Categories: ଜାତୀୟ

କୁପଓ୍ବାଡାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିପଡ଼ିଲେ ପାକିସ୍ତାନୀ ଆତଙ୍କବାଦୀ: ସର୍ଚ୍ଚ ଅପରେଶନ୍‌ ଜାରି

କୁପଓ୍ବାଡା,୩୧।୧୦: ଜମ୍ମୁ-କଶ୍ମୀରର କୁପଓ୍ବାଡା ଜିଲାରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି। କୁପଓ୍ବାଡା ଜିଲାର କେରନ ସେକ୍ଟରରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରରେ ଜଣେ ପାକିସ୍ତାନୀ ଆତଙ୍କବାଦୀ ନିହତ ହୋଇଛନ୍ତି। ଆଉ କିଛି ଆତଙ୍କବାଦୀ ଲୁଚି ରହିଥିବା ସନ୍ଦେହରେ ସୁରକ୍ଷାକର୍ମୀ ଉକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ସର୍ଚ୍ଚ ଅପରେଶନ୍‌ ଜାରି ରଖିଛନ୍ତି। ଏନେଇ ସୋମବାର କଶ୍ମୀର ଜୋନ ପୋଲିସ ଟୁଇଟ କରି ସୂଚନା ଦେଇଛି।

Share