Posted inଖେଳ

ଦକ୍ଷିଣ ଆଫ୍ରିକା ବିପକ୍ଷରେ ପାକିସ୍ତାନ ସିରିଜ ବିଜୟୀ

ରାଓ୍ବଲପିଣ୍ଡି, ୯ା୨ (ଏପି)-ଫାଷ୍ଟ ବୋଲର ହସନ ଅଲୀଙ୍କ ପ୍ରଥମ ଟେଷ୍ଟ ୧୦ ଉଇକେଟ ସଫଳତା ସହାୟତାରେ ଏଠାରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ କ୍ରିକେଟ ଟେଷ୍ଟରେ ପାକିସ୍ତାନ ୯୫ ରନରେ ବିଜୟ ହାସଲ କରିଛି। ଏଥିସହିତ ୧୮ ବର୍ଷରେ ଭ୍ରମଣକାରୀ ଦଳ ବିପକ୍ଷରେ ପ୍ରଥମ ସିରିଜ ବିଜୟ ହାସଲ କରିଛି। ପ୍ରଥମ ଇନିଂସରେ ୫ଉଇକେଟ ନେଇଥିବା ହସନ ପୁନଶ୍ଚ ୬୦ରନ ବିନିମୟରେ ୫ ଉଇକେଟ ଅକ୍ତିଆର କରିବାରୁ ୩୭୦ ରନର ବିଜୟ ଲକ୍ଷ୍ୟ ପିଛା କରୁଥିବା ଦକ୍ଷିଣଆଫ୍ରିକା ଅନ୍ତିମ ଦିବସ ଖେଳ ମଧ୍ୟାହ୍ନଭୋଜନ ପରେ ୨୭୪ ରନରେ ଅଲଆଉଟ ହୋଇଯାଇଥିଲା। ଏହାପୂର୍ବରୁ ୨୦୦୩ରେ ପାକିସ୍ତାନ ନିଜ ଦେଶରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ଟେଷ୍ଟ ସିରିଜ ୧-୦ରେ ଜିତିଥିଲା। ଭ୍ରମଣକାରୀ ଦଳ ସୋମବାର ଏହାର ପୂର୍ବଦିନର ଅସମାପ୍ତ ସ୍କୋର ୧୨୯/୧ ସ୍କୋରରୁ ଖେଳ ଆରମ୍ଭ କରିଥିଲା। ହସନ ଦ୍ୱିତୀୟ ନୂଆ ବଲ୍‌ରେ ଲଗାତର ଦୁଇଟି ବଲ୍‌ରେ ୨ ଉଇକେଟ ପତନ ଘଟାଇ ଦକ୍ଷିଣ ଆଫ୍ରିକାର ବିପର୍ଯ୍ୟୟ ଆରମ୍ଭ କରିବା ବେଳକୁ ଏଡେନ ମାରକ୍ରାମ ୧୦୮ ରନ ଓ ଟେମ୍ବା ବାଭୁମା ୬୧ରନ କରିସାରିଥିଲେ। ଉଭୟେ ଚତୁର୍ଥ ଉଇକେଟ ପାର୍ଟନରଶିପ୍‌ରେ ୧୦୬ରନ ଯୋଗ କରିସାରିଥିଲେ। ହସନ ତାଙ୍କ ଲଗାତର ଦୁଇ ଡେଲିଭରିରେ ମାରକ୍ରାମ ଏବଂ ଅଧିନାୟକ କ୍ୱିଣ୍ଟନ ଡି’କକ୍‌ଙ୍କୁ ଦ୍ୱିତୀୟ ସ୍ଲିପ୍‌ରେ କ୍ୟାଚଆଉଟ କରିଦେଇଥିଲେ। ଓପନର ମାରକ୍ରାମଙ୍କର ୩ ବର୍ଷରେ ଏହାଥିଲା ପ୍ରଥମ ଶତକ। ମଧ୍ୟାହ୍ନ ଭୋଜନ ପରେ ଦକ୍ଷିଣ ଆଫ୍ରିକା ଏହାର ଶେଷ ୭ ଉଇକେଟ ମାତ୍ର ୩୩ରନରେ ହରାଇଥିଲା। ଘରୋଇ ଦଳର ଦ୍ୱିତୀୟ ସଫଳ ବୋଲର ସାହିନ ଆଫ୍ରିଦି ୫୧ରନ ବିନିମୟରେ ୪ ଉଇକେଟ ହାସଲ କରିଥିଲେ। ଲେଗ୍‌ ସ୍ପିନର ୟାସିର ଶାହ ଓ୍ବିଆନ ମଲ୍‌ଡର (୨୦)ଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସର ପରିସମାପ୍ତି ଘଟାଇଥିଲେ। ସୋମବାର ଏହି ବିଜୟ ଦ୍ୱାରା ପାକିସ୍ତାନ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ୫ମ ସ୍ଥାନକୁ ଉନ୍ନୀତ ହୋଇଛି। ୨୦୧୭ ପରେ ଏହା ହେଉଛି ଦଳର ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ। ଅନ୍ୟପକ୍ଷରେ ଦକ୍ଷିଣ ଆଫ୍ରିକା ୬ ନମ୍ବର ସ୍ଥାନକୁ ଖସି ଆସିଛି। ହସନ ଅଲୀ ପ୍ଲେୟର ଅଫ୍‌୍‌ ଦି ମ୍ୟାଚ ଏବଂ ମହମ୍ମଦ ରିଜଓ୍ବାନ ପ୍ଲେୟର ଅଫ୍‌ ଦି ସିରିଜ ବିବେଚିତ ହୋଇଛନ୍ତି। କରାଚୀରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ପାକିସ୍ତାନ ୭ ଉଇକେଟରେ ବିଜୟ ହାସଲ କରିଥିଲା।
ସଂକ୍ଷିପ୍ତ ସ୍କୋର
ପାକିସ୍ତାନ ପ୍ରଥମ ଇନିଂସ: ୨୭୨
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ: ୨୦୧
ପାକିସ୍ତାନ ଦ୍ୱିତୀୟ ଇନିଂସ: ୨୯୮
ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଇନିଂସ: ୨୭୪ (ମାରକ୍ରାମ-୧୦୮, ବାଭୁମା-୬୧, ଡୁସେନ-୪୮; ହସନ ଅଲୀ-୫/୬୦, ସାହିନ ଆଫ୍ରିଦି-୪/୫୧)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

ଅମ୍ପାୟରଙ୍କ ଗୋଟିଏ ଆଙ୍ଗୁଠି, ଭାଙ୍ଗିଗଲା ଦିଲ୍ଲୀର ସ୍ବପ୍ନ! ଖଳନାୟକ ପାଲଟିଛି କ୍ରିକେଟର ‘ଡେଡ ବଲ’ ନିୟମ

ନୂଆଦିଲ୍ଲୀ,୯।୪: କ୍ରିକେଟ ଅନିଶ୍ଚିତତାର ଖେଳ ଭାବରେ ଜଣାଶୁଣା, କିନ୍ତୁ ଯେତେବେଳେ ଅମ୍ପାୟାର ନିଷ୍ପତ୍ତିରୁ ଅନିଶ୍ଚିତତା ସୃଷ୍ଟି ହୁଏ, ଖେଳର ରୋମାଞ୍ଚ ବିବାଦରେ ପରିଣତ ହୁଏ। ଗତକାଲି ରାତିରେ…

ଗୁଜରାଟର ରୋମାଞ୍ଚକର ବିଜୟ ପରେ ବି ଶୁବମନଙ୍କୁ ଏତେ ଟଙ୍କା ଜରିମାନା କଲା BCCI, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୯।୪: ବୁଧବାର ଏକ ରୋମାଞ୍ଚକର ମ୍ୟାଚରେ ଗୁଜରାଟ ଟାଇଟାନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୧ ରନରେ ପରାସ୍ତ କରିଛି। ଶୁବମନ ଗିଲ୍‌ଙ୍କ ସମେତ ତିନି ଜଣ ଗୁଜରାଟ ବ୍ୟାଟ୍ସମ୍ୟାନ…

ସ୍ମୃତି-ପଲାଶଙ୍କ ମଧ୍ୟରେ ହୋଇଗଲା ପ୍ୟାଚ୍‌ଅପ୍‌! ଖୁବ୍‌ଶୀଘ୍ର ହେବ ବିବାହ, ଏହି VIDEO ବଢାଉଛି ଚର୍ଚ୍ଚା

ମୁମ୍ବାଇ,୯।୪: ସଂଗୀତକାର ପଳାଶ ମୁଛଲ ଏବଂ ଭାରତୀୟ ମହିଳା କ୍ରିକେଟ ଦଳର ବ୍ୟାଟ୍ସମ୍ୟାନ ସ୍ମୃତି ମନ୍ଧାନାଙ୍କ ମଧ୍ୟ ପ୍ୟାଚ୍‌ଅପ୍‌ ହୋଇଯାଇଛି। ଉଭୟ ଖୁବ୍‌ଶୀଘ୍ର ବିବାହ କରିବେ ବୋଲି…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ବଡ଼ ରେକର୍ଡ ଭାଙ୍ଗିଲେ ବୈଭବ ସୂର୍ଯ୍ୟବଂଶୀ: ପ୍ରଥମ ୩ ବଲ୍‌ରେ କଲେ ଆଶ୍ଚର୍ଯ୍ୟଜନକ କାରନାମା

ମୁମ୍ବାଇ,୮।୪: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ୍‌ ବୈଭବ ସୂର୍ଯ୍ୟବଂଶୀ ଯେତେବେଳେ କ୍ରିଜରେ ଥାଆନ୍ତି ସେତେବେଳେ ଝଡ଼ ପରି ଲାଗେ। IPL 2026ର ୧୩ତମ ମ୍ୟାଚରେ ମଧ୍ୟ ସମାନ କିଛି…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ଶାହରୁଖ ଖାନଙ୍କ ଟିମକୁ ପରିହାସ କଲେ ଶ୍ରେୟସ ଆୟରଙ୍କ ଭଉଣୀ, ପଞ୍ଜାବୀମାନଙ୍କର ହୃଦୟ…

ନୂଆଦିଲ୍ଲୀ,୭।୪: IPL ୨୦୨୬ର ୧୨ ନମ୍ବର ମ୍ୟାଚ୍ ବାତିଲ ହୋଇଯାଇଛି । କୋଲକାତା ନାଇଟ୍ ରାଇଡର୍ସ ଏବଂ ପଞ୍ଜାବ କିଙ୍ଗସ୍ ମଧ୍ୟରେ ଖେଳାଯିବାକୁ ଥିବା ମ୍ୟାଚ୍ ବର୍ଷାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri