ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ଏଭଳି ମାଛ, ଯାହାର ଦାମ୍‌ ଜାଣିଲେ…

ଇସଲାମାବାଦ,୧୦।୧୧: ରାତାରାତି କୋଟିପତି ହେବାର କାହାଣୀ ଆମେ ପ୍ରାୟତଃ ଶୁଣିଛୁ। ହେଲେ ବାସ୍ତବ ଜୀବନରେ ଏଭଳି ଘଟଣା ଯାହାକୁ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ବର୍ତ୍ତମାନ ପାକିସ୍ତାନୀ ମତ୍ସ୍ୟଜୀବୀଙ୍କ ରାତାରାତି କୋଟିପତି ହେବାର କାହାଣୀ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ପାକିସ୍ତାନର ଇବ୍ରାହିମ ହାଇଦାରୀଙ୍କ ଭାଗ୍ୟ ବଦଳି ଯାଇଛି। ଯେତେବେଳେ ତାଙ୍କ ହାତରେ ‘ଗୋଲଡେନ ଫିସ’ (ସୋବା) ହାତରେ ଲାଗିଥିଲା। ଆରବ ସାଗରରୁ ଧରାଯାଇଥିବା ଏହି ମାଛ ମତ୍ସ୍ୟଜୀବୀଙ୍କ ଜୀବନକୁ ବଦଳାଇ ଦେଇଛି। ପାକିସ୍ତାନ ମତ୍ସ୍ୟଜୀବୀ ଫେକ ଫୋରମର ମୁବାରକ ଖାନ କହିଛନ୍ତି ଯେ, ଶୁକ୍ରବାର ସକାଳେ ମତ୍ସ୍ୟଜୀବୀ କରାଚି ବନ୍ଦରରେ ଧରିଥିବା ମାଛକୁ ନିଲାମ କରିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। କାରଣ ସେହି ମାଛ ପ୍ରାୟ ସାତ କୋଟି (୭୦ ନିୟୁତ) ଟଙ୍କାରେ ବିକ୍ରି ହୋଇଛି।

ସୋବା ମାଛ ମୂଲ୍ୟବାନ ଏବଂ ବିରଳ ବୋଲି ବିବେଚନା କରାଯାଏ, କାରଣ ଏହାର ପେଟରୁ ନିର୍ଗତ ପଦାର୍ଥର ଆରୋଗ୍ୟ ଏବଂ ଔଷଧୀୟ ଗୁଣ ରହିଛି। ମାଛରୁ ମିଳିଥିବା ସୂତା ପରି ପଦାର୍ଥ ମଧ୍ୟ ସର୍ଜିକାଲ ପଦ୍ଧତିରେ ବ୍ୟବହୃତ ହୁଏ। ମାଛର ଓଜନ ୨୦ ରୁ ୪୦ କିଲୋଗ୍ରାମ। ଯାହା ପୂର୍ବ ଏସୀୟ ଦେଶଗୁଡିକରେ ବହୁତ ଚାହିଦା ରହିଛି।

Share