ତାଲିବାନ ଦଖଲ ଅଞ୍ଚଳରେ ପାକିସ୍ତାନୀ ଆତଙ୍କବାଦୀ ଶିବିର ସକ୍ରିୟ, ଜାତିସଂଘ ରିପୋର୍ଟ…

ଜେନେଭା/କାବୁଲ, ୩୦।୫ : ପାକିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଲଶ୍କର-ଇ-ତାଇବା ଏବଂ ଜୈଶ-ଇ-ମହମ୍ମଦ ଆଫଗାନିସ୍ତାନର ତାଲିବାନ ନିୟନ୍ତ୍ରିତ ଅଞ୍ଚଳରେ ସକ୍ରିୟ ରହିଛନ୍ତି। ସେଠାରେ ସେମାନେ ପ୍ରଶିକ୍ଷଣ ଶିବିର ଚଳାଉଛନ୍ତି ଏବଂ ଶାସକ ତାଲିବାନ ସହିତ ମଲ ସମ୍ପର୍କ ସ୍ଥାପନ କରିଛନ୍ତି। ମିଳିତ ଜାତିସଂଘର ମନିଟରିଂ ଗ୍ରୁପର ଆଫଗାନିସ୍ତାନ ଉପରେ ହୋଇଥିବା ସଦ୍ୟତମ ରିପୋର୍ଟରେ ଏହା ପ୍ରକାଶ ପାଇଛି।

ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ ଭାରତୀୟ ଉପମହାଦେଶରେ ଅଲ କାଏଦାର ୧୮୦ ରୁ ୪୦୦ ସଦସ୍ୟ ସକ୍ରିୟ ଅଛନ୍ତି। ସେମାନେ ବାଂଲାଦେଶ, ଭାରତ, ମ୍ୟାନ୍‌ମାର, ପାକିସ୍ତାନ ନାଗରିକ ଏବଂ ଆଫଗାନିସ୍ତାନରେ ବେଶ୍‌ ସକ୍ରିୟ ରହିଛନ୍ତି।

ଆଫଗାନିସ୍ତାର ଗଜନୀ, ହେଲମନ୍ଦ, କନ୍ଧାହାର, ନିମରୁଜ୍‌, ପତିକା, ଜାବୁଲ ଆଦି ପ୍ରଦେଶରେ ଅଲ୍‌ କାଏଦା ଅଧିକ ସକ୍ରିୟ ରହିଛନ୍ତି। ଏଥିସହ ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ ନୂତନ ଆଫଗାନିସ୍ତାନ ଶାସନ ଅଧୀନରେ ଅଲ-କାଏଦା ଅଧିକ ସ୍ବାଧୀନ ଭାବେ କାର୍ଯ୍ୟ କରୁଛି। ତେବେ ଆବଶ୍ୟକ ଅସ୍ତ୍ରଶସ୍ତ୍ର ଅଭାବରୁ ଆସନ୍ତା ବର୍ଷେ କିମ୍ବା ଦୁଇ ବର୍ଷ ମଧ୍ୟରେ ଆଫଗାନିସ୍ତାନ ବାହାରେ ଲ୍‌ କାଏଦା ପକ୍ଷରୁ ଆକ୍ରମଣ କିମ୍ବା ପ୍ରତ୍ୟକ୍ଷ ଆକ୍ରମଣ କରିବା ସମ୍ଭବ ନୁହେଁ।

ଏହି ରିପୋର୍ଟରେ ଦର୍ଶାଯାଇଛି ନଙ୍ଗରହରରେ ଜୈଶ୍‌ର ଆଠଟି ତାଲିମ ଶିବିର ରହିଛି। ସେଥିମଧ୍ୟରୁ ତିନୋଟି ସିଧାସଳଖ ତାଲିବାନ ଅଧୀନରେ ଅଛି। ସେହିପରି କୁନାର ଏବଂ ନାଙ୍ଗରହାରରେ ଲଶ୍କରର ତିନୋଟି ଶିବିର ରହିଛି ଏବଂ ତାଲିବାନ କାର୍ଯ୍ୟକଳାପକୁ ଅର୍ଥ ଏବଂ ତାଲିମ ପ୍ରଦାନ କରା ଯାଉଛି। ଜାନୁୟାରୀ ୨୦୨୨ରେ ଜାତିସଂଘ ସଦସ୍ୟ ରାଷ୍ଟ୍ରର ଏକ ପ୍ରତିନିଧୀ ଦଳ ନାଙ୍ଗରହାରର ହାସ୍କା ମେନା ଜିଲାର ଲଶ୍କର-ଇ-ତୋଏବା ଦ୍ୱାରା ବ୍ୟବହୃତ ଏକ ପ୍ରଶିକ୍ଷଣ ଶିବିର ପରିଦର୍ଶନ କରିଥିଲେ।

ପାକିସ୍ତାନର ଡନ ଖବରକାଗଜ ଅନୁଯାୟୀ, ରିପୋର୍ଟରେ କୁହାଯାଇଛି ଯେ ଆଫଗାନିସ୍ତାନ-ପାକିସ୍ଥାନ ସୀମାରେ ପୂର୍ବ ଏବଂ ଦକ୍ଷିଣ-ପୂର୍ବ ଅଞ୍ଚଳରେ ୪,୦୦୦ ଆତଙ୍କବାଦୀ ରହିଛନ୍ତି। ସେଠାରେ ବିଦେଶୀ ଆତଙ୍କବାଦରମାନଙ୍କର ଏକ ବୃହତ ଦଳ ଗଠନ କରାଯାଇଛି। ଗତ ବର୍ଷ ଅଗଷ୍ଟରେ ତାଲିବାନ କାବୁଲକୁ ଦଖଲ କରିବା ପରେ ଏହା ପାକିସ୍ତାନର ପ୍ରଥମ ରିପୋର୍ଟ। ପାକିସ୍ତାନ ଇନଷ୍ଟିଚ୍ୟୁଟ ଅଫ ପିସ୍‌ ଷ୍ଟଡିଜ ଦ୍ୱାରା ଆକଳନ କରାଯାଇଥିବା ତଥ୍ୟରୁ ଜଣାପଡିଛି ଯେ ଚଳିତ ବର୍ଷ ଆତଙ୍କବାଦୀ ଗୋଷ୍ଠୀ ୪୬ ଟି ଆକ୍ରମଣ କରିଛନ୍ତି। ଏଥିରେ ୭୯ ଜଣଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଦମଦାର ବିଜୟ ସହ ସିଜିନ୍‌ ଆରମ୍ଭ କଲା ରାଜସ୍ଥାନ ରୟାଲ

ଗୁଆହାଟୀ,୩୦।୩: ରାଜସ୍ଥାନ ରୟାଲ୍ସ ଏକ ଦମଦାର ବିଜୟ ସହିତ IPL 2026 ସିଜିନ ଆରମ୍ଭ କରିଛି। ଗୁଆହାଟୀରେ ଖେଳାଯାଇଥିବା ସେମାନଙ୍କର ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ସମ୍ପୂର୍ଣ୍ଣ…

୧୫ କିଲୋ ଗଞ୍ଜେଇ ସହ ଯୁବକଙ୍କୁ ବାନ୍ଧିଲା ପୋଲିସ

ନନ୍ଦପୁର,୩୦।୩( ତୁଷାର କାନ୍ତ ମହାନ୍ତି): ନନ୍ଦପୁର ଅବକାରୀ ଦଳ ସୋମବାର ଜଣେ ଯୁବକଙ୍କୁ ୧୫ କିଲୋ ୨୦୦ ଗ୍ରାମ ଗଞ୍ଜେଇ ସହ ଗିରଫ କରିଛି। ନନ୍ଦପୁର ଅଞ୍ଚଳରୁ…

ଡାକ୍ତରଙ୍କ ପାଖକୁ ଯାଆନ୍ତୁ ନିଶିକାନ୍ତ ଦୁବେ: ବର୍ଷିଲେ ନବୀନ

ଭୁବନେଶ୍ୱର, ୩୦।୩: ଏମ୍‌ପି ନିଶିକାନ୍ତ ଦୁବେଙ୍କ ଦ୍ୱାରା ବିଜୁ ବାବୁଙ୍କ ବାବଦରେ ରବିବାର ରଖାଯାଇଥିବା ବିବୃତ୍ତି ଶୁଣି ଆଶ୍ଚର୍ଯ୍ୟ ହେଲି। ତାଙ୍କର ଏଭଳି ମନ୍ତବ୍ୟକୁ ନିନ୍ଦା କରୁଛି।…

ବିଜୁ ପଟ୍ଟନାୟକଙ୍କ ଉପରେ ଅସମ୍ମାନଜନକ ମନ୍ତବ୍ୟକୁ ନେଇ ମୁହଁ ଖୋଲିଲେ ବୈଜୟନ୍ତ ପଣ୍ଡା: କହୁ କହୁ କହିଦେଲେ…

ଭୁବନେଶ୍ୱର,୩୦।୩: ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ସ୍ବର୍ଗତଃ ବିଜୁ ପଟ୍ଟନାୟକଙ୍କୁ ଉପରେ ଦେଇଥିବା ମନ୍ତବ୍ୟକୁ ନେଇ ରାଜନୀତି ଜୋର ଧରିଛି। ବିଜୁ ବାବୁଙ୍କ ପ୍ରତି ମନ୍ତବ୍ୟ ନେଇ…

ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଶୁଭମ, ବଳାତ୍କାର ପରେ…

ଦିଗପହଣ୍ଡି,୩୦।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ପାଟପୁର ପୋଲିସ…

ଇରାନ-ଆମେରିକା ଯୁଦ୍ଧ ଭିତରେ ପଶିଲା ଚାଇନା, କହିଦେଲା ଏତେ ବଡ଼ କଥା, ଟ୍ରମ୍ପ ଛାନିଆ

ନୂଆଦିଲ୍ଲୀ,୩୦।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଚାଇନା ଇରାନ ବିରୁଦ୍ଧରେ ଆମେରିକାର ଆକ୍ରମଣକୁ ନିନ୍ଦା କରିଛି। ଚାଇନା ସ୍ପଷ୍ଟ ଭାବରେ କହିଛି ଯେ ଇରାନ ବିରୁଦ୍ଧରେ ସାମରିକ…

ମୋଦିଙ୍କୁ ନେଇ ଏମିତି କହିଦେଲେ ଓମାର ଅବଦୁଲ୍ଲା: ରାଜନୀତିରେ ହଲଚଲ

ଶ୍ରୀନଗର,୩୦।୩: ଜମ୍ମୁ ଏବଂ କଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଯୁଦ୍ଧକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, ଆମେ ନିଶ୍ଚିତ ଭାବରେ ଆଶା କରୁଛୁ ଯେ…

ଜରୁରୀକାଳୀନ ପରିସ୍ଥିତି, ସ୍ମାର୍ଟ ଲକଡାଉନ୍‌… ଇରାନ ଯୁଦ୍ଧ ଯୋଗୁ ଘୋର ସଙ୍କଟରେ ଏହି ସବୁ ଦେଶ

ନୂଆଦିଲ୍ଲୀ,୩୦।୩: ଇରାନ, ଆମେରିକା ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ଆଉ ଏହି ତିନୋଟି ଦେଶ ମଧ୍ୟରେ ସୀମିତ ନାହିଁ। ତେଲ ଏବଂ ଗ୍ୟାସ ଯୋଗାଣରେ ବାଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri