ପୁଣି ଧରାପଡ଼ିଲା ପାକିସ୍ତାନର ମିଛ: ଦୁନିଆ ଆଗରେ ହେଲା ଅପମାନିତ

ଇସଲାମାବାଦ୍‌,୧୭।୭: ପାକିସ୍ତାନୀ ଗଣମାଧ୍ୟମ ପୁଣିଥରେ ସାରା ବିଶ୍ୱରେ ମିଛ ପ୍ରଚାର କରିବା ମାମଲାରେ ଫସି ଯାଇଛି। ଅସୀମ ମୁନିରଙ୍କ ଆତିଥ୍ୟ ପରେ ଏବେ ସେପ୍ଟେମ୍ବରରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇସଲାମାବାଦ ଗସ୍ତ କରିବେ ବୋଲି ପାକିସ୍ତାନ ଗଣମାଧ୍ୟମ ଦାବି କରିଥିଲା। ପାକିସ୍ତାନର ଏହି ଦାବି ମଧ୍ୟ ମିଥ୍ୟା ସାବ୍ୟସ୍ତ ହୋଇଛି। କାରଣ ଟ୍ରମ୍ପଙ୍କ କାର୍ଯ୍ୟସୂଚୀ ୧୭ରୁ ୧୯ ସେପ୍ଟେମ୍ବର ମଧ୍ୟରେ ବ୍ରିଟେନ ଗସ୍ତ ପାଇଁ ଅଟେ, ପାକିସ୍ତାନ ନୁହେଁ। ଏ ସମ୍ପର୍କରେ ହ୍ବାଇଟ ହାଉସ ପକ୍ଷରୁ କୌଣସି ସରକାରୀ ବିବୃତ୍ତି ଜାରି କରାଯାଇ ନାହିଁ ଏବଂ ପାକିସ୍ତାନୀ ଗଣମାଧ୍ୟମ ଏହି ମିଥ୍ୟା ଖବର ବିଶ୍ୱରେ ପ୍ରସାରିତ କରିଛି।

ପାକିସ୍ତାନର ସାମା ଟିଭି ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପଙ୍କ ଇସଲାମାବାଦ ଗସ୍ତ ୧୮ ସେପ୍ଟେମ୍ବରରେ ହୋଇପାରେ। ପୂର୍ବରୁ ୨୦୦୬ ମସିହାରେ ରାଷ୍ଟ୍ରପତି ଜର୍ଜ ଡବ୍ଲୁ ବୁଶ ପାକିସ୍ତାନ ଗସ୍ତ କରିଥିଲେ। କିନ୍ତୁ, ସତ୍ୟ ହେଉଛି ଯେ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ ୟୁନାଇଟେଡ କିଙ୍ଗଡମ (ୟୁକେ) ଯିବେ, ଯେଉଁଠାରେ ରାଜା ଚାଲର୍‌ସ ତୃତୀୟ ଏବଂ ରାଣୀ କାମିଲା ସେମାନଙ୍କୁ ୱିଣ୍ଡସର କ୍ୟାସଲରେ ସ୍ବାଗତ କରିବେ। ବ୍ରିଟେନର ରାଣୀ କାମିଲା ୱିଣ୍ଡସର ସୋମବାର (୧୪ ଜୁଲାଇ ୨୦୨୫) ଟ୍ରମ୍ପଙ୍କ ଗସ୍ତକୁ ନିଶ୍ଚିତ କରିଛନ୍ତି।

ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ପୂର୍ବରୁ ତାଙ୍କ ପ୍ରଥମ କାର୍ଯ୍ୟକାଳରେ ୨୦୧୯ରେ ବ୍ରିଟେନ ଗସ୍ତ କରିଥିଲେ, ଯେତେବେଳେ ତାଙ୍କୁ ବ୍ରିଟେନର ସ୍ବର୍ଗତ ରାଣୀ ଏଲିଜାବେଥ ସ୍ବାଗତ କରିଥିଲେ। ଏହି ଗସ୍ତ ସମ୍ପର୍କରେ ଟ୍ରମ୍ପ କହିଥିଲେ, ରାଜପରିବାରରୁ ନିମନ୍ତ୍ରଣ ପାଇବା ତାଙ୍କ ପାଇଁ ଏକ ବଡ଼ ସମ୍ମାନ।

ଗତ ୧୯ ବର୍ଷ ଧରି କୌଣସି ଆମେରିକୀୟ ରାଷ୍ଟ୍ରପତି ଆତଙ୍କବାଦୀଙ୍କୁ ପୋଷଣ କରୁଥିବା ପାକିସ୍ତାନ ଗସ୍ତ କରିନାହାଁନ୍ତି। ଗତ ମାସରେ ଟ୍ରମ୍ପ ହ୍ବାଇଟ ହାଉସରେ ପାକିସ୍ତାନ ସେନା ମୁଖ୍ୟ ଅସୀମ ମୁନିରଙ୍କୁ ଆତିଥ୍ୟ ଦେଇଥିଲେ, ଯାହା ପରେ ପାକିସ୍ତାନ ଆନୁଷ୍ଠାନିକ ଭାବରେ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ପାଇଁ ଟ୍ରମ୍ପଙ୍କ ନାମ ସୁପାରିଶ କରିଥିଲା।

ଏହା ପ୍ରଥମ ଥର ନୁହେଁ ଯେ, ପାକିସ୍ତାନୀ ଗଣମାଧ୍ୟମ ଭୁଲ ସୂଚନା ପ୍ରସାରଣ କରୁଥିବା ଧରାପଡ଼ିଛି। ଅପରେଶନ ସିନ୍ଦୁର ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ସାମରିକ ସଂଘର୍ଷ ସମୟରେ ମଧ୍ୟ, ପାକ ଗଣମାଧ୍ୟମ ଏବଂ ଏହାର ନେତାମାନେ ଅନେକ ଅବାନ୍ତର ଦାବି କରିଥିଲେ। ତଥାପି, ପରେ ବିଶ୍ୱ ଦେଖିଲା ଯେ ଭାରତର ଅସ୍ତ୍ରଶସ୍ତ୍ର ପାକିସ୍ତାନକୁ ସାହାଯ୍ୟ କରୁଥିବା ତୁର୍କୀ ଏବଂ ଚାଇନାର ଅସ୍ତ୍ରଶସ୍ତ୍ରକୁ କିପରି ନଷ୍ଟ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

ନିମ୍ନମାନର ମଧ୍ୟାହ୍ନଭୋଜନ ନେଇ ସ୍କୁଲ ପାଚେରି ଡେଇଁ ସରପଞ୍ଚଙ୍କ ପାଖେ ପହଞ୍ଚିଲେ ପିଲା, ପରେ…

ଦିଗପହଣ୍ଡି, ୫ା୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ୍‌ କଉଡ଼ିଆ ଗ୍ରାମ ୫-ଟି ନୋଡାଲ ହାଇସ୍କୁଲରେ ନିମ୍ନମାନର ମଧ୍ୟାହ୍ନ ଭୋଜନକୁ ଶୁକ୍ରବାର ଛାତ୍ରୀଛାତ୍ରମାନେ ବର୍ଜନ କରିଛନ୍ତି।...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଅମ୍ଳଯୁକ୍ତ ମାଟିକୁ କିପରି କରିବେ ଉର୍ବର, କେମିତି ବଢ଼ିବ ଉତ୍ପାଦନ

ଭଞ୍ଜନଗର,୫।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ବିଶ୍ବ ମୂର୍ତ୍ତିକା ଦିବସ ପାଳିତ ହୋଇଯାଇଛି। ରାଜ୍ୟରେ ୬୫ ପ୍ରତିଶତ ଚାଷ ଜମି...

ଗଞ୍ଜାମ କଂଗ୍ରସ ଦୁଇଫାଳ: ବିଚ୍‌ ରାସ୍ତାରେ ହାତାହାତି ହେଲେ ଦୁଇ ନେତା

ପୁରୁଷୋତ୍ତମପୁର,୫।୧୨(ସବିତା ମିଶ୍ର): ଗୋଷ୍ଟିକନ୍ଦଳ ଯୋଗୁଁ ରାଜ୍ୟରେ ଦିନକୁଦିନ କଂଗ୍ରେସର ସ୍ଥିତି ତଳକୁ ତଳକୁ ଖସି ସତ୍ତା ହଜାଇବାକୁ ଯାଉଥିବାବେଳେ ଏପରିକି ଗଞ୍ଜାମ ଜିଲାରେ ମଧ୍ୟ କଂଗ୍ରସ...

୪୪ ରନ୍‌ ଆଗରେ ଅଷ୍ଟ୍ରେଲିଆ

ବ୍ରିସ୍‌ବେନ୍‌(ଅଷ୍ଟ୍ରେଲିଆ),୫ା୧୨: ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଆଶେସ ଟେଷ୍ଟର ଶୁକ୍ରବାର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୪୪ ରନ୍‌ ଅଗ୍ରଣୀ ଲାଭ କରିଛି। ଭ୍ରମଣକାରୀ...

ଆରୋଗ୍ୟ କେନ୍ଦ୍ରରେ ନିଆଁ ଲାଗି ଲକ୍ଷାଧିକ ସାମଗ୍ରୀ ନଷ୍ଟ

କେସିଙ୍ଗା ,୫।୧୨( ତୁମେଶ୍ୱର୍‌ ସାହୁ ) : କଳାହାଣ୍ଡି ଜିଲା ପାଷ୍ଟିକୁଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନସ୍ଥ ତହଶିର ଗ୍ରାମସ୍ଥିତ ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରରେ କୌଣସି କାରଣ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri