Categories: ଫୁରସତ

ସ୍ତ୍ରୀଙ୍କ ପାଦ ଧୋଇ ପାଣି ପିଉଛନ୍ତି ସ୍ବାମୀ: କେବଳ ଏତିକି ନୁହେଁ, ଭିଡିଓ ଦେଖିଲେ ସମସ୍ତେ ହୋଇଯିବେ ଆଶ୍ଚର୍ଯ୍ୟ

ଆପଣ ନିଶ୍ଚିତ ଭାବରେ ‘ଜୋରୁ କା ଗୁଲାମ’ ନାମକ ଫିଲ୍ମ କଥା ଶୁଣିଥିବେ କିମ୍ବା ଦେଖିଥିବେ। ଏହାର ଅର୍ଥ ଜଣେ ବ୍ୟକ୍ତି ଯିଏ ନିଜ ସ୍ତ୍ରୀ ଯାହା କୁହନ୍ତି ତାହା ପାଳନ କରନ୍ତି ଏବଂ ତାଙ୍କ ନିର୍ଦ୍ଦେଶକୁ ଅନୁସରଣ କରନ୍ତ। ପାକିସ୍ତାନର ଏମିତି ଜଣେ ବ୍ୟକ୍ତିଙ୍କ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ସେ ତାଙ୍କ ସ୍ତ୍ରୀଙ୍କ ପାଦ ଧୋଇ ପାଣି ପିଉଥିବାର ନଜର ଆସିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହୋଇ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
ଭାଇରାଲ ହେଉଥିବା ଏହି ଭିଡିଓରେ, ଜଣେ ବ୍ୟକ୍ତି ସାକ୍ଷାତକାର ଦେଉଥିବାର ଦେଖାଯାଏ। ଭିଡିଓରେ ସେ ନିଜ ସ୍ତ୍ରୀଙ୍କ ପାଦ ମୋଡୁଛନ୍ତି। ଏହା ବ୍ୟତୀତ ସେ ନିଜ ସ୍ତ୍ରୀଙ୍କ ପାଦକୁ ଏକ ଥାଳିରେ ଧୋଇ ସେହି ପାଣି ଏକ ଗ୍ଲାସରେ ଢାଳି ପିଉଛନ୍ତି।
ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ କହିଛନ୍ତି, ସେ ତାଙ୍କ ସ୍ତ୍ରୀଙ୍କ ପାଇଁ କିଛି କରିପାରିବେ। ବ୍ୟକ୍ତି ଜଣକ ଏହା ମଧ୍ୟ କହିଛନ୍ତି ଯେ ମୁଁ ମୋ ମା’, ଭଉଣୀ ଏବଂ ଝିଅର ଭଲ ଭବିଷ୍ୟତ ପାଇଁ ପ୍ରାର୍ଥନା କରେ। ମୋ ସ୍ତ୍ରୀଙ୍କୁ ମଧ୍ୟ ସମାନ ଭଲପାଇବା ମିଳିବା ଉଚିତ୍‌। ଆମେ ୧୪ ବର୍ଷ ପାଇଁ ବିବାହ କରିଛୁ, ଯଦିଓ ଆମେ ୧୬ ବର୍ଷ ପୂର୍ବେ ଭେଟିଥିଲୁ।
ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ @prof_desi ଦ୍ୱାରା ଶେୟାର କରାଯାଇଛି, ଯାହାକୁ ଏପର୍ଯ୍ୟନ୍ତ ୧ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତ।

Share