ଏହି ପାକିସ୍ତାନୀ ସୁନ୍ଦରୀ କରିବେ ବଲିଉଡ୍‌ରେ ଡେବ୍ୟୁ

ବମ୍ବେ: ବଲିଉଡ୍‌ ପାଦ ଥାପିବାକୁ ଯାଉଛନ୍ତି ପାକିସ୍ତାନୀ ଅଭିନେତ୍ରୀ ଅଲିଜେ ନାସିର। ହିନ୍ଦି ସିନେମା ‘ୟାରା ବେ’ରେ ସେ ବଲିଉଡ୍‌ ଡେବ୍ୟୁ କରିବେ। ଅନେକ ଦିନରୁ ସେ ଏଠାରେ କାମ କରିବାକୁ ଚାହୁଁଥିବା ବେଳେ ଏବେ ସେହି ସୁଯୋଗ ତାଙ୍କୁ ମିଳିଛି। ସ୍ବପ୍ନ ପୂରଣ ହେବାକୁ ଯାଉଥିବାରୁ ସେ ବହୁତ ଖୁସି ଅଛନ୍ତି। ଅଭିନେତା ଶାହାରୁଖ ଖାନ୍‌ଙ୍କର ଅଲିଜେ ଜଣେ ବଡ଼ ପ୍ରଶଂସକ। ସେ ଭବିଷ୍ୟତରେ କିଙ୍ଗଖାନଙ୍କ ସହ କାମ କରିବାକୁ ଆଶା ରଖିଛନ୍ତି।

ଦୁବାଇରେ ଅଲିଜେଙ୍କ ଜନ୍ମ। ସେଠାରେ ସେ ପାଠପଢ଼ା ସାରିବା ପରେ ଆମେରିକା ଚାଲି ଯାଇଥିଲେ। ପରେ ନ୍ୟୁୟର୍କ ଫିଲ୍ମ ଏକାଡେମୀରେ ସେ ଯୋଗ ଦେଇଥିଲେ। ପ୍ରାରମ୍ଭିକ ପର୍ଯ୍ୟାୟରେ ସେ ଜଣେ ମଡେଲ ଭାବେ କାମ ଆରମ୍ଭ କରିଥିଲେ। ଏହି ସମୟରେ ପାକିସ୍ତାନର ନିର୍ଦ୍ଦେଶକ-ପ୍ରଯୋଜକ ହସନ ରାଣା ତାଙ୍କୁ ଏକ ଫିଲ୍ମ ଅଫର କରିଥିଲେ। ୨୦୧୭ରେ ରିଲିଜ ହୋଇଥିବା ଫିଲ୍ମ ୟଲଘାରରେ ସେ ନାୟିକା ଭାବେ ଅଭିନୟ ଡେବ୍ୟୁ କରିଥିଲେ।

ଫିଲ୍ମ ‘ୟାରା ବେ’ ଏକ ଲଭଷ୍ଟୋରୀ। ଏହାକୁ ଲେଖିଛନ୍ତି ଅଲଥିୟା କୌଶଲ। ଏହାଛଡ଼ା ଫିଲ୍ମ ଓ୍ବାର-୨ ଏବଂ ସୟାଂକୁ ସେ ସାଇନ୍‌ କରିଛନ୍ତି। ଫିଲ୍ମର ନାୟକ ସ୍ଥିର ହୋଇ ନ ଥିବାରୁ ଏହାର ଶୁଟିଂ ଡେରିରେ ଆରମ୍ଭ ହେବ ବୋଲି କୁହାଯାଉଛି।

Share