Categories: ଜାତୀୟ

ପାକିସ୍ତାନର ଡ୍ରୋନ୍‌ ଷଡ଼ଯନ୍ତ୍ର, ଅଜନାଲା ସେକ୍ଟରରୁ ୨ ସନ୍ଦିଗ୍ଧ ପ୍ୟାକେଟ ଜବତ…

ଅମୃତସର, ୯।୨ : ଆତଙ୍କବାଦୀ ସଂଗଠନଗୁଡ଼ିକୁ ସହାୟତା ପ୍ରଦାନ କାର୍ଯ୍ୟ ପାକିସ୍ତାନ ପକ୍ଷରୁ ଜାରି ରହିଛି। ପାକିସ୍ତାନ ଡ୍ରୋନ ମାଧ୍ୟମରେ ଅସ୍ତ୍ରଶସ୍ତ୍ର ଯୋଗାଣ ନେଇ ଭାରତ ବିରୁଦ୍ଧରେ ଷଡଯନ୍ତ୍ର ରଚିଛି। ଏବେ ପଞ୍ଜାବର ଅମୃତସରର ଅଜନାଲା ସେକ୍ଟରର ପଞ୍ଜ ଗାରାଇ ପୋଷ୍ଟ ନିକଟରେ ଡ୍ରୋନ ମାଧ୍ୟମରେ ଦୁଇଟି ସନ୍ଦିଗ୍ଧ ପ୍ୟାକେଟ ଆକାଶରୁ ଖସାଇ ଦିଆଯାଇଛି।

ପ୍ୟାକେଟଗୁଡ଼ିକ ମଧ୍ୟରେ ବିସ୍ଫୋଟକ ସାମଗ୍ରୀ କିମ୍ବା ନିଶା ପଦାର୍ଥ ରହିଛି ତାହାର ଅନୁସନ୍ଧାନ ଚାଲିଛି। ବିଏସ୍‌ଏଫ୍‌ ପକ୍ଷରୁ ଏହି ଅଞ୍ଚଳରେ ସର୍ଚ୍ଚ ଅପରେଶନ ଆରମ୍ଭ କରାଯାଇଛି।

ଭାରତୀୟ ଆକାଶମାର୍ଗରେ ଉଡ଼ିବୁଲୁଥିବା ସୀମାପାର୍‌ ଡ୍ରୋନ ଉପରେ ବିଏସ୍‌ଏଫ୍‌ ଯବାନମାନେ ଗୁଳି ଚଳାଇଥିଲେ।

କୁହାଯାଉଛି ଯେ ରାତି ପ୍ରାୟ ୧୨ଟା ୩୦ରେ ଅଜନାଲା ସେକ୍ଟରର ପଞ୍ଜ ଗାରାଇ ପୋଷ୍ଟ ନିକଟରେ ଏଫ୍‌ ଡବ୍ଲ୍ୟୁଡି ଯବାନମାନେ ପାକିସ୍ତାନ ପଟୁ ଭାରତ ଆଡକୁ ଆସୁଥିବା ଏକ ସନ୍ଦେହଜନକ ଡୋନ୍‌ର ଉଡ଼ିବା ଶବ୍ଦ ଶୁଣିଥିଲେ।

ଏହା ପରେ ବିଏସ୍‌ଏଫ୍‌ ଯବାନମାନେ ଡ୍ରୋନ ଉପରେ ଗୁଳି ଚଳାଇଥିଲେ। ପରେ, ବିଏସଏଫ କୁକୁର ହ୍ୟାଣ୍ଡେଲର୍ମାନଙ୍କ ଦ୍ୱାରା ଘଗ୍ଗର ଏବଂ ସିଙ୍ଘୋକ ଗ୍ରାମରେ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା

ଦୁଇଟି ହଳଦିଆ ରଙ୍ଗର ସନ୍ଦିଗ୍ଧ ପ୍ୟାକେଟକୁ ସର୍ଚ୍ଚଅପରେଶନ୍‌ ସମୟରେ ଜବତ କରାଯାଇଛି। ପ୍ୟାକେଟ ଗୁଡ଼ିକ କାହା ପାଖକୁ ଆସିଥିଲା ତାହାର ତଦନ୍ତ ଜାରି ରହିଛି।

 

Share