Categories: ଖେଳ

ସାନିଆ ମିର୍ଜାଙ୍କ ସ୍ବାମୀଙ୍କୁ ‘ସାଇଲେଣ୍ଟ କିଲର୍‌’ କହିଲେ ଏହି ପାକିସ୍ତାନୀ ଅଲରାଉଣ୍ଡର; ଅଖତରଙ୍କୁ କହିଲେ ‘ଆକ୍ଟର’

ନୂଆଦିଲ୍ଲୀ,୧୦।୭: ଟେନିସ ତାରକା ସାନିଆ ମିର୍ଜାଙ୍କ ସ୍ବାମୀ ତଥା କ୍ରିକେଟର ସୋଏବ ମଲିକଙ୍କୁ ‘ସାଇଲେଣ୍ଟ କିଲର୍‌’ କହିଛନ୍ତି ପାକିସ୍ତାନର ଅଲରାଉଣ୍ଡର ଅଜହର ମହମୁଦ। କେବଳ ଏତିକି ନୁହେଁ ସେ ଶୋଏବ ଅଖ୍‌ତରଙ୍କୁ ପାକିସ୍ତାନ କ୍ରିକେଟ ଟିମ୍‌ର ସବୁଠାରୁ ବଡ଼ କଳାକାର ବୋଲି କହିଛନ୍ତି। ଏଚ୍‌ବିଏଲ୍‌ପିଏସ୍‌ଏଲ୍‌ର ‘ଜହାଁ ଫ୍ୟାନ୍ସ ବହାଁ ଷ୍ଟାଡିୟମ’ଶୋ’ରେ ସେ ଏହା କହିଛନ୍ତି।

ଶୋ’ର ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ବେଳେ ପାକିସ୍ତାନ କ୍ରିକେଟ ଟିମ୍‌ର ପୂର୍ବ ଅଧିନାୟକ ରମିଜ ରାଜା ଅଜହରଙ୍କୁ ପଚାରିଥିଲେ, ଆପଣ ନିଜର କେଉଁ ନିଷ୍ପତ୍ତି ଉପରେ ପଶ୍ଚାତାପ କରିଛନ୍ତି? ଜବାବରେ କ୍ରିକେଟର କହିଥିଲେ ଯେ, ପାକିସ୍ତାନ କ୍ରିକେଟର ଅଧିନାୟକ ଦାୟିତ୍ୱ ନ ନେଇ। ପରେ ରମିଜ ତାଙ୍କୁ ଏହା କେବେର କଥା ବୋଲି ପଚାରିଥିଲେ। ଜବାବରେ ୨୦୦୧ରେ ମୋତେ ଏହି ଅଫର ମିଳିଥିଲା ବୋଲି ସେ କହିଥିଲେ।

ପରେ ଖେଳାଳିମାନଙ୍କୁ କିଛି ଡାକନାମ ଦେବାକୁ ରମିଜ କହିଥିଲେ। ଏଥିରେ ସୋଏବଙ୍କ ନାମ ସେ ‘ସାଇଲେଣ୍ଟ କିଲର୍‌’ ଦେବେ ବୋଲି କହିଥିଲେ। ସେହିଭଳି ଅକମଲଙ୍କୁ ‘ତୋଲା’ , ଇଞ୍ଜିଙ୍କୁ ‘ବିଗ୍‌ ବ୍ରଦର’, ଓ୍ବାଶିମ୍‌ ଅକ୍ରମଙ୍କୁ ‘ଗୁରୁ’ ବୋଲି କହିଥିଲେ। ସେହିଭଳି ଅଖତରଙ୍କୁ କଳାକାର ବୋଲି ଆଖ୍ୟା ଦେଇଥିଲେ। ଏପରିକି ସେ ତାଙ୍କ ଫୋନରେ ତାଙ୍କ ନାମ ଶୋଏବ ଅଖତର ନୁହେଁ ବରଂ ଶୋଏବ ଆକ୍ଟର ରଖିଥିବା ସେ କହିଥିଲେ। ଏହାଶୁଣି ଅନ୍ୟମାନେ ହସିବାରେ ଲାଗିଥିଲେ।

Share