ନୂଆଦିଲ୍ଲୀ,୨୫।୯: ଜାପାନର ସାନୋ ସହରରେ ଖେଳାଯାଇଥିବା ଭାରତ-ଜାପାନ ଏକମାତ୍ର ଟି-୨୦ ମ୍ୟାଚ ପରେ ମୈଦାନ ବାହାରେ ଦେଖିବାକୁ ମିଳିଥିଲା ଏକ ମଜାଦାର ଦୃଶ୍ୟ। ଭାରତୀୟ ଷ୍ଟାର ବ୍ୟାଟର ସଞ୍ଜୁ ସାମସନ ଓ ଜଣେ ଫ୍ୟାନଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତା ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି। ମ୍ୟାଚ ଶେଷ ହେବା ପରେ ଖେଳାଳିମାନେ ଡ୍ରେସିଂ ରୁମ ଓ ବାଉଣ୍ଡ୍ରି ନିକଟରେ ଥିଲେ। ଏହି ସମୟରେ ଜଣେ ଫ୍ୟାନ ପ୍ରଥମେ ଇଶାନ କିଶନଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଇଶାନଙ୍କଠାରୁ କୌଣସି ପ୍ରତିକ୍ରିୟା ନମିଳିବାରୁ ସେ ସିଧା ସଞ୍ଜୁ ସାମସନଙ୍କ ଆଡ଼କୁ ମୁହଁ ବୁଲାଇଥିଲେ।
ଫ୍ୟାନ ଜଣକ ଉତ୍ସାହର ସହ ସଞ୍ଜୁଙ୍କୁ ଡାକି କହିଥିଲେ, ‘ସଞ୍ଜୁ, ଆଇ ଲଭ ୟୁ। ଅଭିଷେକଙ୍କୁ ଡାକନ୍ତୁ।’ ଫ୍ୟାନଙ୍କ ଅନୁରୋଧରେ ସଞ୍ଜୁ ସାମସନ ଅତ୍ୟନ୍ତ ଶାନ୍ତ ଓ ସହଜ ଢଙ୍ଗରେ ଜବାବ ଦେଇଥିଲେ। ସେ କହିଥିଲେ ଯେ ଅଭିଷେକ ଶର୍ମା ବର୍ତ୍ତମାନ ଖାଇବାକୁ ଯାଇଛନ୍ତି। ଖାଇସାରିବା ପରେ ସେ ବାହାରକୁ ଆସିବେ। ମ୍ୟାଚ ଏବେ ମାତ୍ର ଶେଷ ହୋଇଛି, ଆମକୁ ଟିକେ ସମୟ ଦିଅନ୍ତୁ। ଏହାପରେ ସଞ୍ଜୁ ଷ୍ଟାଡିୟମର ଏକ ନିର୍ଦ୍ଦିଷ୍ଟ ସ୍ଥାନ ଆଡ଼କୁ ଇସାରା କରି ସେଠାରେ ଅପେକ୍ଷା କରିବାକୁ ଫ୍ୟାନଙ୍କୁ କହିଥିଲେ। ଫ୍ୟାନ ମଧ୍ୟ ସଞ୍ଜୁଙ୍କ କଥାରେ ରାଜି ହୋଇ ସେଠାରେ ଅପେକ୍ଷା କରିବାକୁ କହିଥିଲେ।
କିନ୍ତୁ ଏହାର ଠିକ ପରେ ଫ୍ୟାନ ଜଣକ ଏପରି ଏକ କଥା କହିଥିଲେ, ଯାହା ଶୁଣି ସମସ୍ତଙ୍କ ମୁହଁରେ ହସ ଫୁଟିଥିଲା। ସେ ଚିତ୍କାର କରି ସଞ୍ଜୁଙ୍କୁ କହିଥିଲେ, ‘ମୁଁ ସେଠାରେ ଅପେକ୍ଷା କରିବି, କିନ୍ତୁ ମୁଁ ପାକିସ୍ତାନରୁ ଆସିଛି। ଆଇ ଲଭ ୟୁ!’
ସୀମା ଆରପାରରୁ ଆସିଥିବା ଏହି ଅପ୍ରତ୍ୟାଶିତ ପ୍ରଶଂସା ଓ ଫ୍ୟାନଙ୍କ ଖୋଲାମେଲା କଥାବାର୍ତ୍ତା ମୁହୂର୍ତ୍ତଟିକୁ ଆହୁରି ମଜାଦାର କରିଦେଇଥିଲା।
The moment a fan said to Sanju Samson, “𝗜’𝗺 𝗳𝗿𝗼𝗺 𝗣𝗮𝗸𝗶𝘀𝘁𝗮𝗻 🇵🇰” 🤣😭
𝗙𝗮𝗻: Asked Ishan Kishan for an autograph, but he didn’t respond.
Then he moved to Sanju Samson.
𝗙𝗮𝗻: “Sanju, I love you. Call Abhishek.”
𝗦𝗮𝗻𝗷𝘂: “He’s having his food. He’ll come after… pic.twitter.com/r2XiKnE6CF
— Mukku (@Cric_Mukku) September 24, 2026