ଅଡୁଆରେ ଅଭିନେତ୍ରୀ ସବା କମାର, ଗିରଫ ପରଓ୍ବାନା ଜାରି କଲେ ପାକିସ୍ତାନ କୋର୍ଟ

ଲାହୋର: ଅଡୁଆରେ ପାକିସ୍ତାନୀ ଅଭିନେତ୍ରୀ ସବା କମାର। ତାଙ୍କ ବିରୋଧରେ ଗିରଫ ପରଓ୍ବାନା ଜାରି ହୋଇଛି। ସବା ଲାହୋରର ଏକ ଐତିହାସିକ ମସଜିଦରେ ନାଚିବାର ଭିଡିଓ ସୁଟ୍‌ କରିଥଲେ। ଏଥିନେଇ ତାଙ୍କ ବିରେଧରେ ପାକିସ୍ତାନର ସ୍ଥାନୀୟ କୋର୍ଟ ଗିରଫ ପରଓ୍ବାନା ଜାରି କରିଛନ୍ତି।
ସଦା କମାର ଓ ବିଲାଲ ସଇଦ ମସଜିଦ ସାମ୍ନାରେ ଏକ ନାଚିବାର ଭିଡିଓ ସୁଟ କରିଥିଲେ। ଏହାକୁ ନେଇ ପାକିସ୍ତାନଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। ଗତବର୍ଷ ଲାହୋର ପୋଲିସ ଓ୍ବାଜିର ଖାନଙ୍କୁ ଅପବିତ୍ର କରିବା ଅଭିଯୋଗରେ ସବା କୁମାର ଓ ବିଲାଲ ସଇଦଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ଏବେ ଲାହୋରର ମାଜିଷ୍ଟ୍ରେଟ୍‌ କୋର୍ଟ ତାଙ୍କ ବିରୋଧରେ ଜାମିନ୍‌ ପରଓ୍ବାନା ଜାରି କରିଛନ୍ତି। ଏହା ସହିତ କୋର୍ଟ ଅକ୍ଟୋବର ୬ରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ସ୍ଥିର କରିଛନ୍ତି।

Share