ପାକିସ୍ତାନୀ ଖାଇପାରିବେନି ଅମଲେଟ୍‌: ଅଣ୍ଡା ଦାମ୍‌ ଆକାଶ ଛୁଆଁ

ଇସଲାମାବାଦ,୨୨।୧୨: ଏବେ ପାକିସ୍ତାନରେ ସାଧାରଣ ଲୋକଙ୍କ ପାଇଁ ଅମଲେଟ୍‌ ଖାଇବା ସାତ ସପନ ପାଲଟିବାକୁ ଯାଉଛି। ଦେଶରେ ଅଣ୍ଡା ଦାମ ଆକାଶ ଛୁଆଁ ହୋଇଛି। ଏଠାରେ ଅଣ୍ଡା ଡର୍ଜନ ୩୫୦ ଟଙ୍କାରେ ପହଞ୍ଚିଛି। ଅଣ୍ଡା ଦାମ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଥିବା କୁହାଯାଉଛି। ଦେଶରେ ପନିପରିବା ଦାମ ମଧ୍ୟ ପୂର୍ବରୁ ସମସ୍ତ ରେକର୍ଡ ଭାଙ୍ଗିଛି। ରାଓ୍ବଲପିଣ୍ଡିରେ ଅଦା କିଲୋ ୧୦୦୦ ଟଙ୍କାରେ ପହଞ୍ଚିଛି। ସେହିପରି ରୋଷେଇ ଗ୍ୟାସ୍‌ ଦାମ୍‌ ବଢ଼ିବାଯୋଗୁ ଲୋକେ ହସ୍ତସନ୍ତ ହେଉଛନ୍ତି। ଆଗକୁ ହୁଏତ ଲୋକଙ୍କ ଘରେ ଆଉ ଚୁଲି ଜଳିବନି ବୋଲି ଚର୍ଚ୍ଚା ହେଉଛି। ପୂର୍ବରୁ ଗହମ ଦାମ୍‌ କିଲୋ ପିଛା ୬୦ ଟଙ୍କାରେ ପହଞ୍ଚି ସାରିଛି। ସାଧାରଣ ଲୋକେ ଅଟା କିଣିବା ଲାଗି ହଇରାଣ ହରକତ ହେଉଛନ୍ତି।

Share