Categories: ଜାତୀୟ

ପାକିସ୍ତାନୀ ଡ୍ରୋନ୍‌କୁ ଗୁଳିକରି ଖସାଇଲେ ବିଏସ୍‌ଏଫ୍‌ ଯବାନ

ଶ୍ରୀନଗର,୨୧।୧୧: ଏଲ୍‌ଓସିରେ ପାକିସ୍ତାନ ଉତ୍ତେଜନା ସୃଷ୍ଟି କରିବାରେ ଲାଗିଛି। ସାମ୍ବା ସେକ୍ଟରରେ ଏକ ପାକିସ୍ତାନ ଡ୍ରୋନ୍‌କୁ ବିଏସ୍‌ଏଫ୍‌ ଯବାନ ଗୁଳିକରି ଖସାଇ ଦେଇଛନ୍ତି। ଡ୍ରେନ୍‌ଟି ଭାରତୀୟ ସୀମାର ୫୦୦ ମିଟର ଭିତରକୁ ପ୍ରବେଶ କରିଥିବା କୁହାଯାଉଛି। ଡ୍ରୋନ୍‌କୁ ଦେଖିବା ପରେ ବିଏସ୍‌ଏଫ୍‌ ଯବାନଙ୍କ ପକ୍ଷରୁ ଆଲର୍ଟ ଜାରି କରାଯିବା ସହିତ ଲକ୍ଷ୍ୟ କରି ୧୨ରୁ ୧୫ ରାଉଣ୍ଡ ଗୁଳି ଫାୟାରିଂ କରାଯାଇଥିଲା। ଡ୍ରୋନ୍‌ ଦ୍ୱାରା ପାକିସ୍ତାନ ଆତଙ୍କବାଦୀଙ୍କ ପାଖରେ ଅସ୍ତ୍ରଶସ୍ତ୍ର ପହଞ୍ଚାଇବା କାର୍ଯ୍ୟ କରୁଥିବା ଭାରତୀୟ ପ୍ରତିରକ୍ଷା ବିଭାଗ ପକ୍ଷରୁ କୁହାଯାଉଛି। ଏହାକୁ ଦୃଷ୍ଟିରେ ରଖି ସୀମାରେ ପାଟ୍ରୋଲିଂ ଏବଂ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Share