Categories: ଜାତୀୟ

ଏଲ୍‌ଓସିରେ ପାକିସ୍ତାନୀ କ୍ୱାଡ଼କୋପ୍ଟର: ଗୁଳି କରି ଖସାଇଲେ ଭାରତୀୟ ଯବାନ

ଶ୍ରୀନଗର, ୨୪।୧୦: ଏଲ୍‌ଓସିରେ ପାକିସ୍ତାନ ପକ୍ଷରୁ ଜାଣିଶୁଣି ଉତ୍ତେଜନା ସୃଷ୍ଟି କରାଯାଉଛି। ଏଭଳି ସ୍ଥିତିରେ ଭାରତରେ ଆତଙ୍କବାଦୀ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ଷଡ଼ଯନ୍ତ୍ର ରଚିଛି। ସୀମାରେ ଆତଙ୍କାବାଦୀ ନିକଟରେ ଅସ୍ତ୍ରଶସ୍ତ୍ର ପହଞ୍ଚାଇବା ପାଇଁ ପାକିସ୍ତାନ ସୈନ୍ୟ ବାହିନୀ ପକ୍ଷରୁ କ୍ୱାଡ଼କୋପ୍ଟରର ବ୍ୟବହାର କରାଯାଉଛି। ସୀମାରେ ଉଡ଼ି ବୁଲୁଥିବା ଏଭଳି ଏକ କ୍ୱାଡ଼କୋପ୍ଟରକୁ ଭାରତୀୟ ସେନାର ଯବାନମାନେ ଗୁଳି କରି ଖସାଇ ଦେଇଛନ୍ତି। କେରନ୍‌ ସେକ୍ଟରରେ ପାକିସ୍ତାନ ସୈନ୍ୟ ବାହିନୀର ସ୍ପେଶାଲ ସର୍ଭିସ ଗ୍ରୁପ୍‌(ଏସ୍‌ଏସ୍‌ଜି)ର ଏହି କ୍ୱାଡ଼କୋପ୍ଟରକୁ ଖସାଇ ଦିଆଯାଇଛି। ଏହା ଭାରତୀୟ ସୀମାର ୭୦ ମିଟର ଭିତରକୁ ପଶି ଆସିଥିଲା। ପାର୍ବଣ ଅବସରରେ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ଲାଗି ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ନିର୍ଦ୍ଦେଶରେ ବ୍ଲୁପ୍ରିଣ୍ଟ୍‌ ପ୍ରସ୍ତୁତ କରିଛି। ଲଞ୍ଚ୍‌ପ୍ୟାଡ୍‌ରୁ ଆତଙ୍କବାଦୀଙ୍କ ଅନୁପ୍ରବେଶ ଲାଗି ସୁଯୋଗ ସୃଷ୍ଟି ପାଇଁ ଏଲ୍‌ଓସିରେ ପାକିସ୍ତାନ ପକ୍ଷରୁ ଲଗାତାର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଥିବା କୁହାଯାଉଛି।

Share