ପାକିସ୍ତାନୀଙ୍କୁ ପସନ୍ଦ ଭାରିତୀୟ ଥାଳି!

ନୂଆଦିଲ୍ଲୀ,୨୨ ।୧: ସ୍ୱାଦିଷ୍ଟ ଭୋଜନ ସମସ୍ତଙ୍କର ପସନ୍ଦ । ତେବେ କରୋନା ମହାମାରୀକୁ ନେଇ ଚାଲିଥିବା ଲକ୍‌ଡାଉନ ସମୟରେ ଲୋକେ ଖାଦ୍ୟକୁ ନେଇ ୟୁଟ୍ୟୁବରେ ବହୁତ ଭିଡିଓ ଦେଖିଛନ୍ତି, ଶିଖିଛନ୍ତି ଗୁଗଲରେ ସର୍ଚ୍ଚ ବି କରିଛନ୍ତି । ଏବେ ଏହାକୁ ନେଇ ଗୁଗଲ ପ୍ରସ୍ତୁତ କରିଥିବା ଏକ ରିପୋର୍ଟରୁ ଜଣା ପଡିଛି କି ପିଜା ବିଶ୍ୱର ସବୁଠାରୁ ପ୍ରିୟ ଖାଦ୍ୟ ପାଲଟି ଯାଇଛି । ଗୁଗଲ ସର୍ଚ୍ଚର ନୂଆ ରିପୋର୍ଟ ଅନୁଯାୟୀ ପିଜା ବିଶ୍ୱର ପ୍ରାୟ ୪୪ ଦେଶର ଲୋକଙ୍କୁ ବେଶ୍ ପସନ୍ଦ । ଏହି ରିପୋର୍ଟ ବିଶ୍ୱର ୧୦୦ ଦେଶର ୟୁଜର୍ସଙ୍କୁ ନେଇ ପ୍ରସ୍ତୁତ କରାଯାଇଛି । ୨୦୨୦ରେ ବିଶ୍ୱର ପୂର୍ବରୁ-ପଶ୍ଚିମ ଓ ଉତ୍ତରରୁ-ଦକ୍ଷିଣ ଅଧିକାଂଶ ଲୋକ ପିଜା ସର୍ଚ୍ଚ କରିଛନ୍ତି । ଏହି ଦେଶମାନଙ୍କ ମଧ୍ୟରେ ରହିଛି ଭାରତ, ୟୁଏଇ, ସୌଦି ଆରବ, ଫ୍ରାନ୍ସ, ଜର୍ମାନୀ, ସ୍ୱିଜରଲ୍ୟାଣ୍ଡ, ପୋଲାଣ୍ଡ, ଇଣ୍ଡୋନେସିଆ ଓ ଇଟାଲି ।
ଏହି ରିପୋର୍ଟ କହିଛି ଦ୍ୱିତୀୟ ସ୍ଥାନରେ ରହିଛି ଚାଇନିଜ ଫୁଡ । ଆମେରିକା ଓ ଚାଇନା ମଧ୍ୟରେ ଶତ୍ରୁତା କିଛି କମ୍ ନୁହେଁ ସତ । ହେଲେ ଆମେରିକାର ଅଧିକାଂଶ ଲୋକ ଚାଇନିଜ ପସନ୍ଦ କରିନ୍ତି ବୋଲି ଗୁଗଲ ତା’ର ରିପୋର୍ଟରେ ଦର୍ଶାଇଛି । ଏହାସହ ଆୟରଲ୍ୟାଣ୍ଡ, ହଙ୍ଗେରୀ, ଗ୍ରୀସ ଓ ଅଷ୍ଟ୍ରେଲିୟାର ଲୋକେ ମଧ୍ୟ ଚାଇନିଜ ଫୁଡ ପସନ୍ଦ କରନ୍ତି । ତୃତୀୟ ସ୍ଥାନରେ ରହିଛି ସୁଶି । ୧୦ ଦଶର ଲୋକେ ଏହାକୁ ଖୁବ୍ ପସନ୍ଦ କରିଥାଆନ୍ତି । ଯେଉଁଥିରେ ଜାପାନ, ବ୍ରାଜିଲ, ୟୁକ୍ରେନ, ସ୍ୱିଡେନ, ରୋମାନିଆ ଲୋକେ ସାମିଲ ଅଛନ୍ତି । ସୁଶି ଏକ ଜାପାନି ଖାଦ୍ୟ । ଏଥିରେ ଭାତ ସହ ଅନ୍ୟ ସାମଗ୍ରୀ ଓ ସିଫୁଡ ସାମିଲ ହୋଇଥାଏ ।
ଏହି ରିପୋର୍ଟର ଚତୁର୍ଥ ସ୍ଥାନରେ ରହିଛି ଭାରତୀୟ ଥାଳି । ୨୦୨୦ରେ ପାକିସ୍ତାନୀ ଲୋକେ ସବୁଠାରୁ ଅଧିକ ଭାରତୀୟ ଥାଳି ଅର୍ଡର କରିଥିବା କୁହାଯାଇଛି । ଏହାସହ ଇସ୍ରାଏଲ, ନେରଲ୍ୟାଣ୍ଡସ୍ ଓ ଅରୁବା ଭଳି ଦେଶ ଭାରତୀୟ ଥାଳିକୁ ଖୁବ୍ ପସନ୍ଦ କରିଛନ୍ତି । ନେପାଳ ଓ ଶ୍ରୀଲଙ୍କର ଲୋକେ ଚାଇନିଜ ଖାଦ୍ୟ ପସନ୍ଦ କରିଛନ୍ତି ।
ତେବେ ରିପୋର୍ଟରେ କୁହାଯାଉଛି ଯେଉଁ ସ୍ଥାନର ଖାଦ୍ୟ ଅନ୍ୟମାନଙ୍କୁ ପସନ୍ଦ ସେ ସ୍ଥାନର ଖାଦ୍ୟ ମଧ୍ୟ ସେହି ଦେଶର ଲୋକଙ୍କୁ ପସନ୍ଦ । ହେଲେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଭାରତୀୟଙ୍କୁ ଭାରତୀୟ ଥାଲି ପସନ୍ଦ ନୁହେଁ । ଭାରତୀୟମାନେ ଅଧିକ ପିଜା ପସନ୍ଦ କରନ୍ତି ବୋଲି ରିପୋର୍ଟ ଦର୍ଶାଯାଇଛି ।

Share