ପାକିସ୍ତାନ ରେସ୍ତୋରାଁରେ ଆଲିଆଙ୍କ ଭିଡିଓ କ୍ଲିପକୁ ନେଇ ଉଠିଲା ବିବାଦ

ମୁମ୍ବାଇ: ପାକିସ୍ତାନର ଏକ ରେସ୍ତୋରାଁରେ ବଲିଉଡ ମୁଭିର ଭିଡିଓ କ୍ଲିପକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ଏହି ଘଟଣାକୁ ନେଇ ଉକ୍ତ ରେସ୍ତୋରାଁ ବିବାଦ ଘେରକୁ ଚାଲି ଆସିଛି । ଘଟଣା ହେଲା ପାକିସ୍ତାନ କରାଚିରେ ଥିବା ଏକ ରେସ୍ତୋରାଁ ଆଲିଆ ଭଟ୍ଟଙ୍କ ଅଭିନୀତ ମୁଭି ‘ଗଙ୍ଗୁବାଇ କାଠିଆୱାଡି’ର ଏକ କ୍ଲିପ ଲଗାଇଛି । ଯେଉଁଥିରେ ଆଲିଆ ଭଟ୍ଟ ପୁରୁଷ ଗ୍ରାହକମାନଙ୍କୁ ଆକର୍ଷିତ କଲାଭଳି କଥା କହୁଛନ୍ତି ଓ ଅଭିନୟ କରୁଛନ୍ତି । କେବଳ ଏତିକି ନୁହେଁ ଏହାର ପୋଷ୍ଟର ସହ ପୁରୁଷ ଗ୍ରାହକଙ୍କୁ ୨୫ ପ୍ରତିଶତ ରିହାତି ଅଫର ବି ଦେଇଛି ଉକ୍ତ ରେସ୍ତୋରାଁ । ସୂଚନା ଅନୁଯାୟୀ, ପାକିସ୍ତାନ କରାଚିରେ ଥିବା ଏକ ସ୍ୱିଙ୍ଗ ରେସ୍ତୋରାଁ ବଲିଉଡ ମୁଭି ‘ଗଙ୍ଗୁବାଇ କାଠିଆୱାଡି’ର ଏକ ସିନ୍‌କୁ ବ୍ୟବହାର କରି ଗ୍ରାହକଙ୍କୁ ଅଫର ଦେଇଛି । ଏବେ ଏହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯାହାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି ।
ସୂଚନାଯୋଗ୍ୟ, ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ମୁଭି ‘ଗଙ୍ଗୁବାଇ କାଠିଆୱାଡି’ରେ ଜଣେ ଦେହଜୀବୀର ଭୂମିକାରେ ନଜର ଆସିଛନ୍ତି । ସମୟକ୍ରମେ ସେ ଏକ ପ୍ରଭାବଶାଳୀ ବେଶ୍ୟାଳୟର ମାଲିକ ହୋଇ ଯାଇଛନ୍ତି । ଆଉ ସେଇଠି ପୁରୁଷ ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସେ ହାତରେ ଇସାରା କରୁଛନ୍ତି । ରେସ୍ତୋରାଁଟି ତା’ର ପବ୍ଲିସିଟି ପାଇଁ ଏହି ଭିଡିଓକୁ ବ୍ୟବହାର କରିଥିବା କହିଛି । ହେଲେ ସୋସିଆଲ ସାଇଟରେ ଏହାକୁ ଖୁବ୍ ନିନ୍ଦା କରାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri