦେବାଶିଷ ତ୍ରିପାଠୀ, ଭବତୋଶ ଶତପଥୀ ପ୍ରମୁଖ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ବିଜେଡ଼ି ପ୍ରତିଷ୍ଠା ଦିବସରେ ଆଗାମୀ ପଞ୍ଚାୟତ-ସାଧାରଣ ନିର୍ବାଚନ ପାଇଁ ଗୁରୁମନ୍ତ୍ର ଦେଲେ ନେତା

ପାଟଣା,୨୬।୧୨,(ବୀର କିଶୋର ଦାଶ): କେନ୍ଦୁଝର ଜିଲା ବିଜୁ ଜନତା ଦଳ (ବିଜେଡି)ର ପାଟଣା ନିର୍ବାଚନ ମଣ୍ଡଳୀ ସ୍ତରୀୟ ୨୯ତମ ପ୍ରତିଷ୍ଠା ଦିବସ ସାହାରପଡ଼ା ବ୍ଲକ ମୁଖ୍ୟାଳୟ...

ପରାଜୟ ଜାଣି ଆସିଲେନି ସରପଞ୍ଚ, କଣ୍ଟିପାଳ ସରପଞ୍ଚଙ୍କ ବିରୋଧରେ ଆଜି ପଡ଼ିଲା ଅନାସ୍ଥା ଭୋଟ

ଆନନ୍ଦପୁର,୧୯।୧୨ (ସୁଶାନ୍ତ କୁମାର ସାହୁ): ଗତ କିଛି ମାସ ଧରି ଅନାସ୍ଥା ପାଇଁ ଚର୍ଚ୍ଚାରେ ଥିବା ଆନନ୍ଦପୁର ବ୍ଲକ କଣ୍ଟିପାଳ ପଞ୍ଚାୟତରେ ଆଜି ଭୋଟିଂ ହୋଇଛି।...

ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରୀଛାତ୍ର, ଅଭିଭାବକ: ପ୍ରଧାନ ଶିକ୍ଷୟିତ୍ରୀଙ୍କୁ…

ପାଟଣା ,୧୯।୧୨(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଚାଖୁଣ୍ଡାପାଳ ପଞ୍ଚାୟତ ସାନଗମ୍ଭାରିଆ ପ୍ରାଥମିକ ବିଦ୍ୟାଳୟରେ ଅଗଷ୍ଟ ମାସ ଠାରୁ ଛାତ୍ରୀଛାତ୍ରମାନଙ୍କୁ ମଧ୍ୟାହ୍ନ ଭୋଜନରେ...

କୋଳିମାଟି ନିକଟରେ ସିରିଜ ଦୁର୍ଘଟଣା: ତାରିଣୀ ଦର୍ଶନ ସାରି ଫେରୁଥିବା ବସ୍‌- କାର୍‌କୁ ପିଟିଲା ଟ୍ରକ, ୩୦ ଯାତ୍ରୀ…

ଆନନ୍ଦପୁର,୧୮।୧୨(ସୁଶାନ୍ତ କୁମାର ସାହୁ):ଜାତୀୟ ରାଜପଥ ୨୦ କୋଳିମାଟି ଛକ ନିକଟରେ ସିରିଜ ଦୁର୍ଘଟଣା। ଘଟଗାଁ ତାରିଣୀ ଦର୍ଶନ ସାରି ଫେରୁଥିବା ତୀର୍ଥ ଯାତ୍ରୀ ବସକୁ ଧକ୍କା...

ସୁଗ୍ରୀବଙ୍କ ରଙ୍ଗ ତୂଳୀରେ ଝଲସୁଛି ଆଦିମ ଜନଜାତି ଜୁଆଙ୍ଗଙ୍କ ଚିତ୍ରକଳା

କେନ୍ଦୁଝର (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ଆଦିମ ଜନଜାତି ଜୁଆଙ୍ଗମାନେ ଏବେ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ବିଭିନ୍ନ କଳା କୌଶଳରେ ନିଜର ପରିଦର୍ଷିତା...

ଅନ୍ୟ ଧର୍ମର ହୋଇଥିବାରୁ ଶବ ପଡିରହିଲା ୩୨ ଘଣ୍ଟା: ଆଉ ତା’ପରେ…

ପାଟଣା,୧୮।୧୨(ବୀର କିଶୋର ଦାଶ):କେନ୍ଦୁଝର ଜିଲା ପାଟଣା ବ୍ଲକ ବାଇଦ ବାଜା ଗାଁ ରେ ରୋଗାକ୍ରାନ୍ତ ମକୁରୁ ମୁଣ୍ଡାଙ୍କ ମୃତ୍ୟୁ ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା।...

ଅତିଥି ଅଧ୍ୟାପିକାଙ୍କୁ ହତ୍ୟା, ପୁରୁଷ ବନ୍ଧୁ ଗିରଫ

କେନ୍ଦୁଝର,୧୮ା୧୨(ନରେଶ ଚନ୍ଦ୍ର ପଟ୍ଟନାୟକ/ ଦୀପକ ମିଶ୍ର): କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ମାଇନିଂରୋଡ୍‌ସ୍ଥିତ ନିର୍ମଳା କନ୍‌ଭେଣ୍ଟ ସ୍କୁଲ ପାଖରେ ଏକ ଘରେ ରହୁଥିବା ଅତିଥି ଅଧ୍ୟାପିକାଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri