ବଲିଉଡ୍‌ ଗୀତରେ ଡ୍ୟାନ୍ସ କଲେ ପାକିସ୍ତାନୀ ଅଭିନେତ୍ରୀ

ମୁମ୍ବାଇ: ଆର୍‌ଆର୍‌ଆର୍‌ ଗୀତ ‘ନାଟୁ ନାଟୁ’ରେ ଦମ୍‌ଦାର ଡ୍ୟାନ୍ସ କରି ଚର୍ଚ୍ଚାକୁ ଆସିଥିବା ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିର ପୁଣି ଥରେ ତାଙ୍କ ବନ୍ଧୁଙ୍କ ବିବାହର ଆଉ ଏକ ଭିଡିଓ ଶେୟାର କରିଛନ୍ତି, ଯେଉଁଥିରେ ସେ ବଲିଉଡ୍‌ ଗୀତରେ ନାଚୁଥିବାର ନଜର ଆସିଛନ୍ତି।

ବିଜ୍‌ଲି ବିଜ୍‌ଲି, କରେଣ୍ଟ ଲାଗା ଏବଂ କୋଇ ମିଲ ଗୟା ପରି ଅନେକ ଭାରତୀୟ ଗୀତରେ ହାନିଆ ସୁନ୍ଦର ଡ୍ୟାନ୍ସ କରିଛନ୍ତି। ବିବାହକୁ ଆସିଥିବା ଅତିଥିମାନେ ମଧ୍ୟ ତାଙ୍କ ସହ ନାଚୁଛନ୍ତି। ଭିଡିଓ ବ୍ୟତୀତ ହାନିଆ ଆଉ କିଛି ଫଟୋ ବି ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି।

Share