ପ୍ରତିଶୋଧ ନେଲା ପାକିସ୍ତାନ: ଇରାନରେ ପଶି କଲା ଏୟାର ଷ୍ଟ୍ରାଇକ

ଇସଲାମାବାଦ୍‌,୧୮।୧: ପାକିସ୍ତାନ ଗୁରୁବାର ଇରାନ ବିରୋଧରେ ପ୍ରତିଶୋଧ ନେଇଛି। ପାକିସ୍ତାନୀ ବାୟୁସେନା ଇରାନ ସୀମାରେ ପ୍ରବେଶ କରି ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ ଉପରେ ଏୟାର ଷ୍ଟାଇକ୍‌ କରିଛି। ଏହି ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ ବାଲୁଚି ବିଦ୍ରୋହୀଙ୍କର ଥିଲା। ବାଲୁଚିସ୍ତାନରେ ଇରାନ ଦ୍ୱାରା ହୋଇଥିବା ଏୟାର ଷ୍ଟ୍ରାଇକ ପରେ ପାକିସ୍ତାନର ଏହି ପଦକ୍ଷେପ ନେଇଛି। ଏହାପୂର୍ବରୁ ଇରାନ ବାୟୁସେନା ପାକିସ୍ତାନ ସୀମାରେ ଆତଙ୍କବାଦୀ ସଂଗଠନ ଜୈଶ ଅଲ-ଅଦାଲଙ୍କ ଦୁଇଟି ବେସ ଉପରେ ଆକ୍ରମଣ କରିଥିଲା। ପାକିସ୍ତାନ ଏ ବାବଦରେ ଅସନ୍ତୋଷ ବ୍ୟକ୍ତ କରିଥିଲା ଏବଂ ପ୍ରତିଶୋଧ ନେବାକୁ ମଧ୍ୟ ଚେତାବନୀ ଦେଇଥିଲା। ପାକିସ୍ତାନ ବାୟୁସେନା ଇରାନ ଭିତରେ ଥିବା ବାଲୁଚ ବିଚ୍ଛିନ୍ନତାବାଦୀ ଶିବିର ଉପରେ ଏୟାର ଷ୍ଟ୍ରାଇକ କରିଛି।
ପାକିସ୍ତାନୀ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି କହିଛି ଯେ, ଆଜି ସକାଳେ ଇରାନର ସିସ୍ତାନ-ଓ-ବ୍ଲୁଚିସ୍ତାନ ପ୍ରଦେଶରେ ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନ ଉପରେ ପାକିସ୍ତାନ ସାମରିକ ଆକ୍ରମଣ କରିଥିଲା। ଏହି କାର୍ଯ୍ୟରେ ଅନେକ ଆତଙ୍କବାଦୀ ନିହତ ହୋଇଛନ୍ତି। ଗୁପ୍ତଚର ସୂଚନା ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ଏହି ଅପରେସନ ର ନାମ ଥିଲା ‘ମାର୍କ ବାର୍‌ ସର୍ମାଚର୍‌’।

Share