ଅଧା ଯାତ୍ରାରୁ ବିମାନ ଉଡାଇବାକୁ ମନାକଲେ ପାଇଲଟ, କହିଲେ ସିଫ୍ଟ ସରିଯାଇଛି

ଇସଲାମାବାଦ,୧୭ ।୧: ରବିବାର ପାକିସ୍ତାନର ଜଣେ ପାଇଲଟ ସୌଦି ଆରବର ରାଜଧାନୀ ରିୟାଦରୁ ଏକ ବିମାନକୁୁ ଇସଲାମାବାଦ ଆଣିବାକୁ ମନା କରି ଦେଇଥିଲେ । ସେ କହିଥିଲେ କି ତାଙ୍କ ସିଫ୍ଟର ସମୟ ଶେଷ ହୋଇଛି ତେଣୁ ଏବେ ଆଉ ସେ ବିମାନ ଉଡାଇବେ ନାହିଁ ।
ପାକସ୍ତାନ ଇଣ୍ଟର ନ୍ୟାଶନାଲ ଏୟାର ଲାଇନ୍ସ(ପିଆଇଏ)ର ପାଇଲଟ ଅଧାଯାତ୍ରାରୁ ବିମାନ ଉଡାଇବାକୁ ମନା କରି ଦେଇଥିଲେ । ଏହାପରେ ବିମାନରେ ଥିବା ସମସ୍ତ ଯାତ୍ରୀ ରାଗିଯାଇ ବିମାନରୁ ଓହ୍ଲାଇବେ ନାହିଁ ବୋଲି କହିଥିଲେ । ପାକିସ୍ତାନର ଗଣମାଧ୍ୟମ ଓ ଏକ୍ସପ୍ରେସ ଟ୍ରିବ୍ୟୁନର ସୂଚନା ଅନୁଯାୟୀ, ପିଆଇଏ ପ୍ରଶାସନ କହିଛି ପିକେ-୯୭୫୪ ବିମାନ ସୌଦି ଆରବର ରାଜଧାନୀ ରିଆଦରୁ ଯାତ୍ରା ଆରମ୍ଭ କରିଥିଲା । ହେଲେ ଖରାପ ପାଗ ଯୋଗୁ ଏହାକୁ ଦମ୍ମମରେ ଅବତରଣ କରାଇବାକୁ ପଡିଥିଲା । ଏହି ସମୟରେ ବିମାନର ପାଇଲଟ କହିଥିଲେ ତାଙ୍କର ସିଫ୍ଟ ଟାଇମ ସରିଯାଇଛି ତେଣୁ ସେ ବିମାନ ଉଡାଇବେ ନାହିଁ । ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଏୟାରପୋର୍ଟର ସିକ୍ୟୁରିଟିକୁ ଡକାଯାଇଥିଲା । ଏପଟେ ପିଆଇଏର ପ୍ରବକ୍ତା କହିଥିଲେ ବିମାନ ଯାତ୍ରାର ସୁରକ୍ଷା ପାଇଁ ଯାତ୍ରା କରିବା ପୂର୍ବରୁ ପାଇଲଟଙ୍କୁ ଉଚିତ ଆରାମ କରିବା ଆବଶ୍ୟକ । ଏହି ହିସାବରେ ବ୍ୟବସ୍ଥା ବି କରାଯାଇଛି ।

Share