Categories: ଜାତୀୟ

ମାର୍ଚ୍ଚରୁ ଜୁନ ମଧ୍ୟରେ ଛଅ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକିସ୍ତାନ

ନୂଆଦିଲ୍ଲୀ,୩ ।୮: ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନ ଘୋଷଣା ପରେ ପାକିସ୍ତାନ ପଟୁ ସୀମାରେ ୬ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ମଙ୍ଗଳବାର ଗୃହରାଜ୍ୟ ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଲୋକ ସଭାରେ ଲିଖିତ ବୟାନ ଦେଇଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଜୁନ ୨୦୨୧ ପର୍ଯ୍ୟନ୍ତ ପାକିସ୍ତାନ ପଟୁ ୬୬୪ ଥର ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ହେଲେ ମାର୍ଚ୍ଚରୁ ଜୁନ ମଧ୍ୟରେ ୬ ଥର ଅସ୍ତ ବିରତି ଉଲ୍ଲଂଘନ କରାଯାଇଛି । ମନ୍ତ୍ରଣାଳୟର ସୂଚନା ମୁତାବକ ୨୦୨୦ରେ ୫୧୧୩ ଥର. ୨୦୧୯ରେ ୩୪୭୯ ଥର ଓ ୨୦୧୮ରେ ୨୧୪୦ ଥର ପାକିସ୍ତାନ ପଟରୁ ଅସ୍ତ୍ରବିରତି ଉଲ୍ଲଂଘନ କରାଯାଇଛି । ସୂଚନାଯୋଗ୍ୟ, ଚଳିତ ବର୍ଷ ଫେବୃୟାରୀ ୨୫ ରେ ଉଭୟ ଦେଶ ମଧ୍ୟରେ ଅସ୍ତ୍ରବିରତି ଉଲ୍ଲଂଘନକୁ ନେଇ ସହମତି ପ୍ରକାଶ ପାଇଥିଲା ।

Share