Pakistan Train Hijack: ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡରେ ୬ ଯବାନ ମୃତ! ଟ୍ରେନ ଡାଇଭର…

ଇସଲାମବାଦ,୧୧।୩: ପାକିସ୍ତାନରେ ଟ୍ରେନ ହାଇଜାକ୍‌ କରିଛନ୍ତି ଆତଙ୍କବାଦୀ। ପାକିସ୍ତାନର ବେଲୁଚିସ୍ତାନରେ ବାଲୁଚ ଲିବରେଶନ ଆର୍ମି (BLA) ଜାଫର ଏକ୍ସପ୍ରେସକୁ ହାଇଜ୍ୟାକ୍‌ କରିଛି। କେବଳ ଏତିକି ନୁହେଁ, ବାଲୁଚ ସେନା ଟ୍ରେନରେ ଥିବା ସମସ୍ତ ଯାତ୍ରୀଙ୍କୁ ବନ୍ଧକ ରଖିଛି। ବାଲୁଚ ଲିବରେଶନ ଆର୍ମି ସୋସିଆଲ ମିଡିଆରେ ଟ୍ରେନ ଅପହରଣ ସମ୍ପର୍କରେ ସୂଚନା ଦେଇଛି।

ଶହେ ଯାତ୍ରୀଙ୍କ ମଧ୍ୟରେ ଅନେକ ସେନା ଅଧିକାରୀ ଥିବା ସୂଚନା ମିଳିଛି। ଅପହରଣ ପାଇଁ ନିଜକୁ ଦାୟୀ କରିଛି ବେଲୁଚିସ୍ତାନ ଲିବରେଶନ ଆର୍ମି। ଟ୍ରେନଟି କ୍ବେଟାରୁ ପେଶାୱର ଯାଉଥିବା ବେଳେ ଅପହରଣ ହୋଇଛି। କ୍ୱେଟା-ପେଶାୱାର ଜାଫର ଏକ୍ସପ୍ରେସରେ କିଛି ସଶସ୍ତ୍ର ଲୋକଙ୍କ ଗୁଳିରେ ଟ୍ରେନ ଡ୍ରାଇଭର ଆହତ ହୋଇଛନ୍ତି। କାଚ ଜିଲାର ପେରୁ କାନାରି ଅଞ୍ଚଳରେ ଏହି ଗୁଳିକାଣ୍ଡ ଘଟିଛି। ପାକିସ୍ତାନ ନ୍ୟୁଜ ଚ୍ୟାନେଲ କହିଛି ଯେ ଆକ୍ରମଣକାରୀମାନେ ପ୍ରଥମେ ରେଳ ଟ୍ରାକକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ ଏବଂ ପରେ ଯାତ୍ରୀମାନଙ୍କୁ ନେଇ ଯାଉଥିବା ଏକ ଟ୍ରେନ ଉପରେ ଗୁଳି ଚଳାଇଥିଲେ। ଆକ୍ରମଣ ପରେ ଟ୍ରେନରେ ଉପସ୍ଥିତ ସୁରକ୍ଷା ଅଧିକାରୀ ଏବଂ ଆକ୍ରମଣକାରୀଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ ହୋଇଥିଲା।

ପାକିସ୍ତାନଠାରୁ ବେଲୁଚିସ୍ତାନର ସୱାଧୀନତା ଚାହୁଁଥିବା ବାଲୁଚ ଲିବରେସନ ଆର୍ମି (BLA) ଏକ ବିବୃତ୍ତିରେ କହିଛି ଯେ, ଆମେ ଏକ ଟ୍ରେନକୁ ହାଜ୍ୟାକ୍‌ କରିଛୁ। ଏବଂ ଯାତ୍ରୀମାନଙ୍କୁ ବନ୍ଧକ ରଖିଛୁ। ରେଳବାଇ ଅଧିକାରୀମାନେ ନ୍ୟୁଜ ଏଜେନ୍ସି ରଏଟର୍ସକୁ କହିଛନ୍ତି ଯେ ଜାଫର ଏକ୍ସପ୍ରେସ, ନଅଟି କୋଚରେ ପ୍ରାୟ ୪୦୦ ଯାତ୍ରୀଙ୍କୁ ନେଇ ପାକିସ୍ତାନର ଦକ୍ଷିଣ-ପଶ୍ଚିମ ବେଲୁଚିସ୍ତାନ ପ୍ରଦେଶର କ୍ୱେଟାରୁ ଖାଇବର ପଖତୁନଖୱାର ପେଶାୱାରକୁ ଯାତ୍ରା କରୁଥିବା ବେଳେ ଏହା ଉପରେ ଗୁଳିଚାଳନା କରାଯାଇଥିଲା। ଏପରି ପରିସ୍ଥିତିରେ, ଏବେ ପ୍ରଶ୍ନ ଉଠୁଛି ଯେ ଏହି ବାଲୁଚ ଲୋକମାନେ କିଏ ଯେଉଁମାନେ ପାକିସ୍ତାନ ସରକାର ଏବଂ ଏହାର ସେନା ପାଇଁ ସମସ୍ୟା ପାଲଟିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri