ଅଭିଯୋଗ ପରେ ଟିକା ନେଲେ ପାକିସ୍ତାନୀ ମହିଳା

କୋଲକାତା,୧୫ ।୭: ପାକିସ୍ତାନୀ ମହିଳା ସହର କୈସର ସ୍ପୁଟନିକ ଜ୍ୟାବର ପ୍ରଥମ ଡୋଜ ଟିକା ନେଇଛନ୍ତି । ବୁଧବାର କୋଲକାତାରେ ଏହି ୩୦ ବର୍ଷୀୟା ମହିଳାଙ୍କୁ କରୋନା ଟିକାର ପ୍ରଥମ ଡୋଜ୍ ମିଳିଥିବା ଜଣାପଡିଛି । ତାଙ୍କର ଅଭିଯୋଗ ଥିଲା କି ସେ କରୋନା ଟିକା ପାଇଁ କୋଲକାତାର ମେଡିକା ସୁପରସ୍ପେଶାଲିଟି ହସ୍ପିଟାଲ ଯାଇଥିଲେ । ହେଲେ ହସ୍ପିଟାଲ ପକ୍ଷରୁ ତାଙ୍କୁ ଟିକା ଦେବାକୁ ମନା କରି ଦିଆଯାଇଥିଲା । ମହିଳା ଜଣକ ଅଭିଯୋଗ ଆଣିଥିଲେ କି ତାଙ୍କର ସବୁ କାଗଜ ପତ୍ର ଯାଞ୍ଚ କରିବା ପରେ ହସ୍ପିଟାଲ ପକ୍ଷରୁ ତାଙ୍କୁ ଟିକା ଦେବାକୁ ମନା କରି ଦିଆଯାଇଥିଲା । ଆଉ ଏହି ଅଭିଯୋଗ ପରେ ,ଏବେ ସେ ଟିକା ନେଇଛନ୍ତି । ମହିଳା ଜଣକ ତାଙ୍କ ପାସପୋର୍ଟ ଓ ଆଧାର କାର୍ଡ ଜରିଆରେ ଟିକା ନେବାକୁ ରେଜିଷ୍ଟ୍ରେଶନ କରିଥିଲେ । ହେଲେ ସେ ବିଦେଶୀ ୋଇଥିବାରୁ ଟିକା ନେବାକୁ ସମସ୍ୟା ଉପୁଜିଥିଲା । ଯାହା ହେଉ ସେ ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି । ସୂଚନାଯୋଗ୍ୟ, ୨୦୧୩ରେ ଉକ୍ତ ପାକିସ୍ତାନୀ ମହିଳା ଜଣକ ହିନ୍ଦୁ ଯୁବକଙ୍କୁ ବିବାହ କରି କୋଲକାତାରେ ରେସିଡେନ୍ସ ଭିଜାରେ ରହି ଆୁଛନ୍ତି । ପ୍ରତି ୨ ବର୍ଷରେ ଥରେ ସେ ଏହାକୁ ରିନ୍ୟୁ କରିଥାଆନ୍ତି । ତେବେ ସେ ଭାରତରେ ୧୦ ବର୍ଷ ରହିବା ପରେ ଯାଇ ଭାରତୀୟ ନାଗରିକତା ପାଇବାକୁ ଆବେଦନ କରିପାରିବେ ।

Share