ପାକିସ୍ତାନ ହରାଇବ ଅଣନାଟୋ ମିତ୍ର ପରିଚୟ

ଓ୍ବାଶିଂଟନ, ୫।୧(ପି.ଟି.): ଆମେରିକାରେ କରୋନା ମହାମାରୀ ସଙ୍କଟ ଓ ରାଜନୈତିକ ଅନିଶ୍ଚିତତା ମଧ୍ୟରେ ରବିବାର ୧୧୭ତମ କଂଗ୍ରେସ ଆରମ୍ଭ ହୋଇଛି। ଏହାର ପ୍ରଥମ ଦିନରେ ପାକିସ୍ତାନକୁ ବୃହତ୍‌ ଅଣନାଟୋ ମିତ୍ର ପଦରୁ ହଟାଇବା ପାଇଁ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ବିଲ୍‌ ଆଗତ ହୋଇଛି। ରିପବ୍ଲିକାନ ସଦସ୍ୟ ଆଣ୍ଡି ବିଗ୍‌ସ ଉକ୍ତ ବିଲ୍‌ ଆଣିଛନ୍ତି। ଅଣନାଟୋ ମିତ୍ର ପଦବୀ ପାଇଁ ପାକିସ୍ତାନ ଆମେରିକାଠାରୁ ଅଧିକ ପ୍ରତିରକ୍ଷା ସରଞ୍ଜାମ ଓ ଅନ୍ୟାନ୍ୟ ସହାୟତା ପାଇଆସୁଛି ଏବଂ ସାମୂହିକ ପ୍ରତିରକ୍ଷା ଗବେଷଣା ଓ ବିକାଶ ପ୍ରକଳ୍ପରେ ଭାଗନେଇପାରୁଛି। ହକାନି ନେଟଓ୍ବର୍କ ପାଇଁ ପାକିସ୍ତାନ ନିରାପଦ ଭୂସ୍ବର୍ଗ ପାଲଟିଛି। ଏହା ବିରୋଧରେ ଇସ୍‌ଲାମାବାଦ ଉଲ୍ଲେଖନୀୟ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ରାଷ୍ଟ୍ରପତି ସ୍ବୀକୃତି ନ ଦେବା ପର୍ଯ୍ୟନ୍ତ ଏହାକୁ ବୃହତ୍‌ ଅଣନାଟୋ ସହଯୋଗୀ ପଦ ମିଳିପାରିବ ନାହିଁ ବୋଲି ବିଲ୍‌ରେ କୁହାଯାଇଛି। ଏହି ପଦବୀ ଫେରିପାଇବାକୁ ହେଲେ ପାକ୍‌ ସରକାର ଆଫଗାନିସ୍ତାନ ସହ ମିଳିତ ଭାବେ ହକାନି ନେଟ୍‌ଓ୍ବର୍କ ଆତଙ୍କବାଦୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବାର ରାଷ୍ଟ୍ରପତି ସାର୍ଟିଫିକେଟ ହାସଲ କରିବାକୁ ହେବ।
୨୦୦୪ରେ ବୁଶ୍‌ ପ୍ରଶାସନ ପାକିସ୍ତାନକୁ ବୃହତ୍‌ ଅଣନାଟୋ ମିତ୍ର ଭାବେ ସାମିଲ କରିଥିଲା। ବର୍ତ୍ତମାନ ସୁଦ୍ଧା ୧୭ ଦେଶକୁ ଏହି ପଦ ମିଳିଛି। ଶେଷ ରାଷ୍ଟ୍ର ଭାବେ ବ୍ରାଜିଲକୁ ୨୦୧୯ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉକ୍ତ ମାନ୍ୟତା ପ୍ରଦାନ କରିଛନ୍ତି। ଏହି ପଦବୀ ପାଇଥିବା ଦେଶଗୁଡ଼ିକ ସ୍ବଳ୍ପ ଦେୟ ଦେଇ ସମବାୟିକ ଗବେଷଣା ଓ ବିକାଶ ପ୍ରକଳ୍ପରେ ଭାଗ ନେଇଥାନ୍ତି। ଏଥିସହିତ କେତେକ ଆତଙ୍କବାଦ ନିରୋଧୀ ଉପକ୍ରମରେ ସାମିଲ ହୋଇଥାନ୍ତି । ପ୍ରାଥମିକତା ଭିତ୍ତିରେ ଉକ୍ତ ଦେଶଗୁଡ଼ିକୁ ସାମରିକ ଉପକରଣ ଯୋଗାଇଦିଆଯାଇଥାଏ। ଏହିପରି ଅନେକ ସୁବିଧା ଉକ୍ତ ରାଷ୍ଟ୍ରଗୁଡ଼ିକ ଆମେରିକାଠାରୁ ପାଇଥାନ୍ତି। ତେବେ ରାଷ୍ଟ୍ରପତି ଟ୍ରମ୍ପ୍‌ ୨୦୧୮ ଜାନୁୟାରୀରେ ପାକିସ୍ତାନକୁ ସମସ୍ତ ଆର୍ଥିକ ଓ ସୁରକ୍ଷା ସହାୟତା ବନ୍ଦ କରିଦେଇଥିଲେ। ଏବେ ଏହାକୁ ବୃହତ ଅଣନାଟୋ ମିତ୍ର ପଦରୁ ବାଦ୍‌ ଦେବାକୁ ଟ୍ରମ୍ପ୍‌ ପ୍ରଶାସନ ବିଚାର କରୁଛି। ତତ୍କାଳୀନ ରାଷ୍ଟ୍ରପତି ବାରାକ ଓବାମାଙ୍କ ପ୍ରଶାସନ ଭାରତକୁ ବୃହତ୍‌ ପ୍ରତିରକ୍ଷା ସହଯୋଗୀ ମାନ୍ୟତା ପ୍ରଦାନ କରିଥିଲା।
ନୂଆ ଆମେରିକା କଂଗ୍ରେସ ଆରମ୍ଭ ହେବା ସହ ବରିଷ୍ଠ ଡେମୋକ୍ରାଟିକ୍‌ ସଦସ୍ୟା ନାନ୍‌ସି ପେଲୋସି ଚତୁର୍ଥ ଥର ପାଇଁ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ସର ସ୍ପିକର ନିର୍ବାଚିତ ହୋଇଛନ୍ତି। ରିପବ୍ଲିକାନ ସଦସ୍ୟ କେଭିନ୍‌ ମାକାର୍ଥତ୍ଙ୍କ ସହ ତାଙ୍କର ଜୋର୍‌ଦାର ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା। ଏଥିରେ ନାନ୍‌ସିଙ୍କୁ ୨୧୬ ଓ କେଭିନ୍‌ଙ୍କୁ ୨୦୯ ଖଣ୍ଡ ଭୋଟ ମିଳିଥିଲା।
ଆମେରିକା କଂଗ୍ରେସ ‘ମାଲାଲା ୟୁସୁଫ୍‌ଜାଇ ସ୍କଲାରଶିପ୍‌ ଆକ୍ଟ’କୁ ଅନୁମୋଦନ କରିଛି। ଫଳରେ ଉଚ୍ଚଶିକ୍ଷା ପାଇଁ ଅଧିକ ସଂଖ୍ୟାରେ ପାକିସ୍ତାନୀ ମହିଳାଙ୍କୁ ମେଧାବୃତ୍ତି ଉପଲବ୍ଧ ହେବ। ୨୦୨୦ ମାର୍ଚ୍ଚରେ ହାଉସ୍‌ ଅଫ୍‌ ରିପ୍ରେଜେଣ୍ଟେଟିଭ୍‌ରେ ଉକ୍ତ ବିଲ୍‌ ଗୃହୀତ ହୋଇଥିବାବେଳେ ଜାନୁୟାରୀ ୧ରେ ସିନେଟ ଅନୁମୋଦନ କରିଥିଲା। ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ମଞ୍ଜୁରୀ ପରେ ଏହା ଆଇନରେ ପରିଣତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri