ଚକୋଲେଟ୍‌ ଚୋରି କରି ପୁଣି ଅଡୁଆରେ ପାକିସ୍ତାନ ରାଜନେତା

ଇସଲାମାବାଦ୍‌: ପାକିସ୍ତାନକୁ ପୁଣି ଥରେ ଲଜ୍ଜିତ ହେବାକୁ ପଡ଼ିଛି। ଦକ୍ଷିଣ କୋରିଆରେ ପାକିସ୍ତାନର ଦୁଇ ରାଜନେତା ଚୋରି କରିଥିବା ବେଳେ ଧରା ପଡ଼ିଛନ୍ତି। ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଦୁଇ ନେତା କୌଣସି ବଡ଼ ଜିନିଷ ଚୋରି କରିନାହାନ୍ତି। ଚକୋଲେଟ୍‌ ଏବଂ ଟୋପି ଚୋରି କରିଛନ୍ତି। ସିସିଟିଭିରେ ଏହି ଚୋରି ଘଟଣା କଏଦ ହୋଇଛି। ଏହି ଘଟଣାରେ ଲୋକେ ପାକିସ୍ତାନକୁ ଖୁବ୍‌ ଗାଳି କରୁଛନ୍ତି। ଏହା ପାକିସ୍ତାନୀ ରାଜନେତାଙ୍କ ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ମଧ୍ୟ ପାକିସ୍ତାନ ନିଜ ଦେଶର କିଛି ଅସାଧୁ ବ୍ୟକ୍ତିବିଶେଷଙ୍କ ପାଇଁ ଅପମାନିତ ହୋଇ କ୍ଷମା ମାଗି ସାରିଛି।

ଏକ ରିପୋର୍ଟ ଅନୁଯାୟୀ, ପାକିସ୍ତାନ ଦୂତାବାସର ଦୁଇ କର୍ମଚାରୀ ଦକ୍ଷିଣ କୋରିଆରେ ୧୯୦୦ ବର୍ନ ଚକୋଲେଟ୍‌ ଚୋରି କରିଥିବା ଅଭିଯୋଗ ହୋଇଛି। ସେହିପରି ୧୧୦୦ ଟୋପି ମଧ୍ୟ ଚୋରି କରିଛନ୍ତି। ଚୋରି ସମ୍ପର୍କରେ ଷ୍ଟୋର ମାଲିକ ମାମଲା ଦାୟର କରିଥିଲେ। ପୋଲିସ ସିସିଟିଭି ଯାଞ୍ଚ କରିଥିଲା। ଏଥିରୁ ଜଣାପଡ଼ିଥିଲା ଚୋର ଆଉ କେହି ନୁହନ୍ତି, ପାକିସ୍ତାନର ହିଁ ଅଟନ୍ତି। ଏଥିରେ ଦୁଇ ଅଭିଯୁକ୍ତ ଗିରଫ ହୋଇନାହାନ୍ତି ମାତ୍ର ସମଗ୍ର ବିଶ୍ୱରେ ପାକିସ୍ତାନକୁ ଲଜ୍ଜିତ ହେବାକୁ ପଡ଼ିଛି। ତେବେ ପାକିସ୍ତାନ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ଆସିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଦୋମୁହାଁ ନୀତି: କ୍ରିକେଟରେ ରାଜନୀତି, ‘ଡଲାର’ ପାଇଁ ଭାରତୀୟ ବଂଶୋଦ୍ଭବଙ୍କୁ ଭବ୍ୟ ସ୍ୱାଗତ

ନୂଆଦିଲ୍ଲୀ,୬।୨: ପାକିସ୍ତାନର ଦୋମୁହାଁ ଚରିତ୍ର ଏବେ ସାରା ବିଶ୍ୱ ଆଗରେ ପୁଣିଥରେ ପ୍ରକଟ ହୋଇଛି। ଗୋଟିଏ ପଟେ ପାକିସ୍ତାନ ଭାରତ ବିରୋଧରେ କ୍ରିକେଟକୁ ଅସ୍ତ୍ର କରି ଟି-୨୦…

ଯାତ୍ରା ମଝିରେ ଷ୍ଟେଜ୍‌ରେ ଗଳିପଡିଲେ ସାଇ, ରାତି ଅଧରେ ଗଲେ ମେଡିକାଲ

ଭୁବନେଶ୍ୱର,୬।୨: ଅସୁସ୍ଥ ହେଲେ ତୁଳସୀ ଗଣନାଟ୍ୟର ମୁଖ୍ୟ ଖଳନାୟକ ସାଇ ସତ୍ୟଜିତ୍‌ ପଣ୍ଡା। ଅଧାରୁ ବନ୍ଦ ହେଲା ଯାତ୍ରା। ଯାତ୍ରା ଅଧାରୁ ସାଇଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା…

ଅବକାରୀ ଥାନାଠାରୁ ଅନତି ଦୂରରେ ଚାଲିଛି ଚୋରାମଦ କାରବାର, ପ୍ରତିବାଦରେ ମହିଳା…

ଧର୍ମଶାଳା,୬ା୨(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲା ଜାରକା ଅଞ୍ଚଳର ଶତାଧିକ ମହିଳା ଚୋରା ମଦ ବିକ୍ରି ପ୍ରତିବାଦରେ ଧର୍ମଶାଳା ଅବକାରୀ ଥାନା ସମ୍ମୁଖରେ ଧାରଣା ଦେଇଛନ୍ତି। ଜାରକା…

ସମ୍ବଲପୁର ସର୍କଲ ଜେଲ୍‌ରେ ରାଜସ୍ଥାନ ପୋଲିସ

ସମ୍ବଲପୁର,୬।୨: ରାଜସ୍ଥାନ ପୋଲିସର ଏକ ଟିମ୍‌ ଶୁକ୍ରବାର ସମ୍ବଲପୁର ସର୍କଲ ଜେଲ୍‌ରେ ପହଞ୍ଚି ପୋଲିସ ଅଧିକାରୀଙ୍କୁ ଭେଟିଛନ୍ତି। ଏହି ଅବସରରେ ରାଜସ୍ଥାନ ପୋଲିସ ଜେଲ୍‌ରେ ଥିବା ଦୁର୍ଦ୍ଦାନ୍ତ…

RCB ମହିଳା ଟିମକୁ ଶୁଭେଚ୍ଛା ଜଣାଉ ଜଣାଉ ପୁରୁଷ ଟିମକୁ ଏମିତି କହିଲେ ବିଜୟ ମାଲ୍ୟା, ଯାହା ହେଉଛି ଭାଇରାଲ

ନୂଆଦିଲ୍ଲୀ,୬।୨: ମହିଳା ପ୍ରିମିୟର ଲିଗ ୨୦୨୬ର ଫାଇନାଲ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରି ଟାଇଟଲ ଜିତିଛି। ସ୍ମୃତି ମନ୍ଧାନାଙ୍କ ନେତୃତ୍ୱରେ RCB…

ଭାଲେଣ୍ଟାଇନ୍‌ ଡେ’ରୁ ଏହି ରାଶିର ଆରମ୍ଭ ହେବ ଭଲ ଦିନ, ଖୋଲିବ ବନ୍ଦ ଭାଗ୍ୟର ତାଲା

ଫେବୃଆରୀ ମାସ ମିଥୁନ ରାଶି ପାଇଁ ବିଶେଷ ହୋଇପାରେ। ୧୩ ଫେବୃଆରୀ ପରେ, ମିଥୁନ ରାଶିର ଭାଗ୍ୟ ସେମାନଙ୍କ ପାଇଁ ଅନୁକୂଳ ହୋଇପାରେ। ରାଶିର ଅଧିଷ୍ଠାତ୍ରୀ ଦେବତା…

ଆମେରିକା ସହିତ ‘ସିକ୍ରେଟ୍‌ ଟାରିଫ୍‌ ଡିଲ୍‌’ କରିବାକୁ ଯାଉଛି ବାଂଲାଦେଶ, ଭାରତ ପାଇଁ ବଢିଲା ଟେନସନ୍‌

ନୂଆଦିଲ୍ଲୀ,୬।୨: ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ଆମେରିକା ସହିତ ଏକ ଗୁପ୍ତ ଟାରିଫ୍‌ ଚୁକ୍ତି କରିବାକୁ ଯୋଜନା କରୁଛି। ଦେଶର ସଂସଦୀୟ ନିର୍ବାଚନର ମାତ୍ର ତିନି ଦିନ ପୂର୍ବରୁ,…

ଏମିତି ମିଛ କହିଲେ ଟ୍ରମ୍ପ: ପୋଲ୍‌ ଖୋଲି ଦେଲା ଚାଇନା

ଓ୍ବାଶିଂଟନ୍‌,୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଫୋନ କଲ୍‌ ପରେ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟରେ ଅନେକ ସାହସିକ ଦାବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri