Posted inଜାତୀୟ

ଅଣୁଅସ୍ତ୍ର ନିର୍ମାଣ ପାଇଁ ପାକିସ୍ତାନ ଯାଉଥିଲା ସରଞ୍ଜାମ

ମୁମ୍ବାଇ,୩।୩: ଚାଇନାରୁ ପାକିସ୍ତାନକୁ ଯାଉଥିବା ଏକ ଜାହାଜକୁ ଭାରତୀୟ ସୁରକ୍ଷା ଏଜେନ୍ସି ମୁମ୍ବାଇର ନାଭା ଶେଭା ବନ୍ଦରରେ ଅଟକାଇଥିଲା। ଜାହାଜରେ ଦ୍ୱୈତ ବ୍ୟବହାର୍ଯ୍ୟ ସାମଗ୍ରୀ ଥିଲା, ଯାହା ପାକସ୍ତାନର ଅଣୁଅସ୍ତ୍ର ଏବଂ ବାଲିଷ୍ଟିକ୍‌ ମିଶାଇଲ୍‌ ପ୍ରୋଗ୍ରାମରେ ବ୍ୟବହାର କରାଯାଇପାରିବ ବୋଲି ସୀମାଶୁଳ୍କ ବିଭାଗର ଜଣେ ଅଧିକାରୀ ଶନିବାର କହିଛନ୍ତି। ମାଲ୍‌ଟାର ସିଏମ୍‌ଏ ସିଜିଏମ୍‌ ଆଟ୍ଟିଲା ଜାହାଜ ଆଣବିକ ସାମଗ୍ରୀ ନେଇ କରାଚୀ ବନ୍ଦର ଅଭିମୁଖେ ଯାଉଥିବାବେଳେ ଗତ ଜାନୁଆରୀ ୨୩ରେ ଗୋଇନ୍ଦା ସୂଚନା ପାଇବା ପରେ ସୀମାଶୁଳ୍କ ଅଧିକାରୀମାନେ ଉକ୍ତ ଜାହାଜକୁ ଅଟକାଇଥିଲେ। ଜାହାଜରେ ଇଟାଲୀ କମ୍ପାନୀ ନିର୍ମିତ ଏକ କମ୍ପ୍ୟୁଟର ନ୍ୟୁମେରିକାଲ କଣ୍ଟ୍ରୋଲ (ସିଏନ୍‌ସି) ମେଶିନ୍‌ ରହିଥିଲା। ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ ଉକ୍ତ ଉପକରଣ ପାକିସ୍ତାନର କ୍ଷେପଣାସ୍ତ୍ର ବିକାଶ କାର୍ଯ୍ୟକ୍ରମରେ ଗୁରୁତ୍ୱପୂର୍ଣ୍ଣ ଯନ୍ତ୍ରାଂଶ ନିର୍ମାଣରେ ବ୍ୟବହାର ହୋଇଥାନ୍ତା। ୧୯୯୬ରୁ ସିଏନ୍‌ସି ମେଶିନ୍‌କୁ ଅନ୍ତର୍ଜାତୀୟ ଯୁଦ୍ଧାସ୍ତ୍ର ନିୟନ୍ତ୍ରଣ ବ୍ୟବସ୍ଥା ଓ୍ବାସେନାର ଆରେଞ୍ଜମେଣ୍ଟରେ ରଖାଯାଇଛି। ଆଣବିକ ଅସ୍ତ୍ର ପ୍ରସାର ରୋକିବା ଲକ୍ଷ୍ୟରେ ଏହା କରାଯାଇଥିଲା। ଉତ୍ତର କୋରିଆ ଏହାର ଆଣବିକ କାର୍ଯ୍ୟକ୍ରମରେ ସିଏନ୍‌ସି ମେଶିନ୍‌ର ବ୍ୟବହାର କରିଥିଲା। ପ୍ରତିରକ୍ଷା ଗବେଷଣା ଓ ବିକାଶ ସଂଗଠନ (ଡିଆର୍‌ଡିଓ)ର ଏକ ଟିମ୍‌ ଜାହାଜରେ ଥିବା ଉକ୍ତ ସାମଗ୍ରୀଗୁଡ଼ିକୁ ଅନୁଧ୍ୟାନ କଲାପରେ ଏହା ପାକିସ୍ତାନର ଆଣବିକ କାର୍ଯ୍ୟକ୍ରମରେ ବ୍ୟବହାର ହୋଇପାରେ ବୋଲି କହିଥିଲା। ଗୋଇନ୍ଦା ଅଧିକାରୀମାନେ ସତର୍କ କରାଇବା ପରେ ବନ୍ଦର କର୍ତ୍ତୃପକ୍ଷ ଭାରତୀୟ ପ୍ରତିରକ୍ଷା କର୍ତ୍ତୃପକ୍ଷଙ୍କୁ ଏ ସମ୍ପର୍କରେ ଜଣାଇଥିଲେ। ଯାଞ୍ଚ ପରେ ସନ୍ଦିଗ୍ଧ ସାମଗ୍ରୀକୁ ଜବତ କରାଯାଇଛି। ପାକିସ୍ତାନ ଏବଂ ଚାଇନା ଦ୍ୱାରା ଅଣୁଅସ୍ତ୍ରର ସମ୍ଭାବ୍ୟ ପ୍ରସାର ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଥିବା କୁହାଯାଇଛି। ସାଙ୍ଘାଇ ଜେଏକ୍ସଇ ଗ୍ଲୋବାଲ ଲଜିଷ୍ଟିକ୍ସ କମ୍ପାନୀ ଲିଃ ପାକିସ୍ତାନ ଓ୍ବିଙ୍ଗ୍ସ ପ୍ରା.ଲିଃ ନିକଟକୁ ସାମଗ୍ରୀଗୁଡ଼ିକୁ ପଠାଉଥିଲା। ଅଧିକ ତଦନ୍ତ କରାଯିବା ପରେ ୨୨,୧୮୦ କେଜି ସାମଗ୍ରୀକୁ ତାଇୟୁନ ମାଇନିଂ ଇମ୍ପୋର୍ଟ ଆଣ୍ଡ ଏକ୍ସପର୍ଟ କମ୍ପାନୀ ସାମଗ୍ରୀଗୁଡ଼ିକୁ ପାକିସ୍ତାନର କସ୍‌ମସ୍‌ ଇଞ୍ଜିନିୟରିଂ ଉଦ୍ଦେଶ୍ୟରେ ପଠାଇଥିବା ଜଣାପଡ଼ିଥିଲା। ପାକିସ୍ତାନ ଚାଇନାକୁ ମାଧ୍ୟମ ଭାବେ ବ୍ୟବହାର କରି ଆମେରିକା ଏବଂ ୟୁରୋପରୁ ପ୍ରତିବନ୍ଧିତ ବସ୍ତୁ ସଂଗ୍ରହ କରିବାରେ ସଫଳ ହେବା ଚିନ୍ତାର ବିଷୟ ବୋଲି ଅଧିକାରୀମାନେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri