Categories: ଜାତୀୟ

ତ୍ରିରଙ୍ଗା ରାଲିବେଳେ ପାକିସ୍ତାନ ଜିନ୍ଦାବାଦ୍‌ ସ୍ଲୋଗାନ

ନୂଆଦିଲ୍ଲୀ,୨୦ା୮: ଉତ୍ତରପ୍ରଦେଶର ଆଲିଗଡ଼ କଲେଜ ପକ୍ଷରୁ ଗତ ୧୩ ତାରିଖରେ ତ୍ରିରଙ୍ଗା ରାଲି ବେଳେ କେତେଜଣ ଛାତ୍ର ପାକିସ୍ତାନ ଜିନ୍ଦାବାଦ୍‌ ସ୍ଲୋଗାନ ଦେଇଥିଲେ। ଏନେଇ ଅଭିଯୋଗ ହୋଇଥିଲେ ହେଁ କଲେଜ ପ୍ରଶାସନ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିଲା। ଉକ୍ତ ତ୍ରିରଙ୍ଗା ଯାତ୍ରାର ଭିଡିଓ ପଦାକୁ ଆସିବା ପରେ ଉତ୍ତରପ୍ରଦେଶ ପୋଲିସ କଲେଜ ପ୍ରିନ୍ସିପାଲ, ପରିଚାଳକଙ୍କ ସମେତ କେତେଜଣ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରିଛି। ତେବେ ରାଲି ବେଳେ ଛାତ୍ରମାନେ ହିନ୍ଦୁସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଉଥିବାବେଳେ କେତେଜଣ ହଠାତ୍‌ ପାକିସ୍ତାନ ସପକ୍ଷରେ ସ୍ଲୋଗାନ ଦେଇଥିଲେ। ସେମାନେ ଛାତ୍ର କି ଅଣଛାତ୍ର ତାହା ସ୍ପଷ୍ଟ ହୋଇ ନ ଥିବା ରାଜନ କୁମାର ନାମକ ଜଣେ ଛାତ୍ର କହିଛନ୍ତି। କଲେଜ ପକ୍ଷରୁ ଘଟଣାର ତଦନ୍ତ ଚାଲିଛି, କିନ୍ତୁ ସ୍ଲୋଗାନ ସମୟର ଭିଡିଓ ମିଳିନାହିଁ ବୋଲି ପ୍ରିନ୍ସିପାଲ ଏକ ଗଣମାଧ୍ୟମକୁ କହିଛନ୍ତି।

Share