Categories: ଖେଳ

ହଂକଂକୁ ୧୯୪ ରନ୍‌ର ଟାର୍ଗେଟ ଦେଲା ପାକିସ୍ତାନ

ଦୁବାଇ,୨।୯: ଏସିଆ କପ୍‌ ୨୦୨୨ରେ ଶୁକ୍ରବାର ଗ୍ରୁପ୍‌ ଏ ପର୍ଯ୍ୟାୟର ଅନ୍ତିମ ମୁକାବିଲା ପାକିସ୍ତାନ ଏବଂ ହଂକଂ ମଧ୍ୟରେ ଖେଳାଯାଉଛି। ଉଭୟ ଟିମ୍‌ ଭାରତ ବିପକ୍ଷରେ ପରାଜିତ ହେବା ପରେ ଏହି ମୁକାବିଲା ଖେଳୁଛି। ଏଥିରେ ବିତୋ ଟିମ୍‌ ସୁପର-୪ରେ ସ୍ଥାନ ପାଇବାକୁ ଥିବା ଶେଷ ଟିମ୍‌ ହେବ। ପୂର୍ବରୁ ଭାରତ, ଶ୍ରୀଲଙ୍କା ଏବଂ ଆଫଗାନିସ୍ତାନ ଟିମ୍‌ ସୁପର-୪ରେ ପହଞ୍ଚିସାରିଛି।

ଆଜିର ମ୍ୟାଚ୍‌ରେ ଲଗାତାର ଦ୍ୱିତୀୟ ଥର ଲାଗି ହଂକଂ ଟସ୍‌ ଜିତି ପ୍ରଥମେ ବୋଲିଂ କରିବା ନିଷ୍ପତ୍ତି ନେଇଥିଲା। ଉଭୟ ଟିମ୍‌ରେ କୌଣସି ପରିବର୍ତ୍ତନ କରାଯାଇଥିବା ବେଳେ ପାକିସ୍ତାନ ବ୍ୟାଟିଂ ନିମନ୍ତ୍ରଣ ପାଇଁ ଜବରଦସ୍ତ ବ୍ୟାଟିଂ କରିଛି। ନିର୍ଦ୍ଧାରିତ ୨୦ ଓଭର ଖେଳ ଶେଷ ସୁଦ୍ଧା ପାକିସ୍ତାନ ୨ ଉଇକେଟ ହରାଇ ୧୯୩ ରନ୍‌ କରିବାରେ ସଫଳ ହୋଇଛି। ଏଣୁ ହଂକଂକୁ ଜିତିବା ଲାଗି ୧୯୪ ରନ୍‌ର ବିଜୟଲକ୍ଷ୍ୟ ମିଳିଛି। ଦଳ ପକ୍ଷରୁ ମହମ୍ମଦ ରିଜଓ୍ବାନ ସର୍ବାଧିକ ୭୮ ରନ୍‌ କରିଥିବା ବେଳେ ବାବର ଆଜମ ୯, ଫଖାର ଜମାନ ୫୩ ଏବଂ ଖୁସ୍‌ଦିଲ ଶାହ ୩୫ ରନ୍‌ କରିଛନ୍ତି।

Share