Categories: ଖେଳ

ହାଇଭୋଲଟେଜ୍‌ ମ୍ୟାଚ୍‌ରେ ଟସ୍‌ ଜିତିଲା ପାକିସ୍ତାନ

ଦୁବାଇ,୪।୯:ଏସିଆ କପରେ ରବିବାର ଦୁଇ ଚିରପ୍ରତିଦ୍ୱନ୍ଦୀ ଭାରତ ଏବଂ ପାକିସ୍ତାନ ପରସ୍ପରକୁ ଭେଟୁଛନ୍ତି। ସୁପର୍‌-୪ର ଏହି ହାଇଭୋଲଟେଜ୍‌ ମ୍ୟାଚ୍‌ରେ ପାକିସ୍ତାନ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ପ୍ରଥମେ ବ୍ୟାଟିଂ କରିବ। ଏହି ମ୍ୟାଚ୍‌ ପାଇଁ ଦଳରେ ୩ଟି ପରିବର୍ତ୍ତନ କରିଛି ଭାରତ। ଦୀପକ ହୁଡ୍ଡ, ରିଷଭ ପନ୍ତ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ଫେରିଛନ୍ତି।
ଆଠ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଦୁଇ ଦଳ ମଧ୍ୟରେ ହେଉଛି ମୁକାବିଲା। ଶେଷ ମ୍ୟାଚ୍‌ରେ ଭାରତ ୫ ଉଇକେଟରେ ଜିତିଥିଲା। ବର୍ତ୍ତମାନ ଏହି ମ୍ୟାଚ ଜିତି ଫାଇନାଲକୁ ସହଜ କରିବାକୁ ଭାରତର ପ୍ରୟାସ ହେବ। ଏଥି ସହିତ, ହାରିଥିବା ଦଳ ଫାଇନାଲରେ ପହଞ୍ଚିବା ପାଇଁ ଅବଶିଷ୍ଟ ଦୁଇଟି ମ୍ୟାଚ ଜିତିବାକୁ ପଡିବ।

Share