Categories: ଜାତୀୟ

ପାର୍ବଣରେ ପାକିସ୍ତାନର ବଡ଼ ଷଡ଼ଯନ୍ତ୍ର: ସାମ୍ପ୍ରଦାୟିକ ଦଙ୍ଗା-ବାଟ୍‌ ଆକ୍ରମଣ ପାଇଁ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ

ନୂଆଦିଲ୍ଲୀ/ଇସଲାମାବାଦ୍‌, ୨୧।୧୦: ପାର୍ବଣ ଅବସରରେ ଭାରତରେ ବଡ଼ ଧରଣର ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି। ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ଏବଂ ଏଲ୍‌ଓସିରେ ବାଟ୍‌ ଆକ୍ରମଣ ଲାଗି ପାକିସ୍ତାନ ବ୍ଲୁ ପ୍ରିଣ୍ଟ୍‌ ପ୍ରସ୍ତୁତ କରିଛି। ଏଥିରେ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ହାତ ରହିଛି। ସେହିପରି ପାକିସ୍ତାନ ସୈନ୍ୟ ବାହିନୀ ପକ୍ଷରୁ ବାଟ୍‌ ଆକ୍ରମଣ ପାଇଁ ଆବଶ୍ୟକ ତାଲିମ୍‌ ଯୋଗାଇ ଦିଆଯାଇଛି। ଏନେଇ ଭାରତୀୟ ଗୋଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଭାରତରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ଲାଗି ଯୋଜନାବଦ୍ଧ ଭାବେ ଚାଇନା କାର୍ଯ୍ୟ କରୁଥିବା ଗୋଇନ୍ଦା ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି।

Share