Categories: ଖେଳ

ଦଳରେ ମନୋନୀତ ନ ହେବାରୁ ଆତ୍ମହତ୍ୟା ଉଦ୍ୟମ କଲେ କ୍ରିକେଟର୍‌

କରାଚି,୨୩।୬: ପାକିସ୍ତାନର ଦକ୍ଷିଣ ସିନ୍ଧ ପ୍ରଦେଶର ଜଣେ ଯୁବ କ୍ରିକେଟର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଇଣ୍ଟର ସିଟି ଚାମ୍ପିଅନଶିପ ପାଇଁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ତାଙ୍କୁ ଦଳରେ ମନୋନୀତ ନ କରିବାରୁ ସେ ଏପରି ଚରମ ନିଷ୍ପତ୍ତି ନେଇଛନ୍ତି। ଦ୍ରୁତ ବୋଲର ଶୋଏବ ତାଙ୍କ ହାତ ଶିର କାଟି ଦେଇଥିଲେ। ପରିବାର ସଦସ୍ୟ ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା ନେଇଥିଲେ। ଇଣ୍ଟର ସିଟି ଚାମ୍ପିଅନଶିପ ପାଇଁ କୋଚ ଦଳରେ ଶୋଏବଙ୍କୁ ବାଛି ନ ଥିଲେ, ପରେ ଡିପ୍ରେସନ କାରଣରୁ ସେ ନିଜକୁ ଗୋଟିଏ ଘରେ ବନ୍ଦ କରି ହାତ କାଟିଦେଇଥିଲେ।
ଏହାପୂର୍ବରୁ ୨୦୧୮ ଫେବୃୟାରୀରେ କରାଚି ଅଣ୍ଡର-୧୯ କ୍ରିକେଟର ମହମ୍ମଦ ଜାରାୟାବ ସହରର ଅଣ୍ଡର -୧୯ ଦଳରୁ ବାଦ୍‌ ପଡିବା ପରେ ନିଜ ଘରେ ଫାଶୀ ଲଗାଇ ଦେଇଥିଲେ।

Share