Posted inଖେଳ

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଶରୀରକୁ ନେଇ ପ୍ରଶ୍ନ ଉଠାଇଲେ ପାକିସ୍ତାନ କ୍ରିକେଟର୍‌

ଇସଲମାବାଦ,୨୪।୮:ଭାରତୀୟ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦୀର୍ଘ ଦିନ ଧରି ପିଠି ଯନ୍ତ୍ରଣା ସହ ସଂଗ୍ରାମ କରିଆସୁଛନ୍ତି। ଯଦିଓ ସେ ଶ୍ରୀଲଙ୍କା ଗସ୍ତରେ କିଛି ଓଭର ବୋଲିଂ କରିଥିଲେ ମଧ୍ୟ ସେ ନିଜର ସ୍ପେଲ୍‌ ପୂରଣ କରିପାରି ନ ଥିଲେ। ଏଭଳି ପରିସ୍ଥିତିରେ ସେ ଟି -୨୦ ବିଶ୍ୱକପକୁ ନେଇ ଟିମ ଇଣ୍ଡିଆର ଚିନ୍ତାର ବିଷୟ ପାଲଟିଛନ୍ତି। ତେବେ ଶ୍ରୀଲଙ୍କା ଗସ୍ତରେ ବୋଲିଂ ପ୍ରଶିକ୍ଷକ ଥିବା ପରାସ ମହମ୍ବ୍ରି କହିଛନ୍ତି ଯେ, ବିଶ୍ୱକପ ପର୍ଯ୍ୟନ୍ତ ବୋଲିଂ କରିବାକୁ ସେ ସମ୍ପୂର୍ଣ୍ଣ ଫିଟ ହେବେ।
ଏହି ସମୟରେ ପାକିସ୍ତାନର ପୂର୍ବତନ ଅଧିନାୟକ ସଲମାନ ବଟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପରାମର୍ଶ ଦେଇଛନ୍ତି। ସେ ପାଣ୍ଡ୍ୟାଙ୍କ ପ୍ରକୃତ ସମସ୍ୟା ବିଷୟରେ ମଧ୍ୟ କହିଥିଲେ। ସଲମାନ ବଟ କହିଛନ୍ତି ଯେ, ପାଣ୍ଡ୍ୟାଙ୍କ ପ୍ରକୃତ ସମସ୍ୟା ହେଉଛି ସେ ଅତ୍ୟଧିକ ପତଳା ଏବଂ ଆଘାତରୁ ସୁସ୍ଥ ହେବା ପରେ ତାଙ୍କ ବୋଲିଂ ଅତିରିକ୍ତ ଭାର ନେବା ପାଇଁ ତାଙ୍କ ଶରୀର ପ୍ରସ୍ତୁତ ନୁହେଁ। ପାଣ୍ଡ୍ୟା ମାଂସପେଶୀକୁ ମଜବୁତ କରିବା ଉପରେ ଧ୍ୟାନ ଦେବା ଉଚିତ୍‌। ସେ କହିଛନ୍ତି ଯେ ଯଦି ପାଣ୍ଡ୍ୟାଙ୍କୁ ଅଧିକ ଭାର ଦିଆଯାଏ ତେବେ ସେ ଆହତ ହେବେ। ହାର୍ଦ୍ଦିକଙ୍କ ବୋଲିଂ ଆକ୍ସନ ବହୁତ ଭଲ, କିନ୍ତୁ ତାଙ୍କ ଶରୀର ଅଧିକ ଓଜନ ସମ୍ଭାଳି ପାରିବ ନାହିଁ । କପିଲ ଦେବ ଏବଂ ଇମ୍ରାନ ଖାନଙ୍କ ଉଦାହରଣ ଦେଇ ପାକିସ୍ତାନର ପୂର୍ବତନ ଅଧିନାୟକ ବଟ୍ଟ କହିଛନ୍ତି ଯେ ପାଣ୍ଡ୍ୟାଙ୍କ ଅପେକ୍ଷା ଦୁହେଁ ଅଧିକ ଫିଟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ପୂର୍ବରୁ ନିୟମରେ ବଡ଼ ପରିବର୍ତ୍ତନ କଲା CBSE, ସପ୍ଲିମେଣ୍ଟାରୀ ଦେବାକୁ ହେଲେ….

ନୂଆଦିଲ୍ଲୀ,୧୬।୨: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ଫେବୃଆରୀ ୧୮ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହି ସମୟରେ, CBSE ଏକ…

ମାଳମାଳ ଅଭିଯୋଗ, ଫଳ ଶୂନ, ଏହି ବ୍ୟବସ୍ଥାକୁ ନେଇ…

ଦାରିଙ୍ଗବାଡ଼ି,୧୬ା୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସଭାଗୃହ ପରିସରରେ ସୋମବାର କନ୍ଧମାଳ ଜିଲାପାଳ ବେଦଭୂଷଣ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। ଏହି ସମୟରେ ପ୍ରତ୍ୟେକ ଅଭିଯୋଗ ଶୁଣାଣିରେ…

ବିଶ୍ୱ ଦେଖିବ ଭାରତର ଶକ୍ତି! ଫ୍ରାନ୍ସରୁ ବ୍ରାଜିଲ ପର୍ଯ୍ୟନ୍ତ, AI Impact Summit 2026ରେ ବିଶ୍ୱ ଶକ୍ତିର ହେବ ସମାବେଶ

ନୂଆଦିଲ୍ଲୀ,୧୬।୨: ଫେବୃଆରୀ ୧୭ ଏବଂ ୧୮ ତାରିଖରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ଏଆଇ ଇମ୍ପାକ୍ଟ ଶିଖର ସମ୍ମିଳନୀ ୨୦୨୬ କେବଳ ଏକ ପ୍ରଯୁକ୍ତିବିଦ୍ୟା କାର୍ଯ୍ୟକ୍ରମ ନୁହେଁ…

‘ଶଶି ଥରୁର ବୈଦେଶିକ ମନ୍ତ୍ରୀ ହେବାକୁ ଚାହୁଁଛନ୍ତି, ପବନ ଖେରା କେବଳ କାଠ କଣ୍ଢେଇ’, କାହିଁକି ଏମିତି କହିଲେ ମଣି ଶଙ୍କର ଆୟାର? ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୬।୨: ବିବାଦୀୟ ବୟାନ ପାଇଁ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ମଣି ଶଙ୍କର ଆୟାର ତାଙ୍କ ଦଳ ଭିତରେ ଥିବା ବରିଷ୍ଠ ନେତାମାନଙ୍କୁ ଟାର୍ଗେଟ କରିଛନ୍ତି। ସେ…

ଆଜି ଶଙ୍ଖଭବନରେ ବସିବ ବୈଠକ, ନବୀନ ନେବେ ବଡ଼ ନିଷ୍ପତ୍ତି

ଭୁବନେଶ୍ୱର,୧୬ା୨: ସୋମବାର ଅର୍ଥାତ୍‌ ଆଜି ଶଙ୍ଖଭବନରେ ବିଜେଡି ବିଧାୟକ ଦଳ ବୈଠକ ବସିବ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଉକ୍ତ ବୈଠକ…

ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଲାଗିଲା ବଡ଼ ଝଟକା

ଗୁଆହାଟି,୧୬।୨: ଆସାମ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦଳକୁ ଏକ ବଡ଼ ଝଟକା ଲାଗିଛି। ବରିଷ୍ଠ ନେତା ଏବଂ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ଭୂପେନ ବୋରା…

ବୃହସ୍ପତିଙ୍କ ନକ୍ଷତ୍ରରେ ଗୋଚର କରିବେ ବୁଧ, ଶିକ୍ଷା ଏବଂ କ୍ୟାରିୟରରେ ଉନ୍ନତି କରିବେ ୩ ରାଶି

ବୁଧ ଗ୍ରହ ବୃହସ୍ପତିଙ୍କ ନକ୍ଷତ୍ର ପୂର୍ବ ଭାଦ୍ରପଦରେ ଫେବୃଆରୀ ୧୫ ରୁ ମାର୍ଚ୍ଚ ୧୦ ତାରିଖ ପର୍ଯ୍ୟନ୍ତ ରହିବେ । ଜ୍ଞାନ ଏବଂ ସମୃଦ୍ଧିର ଗ୍ରହ ବୃହସ୍ପତିଙ୍କ…

ଗଜପତି କୋଣାର୍କ ପଠାଇଥିଲେ ରାଜାଭିଷେକ, ବିବାହ ବେଳର ୧,୫୧,୬୫୧ ମାଢ଼ ସୁନା

ଗତ ସଂଖ୍ୟାରେ ଆମେ ସାମ୍ରାଜ୍ୟ କେଉଁଠୁ, କେଉଁମାନେ ମନ୍ଦିର ନିର୍ମାଣ ପାଇଁ କେତେ ସହଯୋଗ କରିଥିଲେ ତା’ର ଏକ ଚିତ୍ର ଦେବାକୁ ଆରମ୍ଭ କରିଥିଲୁ। ଓଡ଼ିଆମାନେ ମନ୍ଦିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri