ପାକିସ୍ତାନରେ ପ୍ରଥମ ପୋଲିଓ ମାମଲା…

ଇସଲାମାବାଦ,୧୮।୩ : ପାକିସ୍ତାନର ଖାଇବର ପସ୍ତୁନ ଖ୍ବାରେ ୨୦୨୩ର ପ୍ରଥମ ପୋଲିଓ ମାମଲାର ଚିହ୍ନଟ ହୋଇଛି। ବନ୍ନୁ ଜିଲାରେ ଜଣେ ଶିଶୁ ପୋଲିଓର ଶିକାର ପାଇଛନ୍ତି। ଶନିବାର ଏକ ମିଡ଼ିଆ ରିପୋର୍ଟରେ ଏ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି।

ଡନ ଖବରକାଗଜ ରିପୋର୍ଟ କରିଛି ଯେ ଫ୍ରାନ୍ସ ଏଜେନ୍ସି ଫର ଡେଭଲପମେଣ୍ଟ ଏବଂ ବିଲ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ (ବିଏମଜିଏଫ) ଦେଶରେ ପୋଲିଓ ବିଲୋପ ସମ୍ପର୍କରେ ତଥ୍ୟ ସଂଗ୍ରହ ପାଇଁ ପହଞ୍ଚିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ପୋଲିଓ ବିଲୋପ ଉପରେ ଧ୍ୟାନ ଦେବା ସମ୍ପୃକ୍ତ ପ୍ରତିନିଧୀମାନେ ପଦକ୍ଷେପ ନେଇଛନ୍ତି।

ସାମାଜିକ ସୁରକ୍ଷା ଏବଂ ସୱାସ୍ଥ୍ୟ କ୍ଷେତ୍ରରେ ସହଯୋଗର ଉପାୟ ବିଷୟରେ ଆଲୋଚନା କରିବା ପାଇଁ ସେମାନେ ଫେଡେରାଲ ସ୍ବାସ୍ଥ୍ୟମନ୍ତ୍ରୀ ଅବଦୁଲ କାଦିର ପଟେଲଙ୍କୁ ଭେଟିଥିଲେ। ପୋଲିଓ ପାଇଁ ଜାତୀୟ ଜରୁରୀକାଳୀନ ଅପରେସନ ସେଣ୍ଟର ର ମୁଖ୍ୟ ଡ. ଶାହାଜାଦ ବେଗ କହିଛନ୍ତି ଯେ ଏହି ଘଟଣାରେ ତଦନ୍ତ ଜାରି ରହିଛି। ଶିଶୁଙ୍କର ଟିକାକରଣ କରାଯାଇଛି ନା ପିତାମାତା ଟିକାକରଣ କରିବାକୁ ମନା କରି ଦେଇଛନ୍ତି ତାହାର ଅନୁସନ୍ଧାନ କରାଯାଉଛି ବୋଲି ସେ କହିଛନ୍ତି। ତେବେ ଏଥିରୁ ସ୍ପଷ୍ଟ ହୋଇଛି ଯେ ପିଲାଟି ସମ୍ପୂର୍ଣ୍ଣ ସୁରକ୍ଷିତ ନ ଥିଲା। ସେଥିପାଇଁ ସେ ପୋଲିଓର ଶିକାର ହୋଇଥିଲେ

ଡକ୍ଟର ଶାହାଜାଦ ବାଗ କହିଛନ୍ତି ଯେ ଚଳିତ ବର୍ଷ ୨୦୨୩ ର ଏହା ହେଉଛି ପ୍ରଥମ ମାମଲା। ପାଞ୍ଚ ମାସର ବ୍ୟବଧାନ ପରେ ଏହା ସାମ୍ନାକୁ ଆସିଛି।

Share