Posted inଜାତୀୟ

ଅଣୁଅସ୍ତ୍ର ନିର୍ମାଣ ପାଇଁ ପାକିସ୍ତାନ ଯାଉଥିଲା ସରଞ୍ଜାମ

ମୁମ୍ବାଇ,୩।୩: ଚାଇନାରୁ ପାକିସ୍ତାନକୁ ଯାଉଥିବା ଏକ ଜାହାଜକୁ ଭାରତୀୟ ସୁରକ୍ଷା ଏଜେନ୍ସି ମୁମ୍ବାଇର ନାଭା ଶେଭା ବନ୍ଦରରେ ଅଟକାଇଥିଲା। ଜାହାଜରେ ଦ୍ୱୈତ ବ୍ୟବହାର୍ଯ୍ୟ ସାମଗ୍ରୀ ଥିଲା, ଯାହା ପାକସ୍ତାନର ଅଣୁଅସ୍ତ୍ର ଏବଂ ବାଲିଷ୍ଟିକ୍‌ ମିଶାଇଲ୍‌ ପ୍ରୋଗ୍ରାମରେ ବ୍ୟବହାର କରାଯାଇପାରିବ ବୋଲି ସୀମାଶୁଳ୍କ ବିଭାଗର ଜଣେ ଅଧିକାରୀ ଶନିବାର କହିଛନ୍ତି। ମାଲ୍‌ଟାର ସିଏମ୍‌ଏ ସିଜିଏମ୍‌ ଆଟ୍ଟିଲା ଜାହାଜ ଆଣବିକ ସାମଗ୍ରୀ ନେଇ କରାଚୀ ବନ୍ଦର ଅଭିମୁଖେ ଯାଉଥିବାବେଳେ ଗତ ଜାନୁଆରୀ ୨୩ରେ ଗୋଇନ୍ଦା ସୂଚନା ପାଇବା ପରେ ସୀମାଶୁଳ୍କ ଅଧିକାରୀମାନେ ଉକ୍ତ ଜାହାଜକୁ ଅଟକାଇଥିଲେ। ଜାହାଜରେ ଇଟାଲୀ କମ୍ପାନୀ ନିର୍ମିତ ଏକ କମ୍ପ୍ୟୁଟର ନ୍ୟୁମେରିକାଲ କଣ୍ଟ୍ରୋଲ (ସିଏନ୍‌ସି) ମେଶିନ୍‌ ରହିଥିଲା। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଉକ୍ତ ଉପକରଣ ପାକିସ୍ତାନର କ୍ଷେପଣାସ୍ତ୍ର ବିକାଶ କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ନିର୍ମାଣରେ ବ୍ୟବହାର ହୋଇଥାନ୍ତା। ୧୯୯୬ରୁ ସିଏନ୍‌ସି ମେଶିନ୍‌କୁ ଅନ୍ତର୍ଜାତୀୟ ଯୁଦ୍ଧାସ୍ତ୍ର ନିୟନ୍ତ୍ରଣ ବ୍ୟବସ୍ଥା ଓ୍ବାସେନାର ଆରେଞ୍ଜମେଣ୍ଟରେ ରଖାଯାଇଛି। ଆଣବିକ ଅସ୍ତ୍ର ପ୍ରସାର ରୋକିବା ଲକ୍ଷ୍ୟରେ ଏହା କରାଯାଇଥିଲା। ଉତ୍ତର କୋରିଆ ଏହାର ଆଣବିକ କାର୍ଯ୍ୟକ୍ରମରେ ସିଏନ୍‌ସି ମେଶିନ୍‌ର ବ୍ୟବହାର କରିଥିଲା। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ)ର ଏକ ଟିମ୍‌ ଜାହାଜରେ ଥିବା ଉକ୍ତ ସାମଗ୍ରୀଗୁଡ଼ିକୁ ଅନୁଧ୍ୟାନ କଲାପରେ ଏହା ପାକିସ୍ତାନର ଆଣବିକ କାର୍ଯ୍ୟକ୍ରମରେ ବ୍ୟବହାର ହୋଇପାରେ ବୋଲି କହିଥିଲା। ଗୋଇନ୍ଦା ଅଧିକାରୀମାନେ ସତର୍କ କରାଇବା ପରେ ବନ୍ଦର କର୍ତ୍ତୃପକ୍ଷ ଭାରତୀୟ ପ୍ରତିରକ୍ଷା କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଯାଞ୍ଚ ପରେ ସନ୍ଦିଗ୍ଧ ସାମଗ୍ରୀକୁ ଜବତ କରାଯାଇଛି। ପାକିସ୍ତାନ ଏବଂ ଚାଇନା ଦ୍ୱାରା ଅଣୁଅସ୍ତ୍ରର ସମ୍ଭାବ୍ୟ ପ୍ରସାର ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ସାଙ୍ଘାଇ ଜେଏକ୍ସଇ ଗ୍ଲୋବାଲ ଲଜିଷ୍ଟିକ୍ସ କମ୍ପାନୀ ଲିଃ ପାକିସ୍ତାନ ଓ୍ବିଙ୍ଗ୍ସ ପ୍ରା.ଲିଃ ନିକଟକୁ ସାମଗ୍ରୀଗୁଡ଼ିକୁ ପଠାଉଥିଲା। ଅଧିକ ତଦନ୍ତ କରାଯିବା ପରେ ୨୨,୧୮୦ କେଜି ସାମଗ୍ରୀକୁ ତାଇୟୁନ ମାଇନିଂ ଇମ୍ପୋର୍ଟ ଆଣ୍ଡ ଏକ୍ସପର୍ଟ କମ୍ପାନୀ ସାମଗ୍ରୀଗୁଡ଼ିକୁ ପାକିସ୍ତାନର କସ୍‌ମସ୍‌ ଇଞ୍ଜିନିୟରିଂ ଉଦ୍ଦେଶ୍ୟରେ ପଠାଇଥିବା ଜଣାପଡ଼ିଥିଲା। ପାକିସ୍ତାନ ଚାଇନାକୁ ମାଧ୍ୟମ ଭାବେ ବ୍ୟବହାର କରି ଆମେରିକା ଏବଂ ୟୁରୋପରୁ ପ୍ରତିବନ୍ଧିତ ବସ୍ତୁ ସଂଗ୍ରହ କରିବାରେ ସଫଳ ହେବା ଚିନ୍ତାର ବିଷୟ ବୋଲି ଅଧିକାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri