Posted inଜାତୀୟ

ଅନୁଚ୍ଛେଦ ୨୧ ସମ୍ବିଧାନର ଆତ୍ମା

ନୂଆଦିଲ୍ଲୀ,୩।୩(ପି.ଟି.): ନାଗରିକମାନଙ୍କ ସ୍ବାଧୀନତା ସର୍ବୋପରି ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଅନୁଚ୍ଛେଦ ୨୧ ସମ୍ବିଧାନର ଆତ୍ମା ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏ ସମ୍ପର୍କିତ ମାମଲାରେ ହାଇକୋର୍ଟ ତ୍ୱରିତ୍‌ ନିଷ୍ପତ୍ତି ନେଇ ଜଣେ ବ୍ୟକ୍ତିଙ୍କୁ ତାଙ୍କର ମୂଲ୍ୟବାନ ଅଧିକାରରୁ ବଞ୍ଚିତ କରିପାରିବେ ନାହିଁ ବୋଲି ଜଷ୍ଟିସ୍‌ ବି.ଆର୍‌. ଗଭାଇ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଖଣ୍ଡପୀଠ ଟିପ୍ପଣୀ ଦେଇଛନ୍ତି।

ଗତ ଜାନୁଆରୀ ୨୯ରେ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା ପରେ ମହାରାଷ୍ଟ୍ରର ଜଣେ କର୍ପୋରେଟରଙ୍କୁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଅମୋଲ ବିଠଲ ବାହିଲଙ୍କୁ ବମ୍ବେ ହାଇକୋର୍ଟ ଜାମିନ ପ୍ରଦାନ କରିଥିବା ଖଣ୍ଡପୀଠ କହିଛନ୍ତି। ତେବେ ଜାନୁଆରୀ ୨୯ରେ ସର୍ବୋଚ୍ଚ ଅଦାଲତଙ୍କ ନିର୍ଦ୍ଦେଶନାମା ପୂର୍ବରୁ ହାଇକୋର୍ଟ ଜାମିନ ଆବେଦନକୁ ବିଚାର କରିବା ପରିବର୍ତ୍ତେ ବିଭିନ୍ନ କାରଣ ଦର୍ଶାଇ ଏହାକୁ ଘୁଞ୍ଚାଇ ଚାଲିଥିଲେ।

ନାଗରିକଙ୍କ ସ୍ବାଧୀନତା ସହ ଜଡ଼ିତ ମାମଲାକୁ ତୁରନ୍ତ ବିଚାର ନ କରି ଗଡ଼ାଇ ଚାଲିବା ଦ୍ୱାରା ସମ୍ପୃକ୍ତ ପକ୍ଷଙ୍କୁ ତାଙ୍କ ମୂଲ୍ୟବାନ ଅଧିକାରରୁ ବଞ୍ଚତ୍ତ କରୁଛି। ସମ୍ବିଧାନର ଅନୁଚ୍ଛେଦ ୨୧ ନାଗରିକମାନଙ୍କ ଏହି ଅଧିକାରକୁ ସୁନିଶ୍ଚିତ କରୁଥିବା ଖଣ୍ଡପୀଠ କହିଛନ୍ତି। ବମ୍ବେ ହାଇକୋର୍ଟରେ ବିଭିନ୍ନ ମାମଲାରେ ଜାମିନ ଏବଂ ଅନ୍ତରୀଣ ଜାମିନ ଆବେଦନର ତ୍ୱରିତ୍‌ ନିଷ୍ପତ୍ତି ନିଆଯାଉ ନ ଥିବା ସର୍ବୋଚ୍ଚ ଅଦାଲତ ଜାଣିବାକୁ ପାଇଥିଲେ। ଏଭଳି ଏକ ମାମଲାରେ ଅନ୍ତରୀଣ ଜାମିନ ଆବେଦନକୁ ୪ ବର୍ଷରୁ ଊର୍ଦ୍ଧ୍ୱ ସମୟ ଝୁଲାଇ ରଖାଯାଇଥିଲା ବୋଲି ଖଣ୍ଡପୀଠ କହିଛନ୍ତି। ବିଚାରପତିମାନେ ମାମଲାର ଗୁରୁତ୍ୱକୁ ବିଚାରକୁ ନ ନେଇ ବିଭିନ୍ନ ବାହାନା କରି ସମୟ ଗଡ଼ାଇ ଚାଲୁଛନ୍ତି। ତେଣୁ ଆପରାଧିକ ମାମଲାର ବିଚାର କରୁଥିବା ସମସ୍ତ ବିଚାରପତିଙ୍କୁ ଜାମିନ କିମ୍ବା ଅନ୍ତରୀଣ ଜାମିନ ସମ୍ପର୍କିତ ମାମଲାଗୁଡ଼ିକର ବିଚାର ଯଥାସମ୍ଭବ ଶୀଘ୍ର କରିବା ନିମନ୍ତେ ସୁପ୍ରିମକୋର୍ଟଙ୍କ ଅନୁରୋଧ ଜଣାଇଦେବାକୁ ଖଣ୍ଡପୀଠ ବମ୍ବେ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ କହିଛନ୍ତି। ହାଇକୋର୍ଟର ରେଜିଷ୍ଟ୍ରାରଙ୍କୁ ଉପରୋକ୍ତ ନିର୍ଦ୍ଦେଶନାମା ଜଣାଇଦେବାକୁ ଖଣ୍ଡପୀଠ ସର୍ବୋଚ୍ଚ ଅଦାଲତଙ୍କ ରେଜିଷ୍ଟ୍ରାର (ଜୁଡିସିଆଲ୍‌)ଙ୍କୁ କହିଛନ୍ତି।

ସୂଚନାଯୋଗ୍ୟ, ଅଭିଯୁକ୍ତ ବାହିଲ ୭.୫ ବର୍ଷ ଜେଲରେ ବିତାଇବା ପରେ ନିୟମିତ ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। କିନ୍ତୁ ହାଇକୋର୍ଟ ଆବେଦନକୁ ବିଚାରକୁ ନ ନେଇ ତଳକୋର୍ଟକୁ ଯିବା ପାଇଁ ଗତବର୍ଷ ମାର୍ଚ୍ଚ ୩୦ରେ ନିର୍ଦ୍ଦେଶ ଦେଇଥିଲେ। ଜାମିନର ଗୁରୁତ୍ୱକୁ ବିଚାରକୁ ନ ନେବା ନ୍ୟାୟପାଳିକା ଉପରେ ନ୍ୟସ୍ତ ଦାୟିତ୍ୱ ସମ୍ପାଦନ ନ କରିବା ସହ ସମାନ ବୋଲି ଖଣ୍ଡପୀଠ ମତ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ବଡ଼ ଘୋଟାଲା, କମିଶନ୍‌ ନେଇ ୨୦୦ କୋଟିର ନକଲି ବିଲ୍‌ ପାସ୍‌

ନୂଆଦିଲ୍ଲୀ, ୨୬।୦୭: କରୋନା ସମୟରେ ୨୦୦ କୋଟି ଟଙ୍କାର ଏକ ବଡ ଦୁର୍ନୀତିର ଖୁଲାସା କରିଛି ଦୁର୍ନୀତି ନିବାରଣ ବ୍ୟୁରୋ ବା ଏସିବି । ଏହି...

ପ୍ରକାଶ ପାଇଲା ନିଟ୍‌ର ସଂଶୋଧିତ ତାଲିକା, ୬୭ରୁ ୧୭କୁ ଖସିଲେ ଟପ୍ପର

ନୂଆଦିଲ୍ଲୀ, ୨୬।୦୭: ଗତ କିଛିଦିନ ଧରି ବିବାଦରେ ରହିଥିବା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ବା ଏନ୍‌ଟିଏ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌-ୟୁଜିର ଫାଇନାଲ୍‌ ରେଜଲ୍ଟ ପ୍ରକାଶ...

୯୯ରେ ସାପ କାମୁଡ଼େ, କଂଗ୍ରେସକୁ ଏମିତି କହିଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ, ୨୬।୦୭: ବରିଷ୍ଠ ଜନତା ଦଳ ୟୁନାଇଟେଡ (ଜେଡିୟୁ) ନେତା ତଥା କେନ୍ଦ୍ର ମନ୍ତ୍ରୀ ରାଜୀବ ରଂଜନ (ଲଲନ ସିଂ) ଶୁକ୍ରବାର ଦିନ କଂଗ୍ରେସକୁ ଟାର୍ଗେଟ୍‌...

ମନୀଷ ସିସୋଦିଆଙ୍କୁ ପୁଣି କୋର୍ଟ ଝଟ୍‌କା, ବଢ଼ିଲା ନ୍ୟାୟିକ ହେପାଜତ ଅବଧି

ନୂଆଦିଲ୍ଲୀ, ୨୬।୦୭: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ସିବିଆଇ ମାମଲାରେ ଆଜି ପୁଣିଥରେ କୋର୍ଟ ଶୁଣାଣି କରିଛନ୍ତି । ରାଉଜ ଆଭେନ୍ୟୁ କୋର୍ଟ ଦିଲ୍ଲୀର...

‘ଦିଲ୍ଲୀରୁ ଗୋଟିଚାଳନା ସରିଛି, ଉତ୍ତରପ୍ରଦେଶରେ କିଛି ବଡ଼ ହେବାକୁ ଯାଉଛି’

ନୂଆଦିଲ୍ଲୀ,୨୬।୭: ଆମ ଆଦମୀ ପାର୍ଟି(ଏଏପି)ର ଏମ୍‌ପି ସଞ୍ଜୟ ସିଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ଏକ ବଡ଼ ଦାବି କରିଛନ୍ତି। ସଞ୍ଜୟ ଶୁକ୍ରବାର କହିଛନ୍ତି...

ରାହୁଲ ଗାନ୍ଧୀଙ୍କ ନୂଆ ଠିକଣା: ବଙ୍ଗଳା ନମ୍ବର-୫, ସୁନ୍‌ହେରୀ ବାଗ୍‌ ରୋଡ…

ନୂଆଦିଲ୍ଲୀ,୨୬।୭: କଂଗ୍ରେସ ନେତା ଏବଂ ଲୋକ ସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଠିକଣା ବଦଳିବାକୁ ଯାଉଛି। ସୁନ୍‌ହରୀ ବାଗ୍‌ ରୋଡ୍‌, ବଙ୍ଗଳା ନମ୍ବର-୫...

ଗୁଗୁଲ ସିଇଓ ସୁନ୍ଦର ପିଚାଇଙ୍କୁ ଭାରତରୁ ମିଳିଲା ବଡ଼ ଉପାଧି, କହିଲେ…

ନୂଆଦିଲ୍ଲୀ, ୨୬।୦୭: ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ଗୁଗୁଲର ସିଇଓ ସୁନ୍ଦର ପିଚାଇଙ୍କୁ ନିଜେ ପଢ଼ୁଥିବା ଅନୁଷ୍ଠାନରୁ ବଡ଼ ଉପାଧି ମିଳିଛି । ଆଇଆଇଟି ଖଡ଼ଗପୁରରୁ ସେ...

ଫିଟିଗଲା ଗୁମର, କଂଗ୍ରେସ ସହ ହୋଇଛି ଭିତିରି ମେଣ୍ଟ!

ନୂଆଦିଲ୍ଲୀ,୨୬।୭:ନିର୍ବାଚନରେ ହାରିବା ଏବଂ ମୁଖ୍ୟମନ୍ତ୍ରୀ ପଦ ହରାଇବା ପରେ ଜଗନମୋହନ ରେଡ୍ଡୀଙ୍କ ଅଡୁଆ ବଢିବାରେ ଲାଗିଛି। ଚନ୍ଦ୍ରବାବୁ ନାଇଡୁ ଆନ୍ଧ୍ରପ୍ରଦେଶର ସିଏମ ହୋଇଛନ୍ତି ଏବଂ ଦାୟିତ୍ୱ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri