Categories: ଖେଳ

ଅଷ୍ଟ୍ରେଲିଆ ମୁହଁରୁ ବିଜୟ ଛଡାଇ ଆଣିଲା ପାକିସ୍ତାନ

କରାଚି,୧୬।୩: ଅସମ୍ଭବକୁ ସମ୍ଭବ କରି ଦେଖାଇଛି ପାକିସ୍ତାନ କ୍ରିକେଟ ଦଳ। ୧୭୨ ଓଭର ବ୍ୟାଟିଂ କରି ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚକୁ ପରାଜୟରୁ ବଞ୍ଚାଇ ଦେଇଛି। ଜିତିବା ପାଇଁ ପାକିସ୍ତାନକୁ ଅଷ୍ଟ୍ରେଲିଆ ୫୦୬ ରନ୍‌ର ଟାର୍ଗେଟ ଦେଇଥିଲା। ଏହା ଏକ ଏପରି ଲକ୍ଷ୍ୟ ଥିଲା,ଯାହାକି କ୍ରିକେଟ ଇତିହାସର ୧୪୫ ବର୍ଷରେ କୌଣସି ଦଳ ହାସଲ କରିପାରି ନାହଁାନ୍ତି। ଅଷ୍ଟ୍ରେଲିଆ ଏହି ମ୍ୟାଚରେ ଜିତିବ ବୋଲି ଆଶା କରାଯାଉଥିଲା। ପାକିସ୍ତାନକୁ ଅଲଆଉଟ୍‌ କରିବା ପାଇଁ ଅଷ୍ଟ୍ରେଲିଆ ମଧ୍ୟ ୧୭୨ ଓଭର କରିଥିଲା। କିନ୍ତୁ ପାକିସ୍ତାନର ଅପରାଜିତ ବ୍ୟାଟିଂ ଅଷ୍ଟ୍ରେଲିଆର ମୁଖରୁ ପ୍ରାୟ ନିଶ୍ଚିତ ବିଜୟ ହାସଲ କରିଥିଲା। ଏହି ମ୍ୟାଚରେ ପାକିସ୍ତାନ ଜିତି ପାରି ନାହିଁ। କିନ୍ତୁ ଦଳ ଏହି ମ୍ୟାଚ୍‌ ଡ୍ର’ ରଖିବା କୌଣସି ବିଜୟଠାରୁ କମ ନୁହେଁ।
ଏହି ବିଶାଳ ଲକ୍ଷ୍ୟକୁ ପିଛା କରି ପାକିସ୍ତାନ ଅଧିନାୟକ ବାବର ଆଜମ ୧୯୬ ରନର ଏକ ଚମତ୍କାର ଇନିଂସ ଖେଳିଥିଲେ। ଓପନର୍‌ ଅବଦୁଲ୍ଲା ଶଫିକଙ୍କ ସହ ୨୦୮ ରନର ସହଭାଗୀତା ସହିତ ବାବର ସାଥୀ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ ଯେ ମ୍ୟାଚ ଡ୍ର ହୋଇପାରିବ। ଏହା ପରେ ପାକିସ୍ତାନର ଷ୍ଟାର ଉଇକେଟ କିପର ଉଇକେଟ କିପର ମହମ୍ମଦ ରିଜୱାନ ଏକ ଶତକ ହାସଲ କରି ଦଳକୁ ଏକ ସୁରକ୍ଷିତ ସ୍ଥାନକୁ ନେଇଥିଲେ।
ପଞ୍ଚମ ତଥା ଶେଷ ଦିନର ଖେଳ ଶେଷ ହେବା ବେଳକୁ ପାକିସ୍ତାନ ୭ ଉଇକେଟ୍‌ ହରାଇ ୪୪୩ ରନ୍‌ ସ୍କୋର କରିଥିଲେ। ଚତୁର୍ଥ ଇନିଂସରେ ପାକିସ୍ତାନର ଏହି ସ୍କୋର ଦ୍ୱିତୀୟ ସର୍ବାଧିକ ସ୍କୋର ଅଟେ। ଏହି ସଫଳତା ଇଂଲଣ୍ଡ ନାମରେ ଅଛି। ୧୯୩୯ ମସିହାରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଚତୁର୍ଥ ଇନିଂସରେ ଇଂରାଜୀ ଦଳ ୬୫୪/୫ ସ୍କୋର କରିଥିଲା। ପାକିସ୍ତାନ-ଅଷ୍ଟ୍ରେଲିଆ ଭଳି ଏହି ମ୍ୟାଚ ମଧ୍ୟ ଡ୍ର ରହିଥିଲା।
ଚତୁର୍ଥ ଇନିଂସରେ ଭାରତୀୟ ଦଳର ସର୍ବାଧିକ ସ୍କୋର ହେଉଛି ୪୪୫ ରନ। ୧୯୭୮ରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଦଳ ଏହି ସ୍କୋର କରିଥିଲା।

Share