Categories: ଜାତୀୟ

ପାକିସ୍ତାନୀ ଯୁବତୀଙ୍କୁ ବିବାହ କରିବା ସିକ୍ୟୁରିଟି ଗାର୍ଡଙ୍କୁ ପଡ଼ିଲା ମହଙ୍ଗା

ବେଙ୍ଗାଲୁରୁ,୨୪।୧: ଭାରତରେ ବେଆଇନ୍‌ ଭାବେ ରହୁଥିବା ଜଣେ ପାକିସ୍ତାନୀ ୧୫ ବର୍ଷିୟ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଯୁବତୀଙ୍କ ପାଖରେ ଆବଶ୍ୟକୀୟ ବିଦେଶୀ ପ୍ରମାଣପତ୍ର ନ ଥିବାରୁ ପୋଲିସ ଏଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି। ଯୁବତୀ ଜଣକ ନେପାଳର କାଠମାଣ୍ଡୁ ଦେଇ ଭାରତରେ ପ୍ରବେଶ କରିଥିବା ବେଳେ ସ୍ବାମୀ ମୁଲାୟମ ସିଂ ଯାଦବ ତାଙ୍କୁ ସହଯୋଗ କରିଥିବା ପୋଲିସ କହିଛି।

ମିଳିଥିବା ସୂଚନା ମୁତାବକ, ଅନ୍‌ଲାଇନ୍‌ରେ ଲୁଡୋ ଖେଳି ଉତ୍ତର ପ୍ରଦେଶର ମୁଲାୟମ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ। ପରେ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏନେଇ ଗତବର୍ଷ ସେପ୍ଟେମ୍ବରରେ ଯୁବତୀ ଜଣକ କାଠମାଣ୍ଡୁ ଦେଇ ଭାରତରେ ପ୍ରବେଶ କରିଥିଲେ। ପରେ ଦୁହେଁ ରୀତିନୀତିରେ ବିବାହ କରି ଏକ କ୍ୱାର୍ଟର ଏକାଠି ରହୁଥିଲେ। ଏନେଇ ପୋଲିସକୁ ଖବର ମିଳିଥିଲା। ପୋଲିସ ତଦନ୍ତ ପରେ ଯୁବତୀଙ୍କ ସହ ସ୍ବାମୀ ମୁଲାୟମଙ୍କୁ ଗିରଫ କରିଛି। ମୁଲାୟମ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଜଣାପଡିଛି।

Share