‘ଇଣ୍ଡିଆ ଜିନ୍ଦାବାଦ’ ନାରା ଦେଲେ ପାକିସ୍ତାନ ନାଗରିକ

ନୂଆଦିଲ୍ଲୀ,୩୧।୩: ‘ଇଣ୍ଡିଆ ଜିନ୍ଦାବାଦ’ ନାରା ଦେଲେ ପାକିସ୍ତାନ ନାଗରିକ। ଆରବ ସାଗରରେ ସୋମାଲିଆ ଲୁଟେରାଙ୍କ କବଳରୁ ମୁକ୍ତ ହେବା ପରେ ଭାରତୀୟ ନୌସେନାଙ୍କୁ କୃତଜ୍ଞତା ଜଣାଇଛନ୍ତି ଅପହରଣ ହୋଇଥିବା ଜାହାଜର ପାକିସ୍ତାନୀ କ୍ରୁ। ଭାରତୀୟ ନୌସେନା ପାଇଁ ସେମାନଙ୍କର ଜୀବନ ବଞ୍ଚି ଯାଇଛି ବୋଲି କହିଛନ୍ତି। ଏଥିସହ। ସମାନେ ‘ଇଣ୍ଡିଆ ଜିନ୍ଦାବାଦ’ ନାରା ଦେଇଛନ୍ତି।

ସୂଚନାଥାଉ କି, ୧୨ ଘଣ୍ଟାର ଲମ୍ବା ଅପରେଶନ ପରେ ସୋମାଲିଆ ଲୁଟେରାଙ୍କଠୁ ୨୩ ପାକିସ୍ତାନ ନାଗରିକଙ୍କୁ ଉଦ୍ଧାର କରିଥିଲେ ଭାରତୀୟ ନୌସେନା। ଆଇଏନଏସ ତ୍ରିଶୂଳ ସାହାଯ୍ୟରେ ଜାହାଜରେ ଥିବା ଲୁଟେରାଙ୍କ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲେ ଭାରତୀୟ ନୌସେନା।

Share