Posted inଜାତୀୟ

ଭାରତକୁ ପାକିସ୍ତାନର ହାସ୍ୟାସ୍ପଦ ଧମକ: ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି କହିଲା

ନୂଆଦିଲ୍ଲୀ, ୮।୯: ଭାରତ ଚାଇନା ମଧ୍ୟରେ ଏଲ୍‌ଏସିରେ ଉତ୍ତେଜନା ବଢ଼ି ଚାଲିଛି। ଏପରିସ୍ଥଳେ ଭାରତକୁ ପାକିସ୍ତାନ ହାସ୍ୟାସ୍ପଦ ଧମକ ଦେଇଛି। ପାକିସ୍ତାନ ସୈନ୍ୟ ବାହିନୀ ମୁଖ୍ୟ ଜେନେରାଲ କମର ଜାବେଦ୍‌ ବାଜଓ୍ବା କହିଛନ୍ତି ଯେ, ଭାରତ ସହିତ ଯୁଦ୍ଧ ପାଇଁ ପାକିସ୍ତାନ ପ୍ରସ୍ତୁତ। ପାକିସ୍ତାନ ପଞ୍ଚମ ପୀଢ଼ିର ହାଇବ୍ରିଡ୍‌ ଓ୍ବାର ଜିଣିବା ଲାଗି ପ୍ରୟାସ କରିବ ବୋଲି ସେ କହିଛନ୍ତି। ଭାରତ ଆକ୍ରମଣ କଲେ ଏହାର କଡ଼ା ଜବାବ ଦେବାକୁ ପାକିସ୍ତାନ ସକ୍ଷମଥିବା ବାଜଓ୍ବା କହିଛନ୍ତି। ଭାରତ ଲଗାତାର ପାକିସ୍ତାନ ସୈନ୍ୟ ବାହାନୀ ବିରୋଧରେ ଅପବାଦ ପ୍ରଚାର ଜାରି ରଖିଛି। ପାକିସ୍ତାନ ଶହୀଦ୍‌ ଦିବସ ପାଳନ ଅବସରେ ରାଓ୍ବଲପିଣ୍ଡିରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ସେ ଭାରତର ନାମ ନ ନେଇ ଏଭଳି କହିଛନ୍ତି। ୨୦୧୯ରେ ବାଲାକୋଟ ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ପାକିସ୍ତାନ କଡ଼ା ଜବାବ ଦେଇଥିବା ସେ କହିଛନ୍ତି। ପାକିସ୍ତାନର ପାଲଟା ଆକ୍ରମଣ ପ୍ରସ୍ତୁତି ନେଇ କାହା ମନରେ କୌଣସି ସନ୍ଦେହ ସୃଷ୍ଟି ହେବା ଅନୁଚିତ ବୋଲି ସେ କହିଛନ୍ତି। ବାଲଚିସ୍ତାନ ଏବଂ ଖାଇବର ପସ୍ତୁନଖ୍ବା ଅଞ୍ଚଳରେ ସ୍ଥାନୀୟ ବାସିନ୍ଦାଙ୍କ ବିରୋଧକୁ ପାକିସ୍ତାନ ସହ୍ୟ କରୁଛି। ଏହାର ସମାଧାନ ପ୍ରକ୍ରିୟା ଜାରି ରହିଥିବା ସେ କହିଛନ୍ତି। ଏଠାରେ ବହୁ ପାକିସ୍ତାନ ସୈନ୍ୟଙ୍କ ମୃତ୍ୟୁ ଘଟିଛି। ଭାରତ ଏଠାରେ ବିଦ୍ରୋହକୁ ସମର୍ଥନ କରୁଛି। ବାଲୁଚିସ୍ତାନର ବିକାଶ ପାଇଁ ଚାଇନା ନିବେଶ କରୁଥିବା ସେ କହିଛନ୍ତି। ଏପରି କହି ପାକିସ୍ତାନ ଚାଇନା ମଧ୍ୟରେ ଜାରି ରହିଥିବା ଭାରତ ବିରୋଧୀ ଷଡ଼ଯନ୍ତ୍ର ସମ୍ପର୍କରେ ବାଜଓ୍ବା ସୂଚନା ଦେଇଥିବା ନେଇ ଚର୍ଚ୍ଚା ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍‌’ରେ ପାର୍ବତୀ ଗିରିଙ୍କୁ ପ୍ରଶଂସା ସହ ବଖାଣିଲେ ୨୦୨୫ର ଏସବୁ ସଫଳତା

ନୂଆଦିଲ୍ଲୀ,୨୮ା୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୨୯ ତମ ‘ମନ କି ବାତ୍‌’ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି। ୨୦୨୫ର ଅନେକ ସଫଳତା ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

ଅଲ୍ଲୁ-ଅର୍ଜୁନଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କଲା ପୋଲିସ, କାରଣ ଜାଣିଲେ…

ମୁମ୍ବାଇ,୨୭ା୧୨: ଅଭିନେତା ଅଲ୍ଲୁ-ଅର୍ଜୁନଙ୍କ ନାମରେ ଚାର୍ଜଶିଟ୍‌ ଦାଖଲ କରିଛି ପୋଲିସ। ଉକ୍ତ ଚାର୍ଜଶିଟ୍‌ରେ ଅଲ୍ଲୁ-ଅର୍ଜୁନଙ୍କ ସମେତ ୨୩ ଅଭିଯୁକ୍ତଙ୍କ ନାଁ ରହିଛି। ହାଇଦ୍ରାବାଦ ସନ୍ଧ୍ୟା ଥିଏଟର...

୨୦୨୬ରେ ବନ୍ଦ ହୋଇଯିବ ଏସବୁ ସରକାରୀ ବ୍ୟାଙ୍କ୍‌! ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୨୭।୧୨: କେନ୍ଦ୍ର ସରକାର ଏବେ ସାର୍ୱଜନୀନ କ୍ଷେତ୍ର ବ୍ୟାଙ୍କ (PSU ବ୍ୟାଙ୍କ)ର ପ୍ରତିଛବି ଏବଂ ଭାଗ୍ୟ ଉଭୟକୁ ପରିବର୍ତ୍ତନ କରିବାକୁ ପ୍ରସ୍ତୁତ ହେଉଛନ୍ତି। ରିପୋର୍ଟ ଅନୁଯାୟୀ,...

ବିହାର ନିର୍ବାଚନ ହାରିବା ପରେ CWCର ପ୍ରଥମ ବୈଠକ, ଦିଲ୍ଲୀରେ ମନ୍ଥନ

ନୂଆଦିଲ୍ଲୀ,୨୭।୧୨: ଶନିବାର (ଡିସେମ୍ବର ୨୭) ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ କମିଟି (CWC) ବୈଠକ କରୁଛି। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖାର୍ଗେ, କଂଗ୍ରେସ ସଂସଦୀୟ ଦଳ ଅଧ୍ୟକ୍ଷା...

ଭାଜପାକୁ ବଡ଼ ଝଟକା, ମମତାଙ୍କୁ ନେଇ ଟଲିଉଡ ଅଭିନେତ୍ରୀ କହିଲେ…

କୋଲକାତା,୨୭।୧୨: ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାକୁ ବଡ଼ ଝଟକା ଲାଗିଛି। ଲୋକପ୍ରିୟ ବଙ୍ଗଳା ଚଳଚ୍ଚିତ୍ର ଅଭିନେତ୍ରୀ ଏବଂ ପୂର୍ବତନ ଭାଜପା ନେତ୍ରୀ ପର୍ଣ୍ଣୋ...

ନୂଆବର୍ଷରୁ ଏମାନଙ୍କୁ ମିଳିବନି ରାସନ! ଡିସେମ୍ୱର ୩୧ ସୁଦ୍ଧା କରି ନିଅନ୍ତୁ ଏହି କାମ

ନୂଆଦିଲ୍ଲୀ,୨୭।୧୨: ରାସନ କାର୍ଡ ହିତାଧିକାରୀଙ୍କ ପାଇଁ ଏହା ଗୁରୁତ୍ୱପୂର୍ଣ୍ଣ ସୂଚନା। ସମସ୍ତ ରାସନ କାର୍ଡ ହିତାଧିକାରୀଙ୍କୁ ଡିସେମ୍ୱର 31 ପୂର୍ୱରୁ ଏହି ଜରୁରୀ କାର୍ଯ୍ୟ ସମାପ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri