Categories: ଖେଳ

ପାକିସ୍ତାନ ପାଇଁ ‘କର ଅବା ମର’ ସ୍ଥିତି: ଭାରତ ସହ ଲଢ଼େଇ ପାଇଁ ଜିତିବା ଜରୁରୀ

ଦୁବାଇ,୨।୯: ଏସିଆ କପ୍‌ ୨୦୨୨ ସିଜନ ଏବେ ସୁପର-୪ ଷ୍ଟେଜରେ ପହଞ୍ଚିଛି। ଭାରତ, ଆଫଗାନିସ୍ତାନ ଏବଂ ଶ୍ରୀଲଙ୍କା ଏଥିରେ ସ୍ଥାନ ପାଇସାରିଛନ୍ତି। ଶୁକ୍ରବାର ଖେଳାଯିବାକୁ ଥିବା ମ୍ୟାଚ୍‌ରେ ଚତୁର୍ଥ ଟିମ୍‌ କିଏ ହେବ ତାହା ସ୍ପଷ୍ଟ ହେବ। ପାକିସ୍ତାନ ଏବଂ ହଂକଂ ମଧ୍ୟରୁ ଯିଏ ବି ମ୍ୟାଚ୍‌ ଜିତିବ ସେ ସୁପର-୪ରେ ପହଞ୍ଚିବ। ଏଥିଯୋଗୁ ଆଜିର ମ୍ୟାଚ୍‌ ପାକିସ୍ତାନ ଲାଗି ବେଶ ଗୁରୁତ୍ୱପୂର୍ଣ୍ଣ। ଏହି ‘କର ଅବା ମର’ ମ୍ୟାଚ୍‌ରେ ଜିତିଲେ ଦଳ ଭାରତ ସହ ମୁକାବିଲା ଖେଳିବ। ଏହାପୂର୍ବରୁ ଭାରତ ଏବଂ ପାକିସ୍ତାନ ପ୍ରଥମ ମୁକାବିଲା ପରସ୍ପର ବିପକ୍ଷରେ ଖେଳିଥିଲେ। ମ୍ୟାଚ୍‌ରେ ଭାରତ ୫ ଉଇକେଟରେ ବିଜୟୀ ହୋଇଥିଲା। ଏବେ ଯଦି ପାକିସ୍ତାନ ସୁପର-୪ ଲାଗି ଯୋଗ୍ୟତା ହାସଲ କରେ ତେବେ ସେପ୍ଟେମ୍ବର ୪ରେ ଦଳ ଭାରତ ବିପକ୍ଷରେ ଖେଳିବ।

Share