Categories: ଜାତୀୟ

ପାକିସ୍ତାନୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌: ଆର୍ନିଆ ସେକ୍ଟରରେ ଗୁପ୍ତ ସୁଡ଼ଙ୍ଗ ଠାବ କଲା ବିଏସ୍‌ଏଫ୍‌

ଶ୍ରୀନଗର,୫।୧୧:

ଜମ୍ମୁ-କଶ୍ମୀରର ଭାରତ ପାକିସ୍ତାନ ନିୟନ୍ତ୍ରଣ ରେଖାରେ ଲଗାତାର ଉତ୍ତେଜନା ବଡ଼ିବାରେ ଲାଗିଛି। ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ରଚିଥିବା ଏକ ଷଡ଼ଯନ୍ତ୍ରର ପର୍ଦ୍ଦାଫାଶ୍‌ ହୋଇଛି। ବିଏସ୍‌ଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେଶନ ସମୟରେ ଜମ୍ମୁର ଆର୍ନିଆ ସେକ୍ଟରର ପିଣ୍ଡି ଅଞ୍ଚଳରେ ଏକ ଗୁପ୍ତ ସୁଡ଼ଙ୍ଗ ଠାବ କରାଯାଇଛି। ସୁଡ଼ଙ୍ଗ ଦେଇ ଭାରତରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରାଯିବାର ବ୍ଲୁପ୍ରିଣ୍ଟ୍‌ ପାକିସ୍ତାନ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ନିର୍ଦ୍ଦେଶରେ ହୋଇଥିବା ଅନୁମାନ କରାଯାଉଛି। ସୁଡ଼ଙ୍ଗ ଖୋଳିବାରେ ପାକିସ୍ତାନୀ ସୈନ୍ୟ ବାହିନୀର ସହାୟତା ନିଆ ଯାଇଥିବା କୁହାଯାଉଛି। ଜିରୋ ଲାଇନ୍‌ ନିକଟରେ ମାଟି ଧସିଥିବାର ଖବର ମିଳିଥିଲା। ଏହାପରେ ଏଠାରେ ବିଏସ୍‌ଏଫ୍‌ ପକ୍ଷରୁ ସର୍ଚ୍ଚ ଅପରେଶନ ଆରମ୍ଭ ହୋଇଥିଲା। ସୁଡ଼ଙ୍ଗର ଅନ୍ୟ ଦ୍ୱାରା ଭାରତ ସୀମାରେ ଖୋଲି ନ ଥିବା ବିଏସ୍‌ଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଗୁପ୍ତ ଭାବେ ଏହାର କାମ ଜାରି ରହିଥିବା ଅନୁମାନ କରାଯାଉଛି। ସୂଚନାଯୋଗ୍ୟ, ପୂର୍ବରୁ ଅଗଷ୍ଟରେ ସିମ୍ବା ସେକ୍ଟରରେ ଏକ ୨୦ ମିଟର ଲମ୍ବ ସୁଡ଼ଙ୍ଗ ବିଏସ୍‌ଏଫ୍‌ ପକ୍ଷରୁ ଠାବ କରାଯାଇଥିଲା।

 

Share