ଭାରତ ବିରୋଧରେ ବିଷ ଓଗାଳିଲେ ପାକିସ୍ତାନ ରାଷ୍ଟ୍ରପତି: କଶ୍ମୀରକୁ ନେଇ କହିଦେଲେ ବଡ଼ କଥା

ଇସଲାମାବାଦ୍‌,୧୪।୮: ଅପରେଶନ ସିନ୍ଦୂରରେ ପାକିସ୍ତାନ ପରାଜିତ ହୋଇଥିଲା। କିନ୍ତୁ ପାକିସ୍ତାନର ରାଷ୍ଟ୍ରପତିଙ୍କଠାରୁ ପ୍ରଧାନମନ୍ତ୍ରୀ ପର୍ଯ୍ୟନ୍ତ କେହି ମିଛ କହିବାରୁ ନିବୃତ୍ତ ହେଉନାହାଁନ୍ତି। ଦେଶର ସ୍ବାଧୀନତା ଦିବସ ଅବସରରେ ଶେହବାଜ ଶରିଫ କହିଛନ୍ତି, ପାକିସ୍ତାନ ସହିତ ସଂଘର୍ଷ ପାଇଁ ଭାରତ ଦାୟୀ। ଏବେ ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀ କହିଛନ୍ତି, ପାକିସ୍ତାନ ଉପରେ ଆକ୍ରମଣ କରି ଭାରତ ଭୁଲ କରିଛି, କିନ୍ତୁ ପାକିସ୍ତାନ ମଧ୍ୟ ଏହାର ଭଲ ଜବାବ ଦେଇଛି। ଜର୍ଦ୍ଦାରୀ କଶ୍ମୀର ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ।

ଜର୍ଦ୍ଦାରୀ କହିଛନ୍ତି, ଭାରତ ଆକ୍ରମଣ କରି ଭୁଲ କରିଛି, କିନ୍ତୁ ପାକିସ୍ତାନ ସାହସ ଏବଂ ସଂଯମର ସହିତ ଜବାବ ଦେଇଛି। ବିଶ୍ୱ ଏହା ମଧ୍ୟ ଜାଣିସାରିଛି ଯେ, ଆମ ଦେଶ ଶାନ୍ତି ଚାହୁଁଛି, କିନ୍ତୁ ଏହାର ଅଖଣ୍ଡତାକୁ ରକ୍ଷା କରିବାକୁ ସମ୍ପୂର୍ଣ୍ଣ ସକ୍ଷମ। ଆମେ କାହାର ଚାପ ଆଗରେ ମୁଣ୍ଡ ନୁଆଁଇ ନାହୁଁ ଏବଂ କେବେ ମୁଣ୍ଡ ନୁଆଁଇବୁ ନାହିଁ।

ଜର୍ଦ୍ଦାରୀ ଅପରେଶନ ସିନ୍ଦୂରରେ ପାକିସ୍ତାନର ପରାଜୟକୁ ଲୁଚାଇ କହିଛନ୍ତି,ପାକିସ୍ତାନୀ ସେନା ଭାରତ ସହିତ ସଂଘର୍ଷରେ ଜିତିଛି। ଏହି ସଂଘର୍ଷରେ ବିଜୟ ଆମକୁ ମନେ ପକାଇ ଦେଇଥିଲା ଯେ ସମସ୍ତେ ଏକଜୁଟ। ଆମର ସମସ୍ତଙ୍କର ଲକ୍ଷ୍ୟ ସମାନ।

ଜର୍ଦ୍ଦାରୀ କାଶ୍ମୀର ବିଷୟରେ କହିଛନ୍ତି, ପାକିସ୍ତାନ ସର୍ବଦା ଏହାକୁ ସମର୍ଥନ କରିବ। ଆମେ ସମସ୍ତେ କଶ୍ମୀର ସହିତ ଅଛୁ। ନ୍ୟାୟ ପାଇଁ ସେମାନଙ୍କର ସାହସ ଏବଂ ସଂଘର୍ଷ ଆମ ହୃଦୟର ନିକଟତର। ସେମାନଙ୍କର ଆତ୍ମନିର୍ଣ୍ଣୟର ଅଧିକାର ହାସଲ ନ ହବା ପର୍ଯ୍ୟନ୍ତ ପାକିସ୍ତାନ ତା’ର ଅଟଳ କୂଟନୈତିକ, ନୈତିକ ଏବଂ ରାଜନୈତିକ ସମର୍ଥନ ଜାରି ରଖିବ।


Enter your email to get our daily news in your inbox.

All Right Reserved By Dharitri.Com

NDAରେ ସାମିଲ ହେବ DMK? ଶେଷ ପ୍ରତିବନ୍ଧକ ଦୂର, ମୋଦି ସରକାର ଖୁବ ଶୀଘ୍ର ଲୋକ ସଭାରେ ୩୬୦ ଆସନ ହାସଲ କରିବାକୁ ଯାଉଛି

ନୂଆଦିଲ୍ଲୀ,୨୧।୬: ତାମିଲନାଡୁ ରାଜନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା ଘଟିଛି। ଦ୍ରାବିଡ଼ ମୁନ୍ନେତ୍ର କାଝଗମ (DMK)ର ଦୀର୍ଘକାଳୀନ ସହଯୋଗୀ ଇଣ୍ଡିଆନ ୟୁନିଅନ ମୁସଲିମ ଲିଗ (IUML) ଆନୁଷ୍ଠାନିକ ଭାବରେ…

‘୫୦ ବର୍ଷରେ ୩୦ ବର୍ଷ ଭଳି ଉର୍ଜାଶୀଳ ରୁହନ୍ତୁ’, ଅନ୍ତର୍ଜାତୀୟ ଯୋଗ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତା

କୋଲକାତା,୨୧।୬: ଆଜି ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯାଉଛି। ଏହି ଅବସରରେ କୋଲକାତାରେ ଏକ ଯୋଗ ଦିବସ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଯେଉଁଥିରେ ପ୍ରଧାନମନ୍ତ୍ରୀ…

ଇସ୍ତଫା ଦେବେକି ବ୍ରିଟେନ ପ୍ରଧାନମନ୍ତ୍ରୀ? ୧୦୦ ରୁ ଅଧିକ ଏମପିଙ୍କ ଚାପ….

ଲଣ୍ଡନ,୨୧।୬: ବ୍ରିଟେନ ପ୍ରଧାନମନ୍ତ୍ରୀ କାଇର ଷ୍ଟାରମରଙ୍କ ଇସ୍ତଫା ସମ୍ପର୍କରେ କଳ୍ପନାଜଳ୍ପନା ତୀବ୍ର ହୋଇଛି । ବ୍ରିଟେନ ଖବରକାଗଜର ଏକ ରିପୋର୍ଟରେ ଦାବି କରାଯାଇଛି ଯେ ଷ୍ଟାରମର ସୋମବାର…

‘ଇଟାଲୀର ଲୋକପ୍ରିୟତା ଆମେରିକା ସହିତ ସମ୍ପର୍କ ଉପରେ ନିର୍ଭର କରେ ନାହିଁ’: ଟ୍ରମ୍ପଙ୍କୁ ମେଲୋନିଙ୍କ କଡ଼ା ଜବାବ

ରୋମ,୨୧।୬: ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନି ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ବିବାଦ ବଢ଼ିବାରେ ଲାଗିଛି। ଆଜି, ଶନିବାର, ଟ୍ରମ୍ପ ପୁଣି ଥରେ ମେଲୋନିଙ୍କ…

ଇରାନ ଆଗରେ ନଇଁଲେ ଟ୍ରମ୍ପ! କଲେ ବଡ଼ ଘୋଷଣା

ଓ୍ବାଶିଂଟନ,୨୧।୬: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଅନିଶ୍ଚିତତା ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଘୋଷଣା କରିଛନ୍ତି। ଟ୍ରମ୍ପ କହିଛନ୍ତି…

ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପ୍ରାଇମ ଡେ’ର ୧୦ମ ସଂସ୍କରଣ

ଭୁବନେଶ୍ୱର,୨୧।୬: ଆସନ୍ତା ଜୁଲାଇ ୪ରୁ ଆମାଜନ ଇଣ୍ଡିଆ ପକ୍ଷରୁ ପ୍ରାଇମ ଡେ’-୨୦୨୬ର ୧୦ମ ସଂସ୍କରଣ ଆରମ୍ଭ ହେବାକୁ ଯାଉଛି । ଏହା ୪ ଜୁଲାଇ ରାତି ୧୨ଟାରୁ…

ପୋଲାଣ୍ଡର ସର୍ବୋଚ୍ଚ ସମ୍ମାନ ଫେରାଇଲେ ଜେଲେନସ୍କି, ରାଷ୍ଟ୍ରପତି କରୋଲ ନାଭ୍ରୋକିଙ୍କ ଘୋଷଣା ପରେ…

କ୍ୱିଭ,୨୧।୬: ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଶନିବାର ପୋଲାଣ୍ଡର ସର୍ବୋଚ୍ଚ ନାଗରିକ ସମ୍ମାନ, ହ୍ବାଇଟ ଇଗଲ ଅର୍ଡର ଫେରାଇ ଦେଇଛନ୍ତି। ପୋଲାଣ୍ଡ ଅଧିକାରୀ କାରୋଲ ନାୱରୋକିଙ୍କ ଦ୍ୱାରା…

ଭୁବନେଶ୍ବରବାସୀ ଇନ୍‌ଷ୍ଟାମାର୍ଟରେ ଅଧିକ ଅର୍ଡର କରନ୍ତି ଏହି ଜିନିଷ, ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

କୋଲକାତା, ୨୧।୬: ଭୁବନେଶ୍ୱରରୁ ଚା ଅର୍ଡର କରାଯିବାରେ ବାର୍ଷିକ ହାରରେ ୬୪% ବୃଦ୍ଧି ଘଟିବା ସହିତ ଇନ୍‌ଷ୍ଟାମାର୍ଟରେ ଏହି ସହରରୁ ସର୍ବାଧିକ ଚା’ ଅର୍ଡର କରାଯାଉଥିବା ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri