ଗୋଟିଏ ପରିବାରର ୬୦ତମ ସନ୍ତାନ ଜନ୍ମ

ଇସ୍‌ଲାମାବାଦ,୩।୧: ଗୋଟିଏ ପରିବାରରେ ୬୦ତମ ସନ୍ତାନ ଜନ୍ମ ନେଇଛି। କଥାଟି ଶୁଣିବାକୁ ଟିକେ ଅଡୁଆ ଲାଗିପାରେ। ହେଲେ କଥାଟି ସତ। କିଛି ଏଭଳି ଘଟଣା ଘଟିଛି ପାକିସ୍ତାନ ବଲୁଚିସ୍ତାନର ରାଜଧାନୀ କ୍ୱେଟାରେ। କ୍ୱେଟାର ରହୁଥିବା ଜନ୍‌ ମହମ୍ମଦ ଘରର ଏକମାତ୍ର ମୁଖିଆ। ସେ ଡାକ୍ତର ଭାବେ କାର୍ଯ୍ୟରତ ଥିବା ବେଳେ ସେହି ଅଞ୍ଚଳରେ ତାଙ୍କର କ୍ଲିନିକ୍‌ ରହିଛି। ୧୯୯୯ରେ ଜନ୍‌ ପ୍ରଥମ ଥର ବିବାହ କରିଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ସେ ୩ଟି ବିବାହ କରିସାରିଛନ୍ତି। ପ୍ରଥମ ପତ୍ନୀଙ୍କଠାରୁ ତାଙ୍କର ଗୋଟିଏ ଝିଅ ରହିଛି। ଯାହାର ନାମ ଶଗୁଫ୍‌ତା ନାସରିନ୍‌।

ନିକଟରେ ଅର୍ଥାତ୍‌ ଜାନୁଆରୀ ୧ରେ ସର୍ଦ୍ଦାର ହାଜି ମହମ୍ମଦଙ୍କ ଘରେ ୬୦ତମ ସନ୍ତାନ ଜନ୍ମ ଗ୍ରହଣ କରିଛନ୍ତି। ଏକ ଟିଭି ଚ୍ୟାନେଲକୁ ଦେଇଥିବା ସାକ୍ଷାତକାରରେ ଜନ କହିଛନ୍ତି,ଏହା ହେଉଛି ଆଲ୍ଲାଙ୍କର ଦୟା। ତାଙ୍କର ୬୦ତମ ସନ୍ତାନର ଜନ୍ମକୁ ନେଇ ସେ ବହୁତ ଖୁସି ଅଛନ୍ତି। ସେ ତାଙ୍କର ନାମ ହାଜି ଖୁଶହାଲ ଖାନ ରଖିଛନ୍ତି। ଜନ ମହମ୍ମଦ ଶହେ ସନ୍ତାନର ପିତା ହେବାକୁ ଚାହୁଁଛନ୍ତି। ଏଥିପାଇଁ ସେ ଖୁବ ଶୀଘ୍ର ଚତୁର୍ଥ ଥର ବିବାହ କରବାକୁ ଝିଅ ଖୋଜୁଛନ୍ତି। ଅନ୍ୟପଟେ ମହମ୍ମଦ ଏବଂ ତାଙ୍କ ସ୍ତ୍ରୀ ପୁଅ ଅପେକ୍ଷା ଘରେ ଝିଅ ଚାହୁଁଛନ୍ତି। ତାଙ୍କର ଅନେକ ଝିଅ ବିବାହ ଯୋଗ୍ୟ ହୋଇଥିବା ବେଳେ ଜନ୍‌ କିନ୍ତୁ ସେମାନଙ୍କୁ ଅଧିକ ଶିକ୍ଷା ଦେବାକୁ ଚାହୁଁଛନ୍ତି।

Share