Categories: ଜାତୀୟ

ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ: ଭାରତୀୟ ବୁଲେଟ୍‌ ପ୍ରୁଫ୍‌ ଜେସିବି ମେସିନ୍‌ ଊପରେ ଆଖିବୁଜା ଗୁଳିମାଡ଼…

ଶ୍ରୀନଗର,୨।୬: ଗତ ୪ ମାସ ମଧ୍ୟରେ ଜମ୍ମୁ-କଶ୍ମୀରରେ ପାକିସ୍ତାନ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଆରନିଆ ସେକ୍ଟରର ବିକ୍ରମ ପୋଷ୍ଟ୍‌ ଅଞ୍ଚଳରେ ଭାରତୀୟ ସେନା ପକ୍ଷରୁ ବୁଲେଟ୍‌ ପ୍ରୁଫ୍‌ ଜେସିବି ମେସିନ୍‌ ଦ୍ୱାରା କଣ୍ଟାବୁଦା ସଫା ହେଉଥିବାବେଳେ ପାକିସ୍ତାନ ଫରଓ୍ବାଡ୍‌ ପୋଷ୍ଟରୁ ସକାଳ ୮ଟା ୧୫ଟା ସମୟରେ ଆଖିବୁଜା ଗୁଳିମାଡ଼ ହୋଇଛି। ଏହାର ଜବାବରେ ବିଏସ୍‌ଏଫ୍‌ ପକ୍ଷରୁ କିଛି ରାଉଣ୍ଡ୍‌ ଗୁଳି ଚାଳନା ମଧ୍ୟ କରାଯାଇଥିଲା। ଏହା ପୂର୍ବରୁ ମେ’ ୨ରେ ସାମ୍ବା ଜିଲାର ରାମଗଡ଼ ସେକ୍ଟରରେ ପାକିସ୍ତାନ ପକ୍ଷରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଥିଲା। ସୂଚନାଯୋଗ୍ୟ, ଫେବୃୟାରୀ ୨୫ରେ ଭାରତ ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ପାଇଁ ବୁଝାମଣା କରାଯାଇଥିଲା।

Share