Posted inଖେଳ

ବାଂଲାଦେଶ ପରେ ଧମକ ଦେଲା ପାକିସ୍ତାନ, ଟି20 ବିଶ୍ୱକପ୍‌ କରିବ ବୟକଟ୍‌: ରିପୋର୍ଟ

ନୂଆଦିଲ୍ଲୀ,୨୨ା୧: ୨୦୨୬ ଟି20 ବିଶ୍ୱକପ୍‌ ପୂର୍ବରୁ ବିବାଦ ବଢ଼ିବାରେ ଲାଗିଛି। ଭାରତରେ ନ ଖେଳିବା ଜିଦ୍ ରେ ବାଂଲାଦେଶ ବିଶ୍ୱକପରୁ ଓହରିଯିବା ପରେ ପାକିସ୍ତାନ ମଧ୍ୟ ବୟକଟ୍‌ କରିବାକୁ ଧମକ ଦେଇଛି।

ବାଂଲାଦେଶ କ୍ରିକେଟ ବୋର୍ଡ୍‌ (BCB) ପକ୍ଷରୁ ଭାରତ ବାହାରେ ଗ୍ରୁପ୍‌ ମ୍ୟାଚ୍‌ ସ୍ଥାନାନ୍ତରଣ ଅନୁରୋଧକୁ ICC ପ୍ରତ୍ୟାଖ୍ୟାନ କରିବା ପରେ, ପାକିସ୍ତାନ ଏହି ଟୁର୍ଣ୍ଣାମେଣ୍ଟ ବୟକଟ୍‌ କରିପାରେ ବୋଲି ରିପୋର୍ଟ ଆସିଛି। ରିପୋର୍ଟ ଅନୁସାରେ ସୁରକ୍ଷା ଚିନ୍ତା ଦର୍ଶାଇ ଏହି ଦୁଇ ଦେଶ ଭାରତକୁ ଯିବାକୁ ଆସିବାକୁ ଅସ୍ବୀକାର କରୁଛନ୍ତି।

ଏହି ଘଟଣାରେ ବାଂଲାଦେଶ କହିଛି ଯେ, ଭାରତର ଆଗ୍ରହରେ ପାକିସ୍ତାନର ମ୍ୟାଚ୍‌ ଶ୍ରୀଲଙ୍କାକୁ ସ୍ଥାନାନ୍ତର ହୋଇଥିଲା, ସେହି ମୂଳ ଆଧାରରେ ଆମର ଅନୁରୋଧ ଖାରଜ ହେବା ନିରାଶାଜନକ।

ବୁଧବାର ICC ବୋର୍ଡ୍‌ BCB ର ଅନୁରୋଧକୁ ଭୋଟିଂ ମାଧ୍ୟମରେ ଖାରଜ କରିଛି। PTI ରିପୋର୍ଟ ଅନୁସାରେ, ୧୬ ଜଣ ସଦସ୍ୟଙ୍କ ମଧ୍ୟରୁ ୧୪ ଜଣ ଏହା ବିରୋଧରେ ଭୋଟ୍‌ ଦେଇଥିଲେ। କେବଳ ବାଂଲାଦେଶ ଓ ପାକିସ୍ତାନ ପକ୍ଷରେ ଥିଲେ। ICC କହିଛି, ବର୍ତ୍ତମାନ ପରିସ୍ଥିତିରେ ମ୍ୟାଚ୍‌ ସ୍ଥାନାନ୍ତର କଲେ ICC ଇଭେଣ୍ଟର ପବିତ୍ରତା ଓ ସଂଗଠନର ନିରପକ୍ଷତା ପ୍ରଭାବିତ ହେବ।

ଭାରତ ଓ ଶ୍ରୀଲଙ୍କା ସଂଯୁକ୍ତ ଆୟୋଜନରେ ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ପାଇଁ ICC ବାଙ୍ଗ୍ଲାଦେଶକୁ ଆଉ ଗୋଟିଏ ଦିନ ସମୟ ଦେଇଛି। ଏହି ମଧ୍ୟବେଳେ ବାଙ୍ଗ୍ଲାଦେଶ ସରକାରଙ୍କ କ୍ରୀଡ଼ା ପରାମର୍ଶଦାତା ଆସିଫ୍‌ ନଜରୁଲ୍‌ ଗୁରୁବାର ଦଳର ଖେଳାଳିମାନଙ୍କ ସହ ଆଲୋଚନା କରିବେ। ଅଧିକାଂଶ ଖେଳାଳି ଭାରତକୁ ଯାଇ ଖେଳିବା ପକ୍ଷରେ ଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ କ୍ରିକେଟ ଦଳକୁ ନେଇ ହଟଚମଟ; Asian Gamesକୁ ନେଇ ଉଠିଲା ନୂଆ ବିବାଦ

ନୂଆଦିଲ୍ଲୀ,୧୯।୯: ୨୦୨୬ ଏସୀୟ କ୍ରୀଡ଼ା ପାଇଁ ଭାରତୀୟ ପୁରୁଷ କ୍ରିକେଟ ଦଳ ରବିବାର ଜାପାନ ଗସ୍ତ କରିବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ଯାତ୍ରା ପୂର୍ବରୁ ଏକ…

ମଧ୍ୟପ୍ରଦେଶରେ ୭ ଓଡ଼ିଆଙ୍କ ମୃତ୍ୟୁ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯ା୯: ମଧ୍ୟପ୍ରଦେଶରେ ୭ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇ…

ବିରାଟ କୋହଲିଙ୍କ କ୍ରେଜ ଦେଖିଛନ୍ତି? ମାତ୍ର ୨୪ ଘଣ୍ଟା ମଧ୍ୟରେ ବିକ୍ରି ହୋଇଯାଇଥିଲା ପ୍ରଥମ ଦିନିକିଆ ମ୍ୟାଚ ପାଇଁ ୫୦,୦୦୦ ଟିକେଟ

ନୂଆଦିଲ୍ଲୀ,୧୯।୯: ୱେଷ୍ଟଇଣ୍ଡିଜ କ୍ରିକେଟ ଦଳ ତିନୋଟି ODI (ଏକଦିବସୀୟ) ଏବଂ ପାଞ୍ଚୋଟି T20I ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଭାରତ ଗସ୍ତ କରୁଛି। ଏହି ଗସ୍ତ ସେପ୍ଟେମ୍ବର…

ଦିଲ୍ଲୀ ଗଣବଳାତ୍କାରକୁ ନେଇ ବର୍ଷିଲେ ରାହୁଲ-ପ୍ରିୟଙ୍କା, ପୋଲିସକୁ ଟାର୍ଗେଟ୍‌ କରି କହିଲେ ପ୍ରତିଦିନ…

ନୂଆଦିଲ୍ଲୀ,୧୯ା୯: ଦିଲ୍ଲୀର ସ୍ବରୂପ ନଗରରେ ଜଣେ ନାବାଳିକାଙ୍କୁ ପ୍ରଥମେ ବଳାତ୍କାର ଏବଂ ପରେ ନିର୍ମମ ଭାବରେ ହତ୍ୟା କରାଯାଇଛି। ଏହି ମାମଲାରେ ପୋଲିସ ୧୯ ବର୍ଷୀୟ ଯୁବକ…

ନୂଆ ଆଇନରେ ସ୍ବାକ୍ଷର କଲେ ଟ୍ରମ୍ପ: ଭାରତ ଉପରେ କ’ଣ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ,୧୯।୯: ରୁଷିଆ ଓ ଇରାନ ବିରୋଧରେ ଆମେରିକାର ନୂଆ ପଦକ୍ଷେପକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚା ଜୋର ଧରିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲିଣ୍ଡସେ ଓ.…

ଭାରତ ପାଇଁ ଡେବ୍ୟୁ କଲେ ବୀରେନ୍ଦ୍ର ସେହ୍ବାଗଙ୍କ ପୁଅ: ପ୍ରଥମ ମ୍ୟାଚ୍‌ରେ କଲେ ଏମିତି କାରନାମା

ରାଜକୋଟ,୧୯।୯: ବାପାଙ୍କ ଭଳି କ୍ରିକେଟ ମଇଦାନରେ ପାଦ ଥାପିବାର ଆର୍ଯ୍ୟବୀର ସେହ୍ବାଗଙ୍କ ଅପେକ୍ଷା ଶେଷ ହୋଇଛି। ଅଷ୍ଟ୍ରେଲିଆ ଅଣ୍ଡର-୧୯ ବିପକ୍ଷରେ ରାଜକୋଟରେ ଖେଳାଯାଇଥିବା ମ୍ୟାଚ୍‌ରେ ସେ ପ୍ରଥମଥର…

ଇଣ୍ଡୋନେସିଆକୁ ମିଳିଲା ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର

ଜାକର୍ତ୍ତା, ୧୯।୯: ଇଣ୍ଡୋନେସିଆକୁ ଶୁକ୍ରବାର ଏହାର ପ୍ରଥମ ଏୟାରକ୍ରାଫ୍ଟ କ୍ୟାରିୟର ମିଳିଛି । ରାଷ୍ଟ୍ରପତି ପ୍ରଭୋବୋ ସୁବିଆଣ୍ଟୋଙ୍କ ସରକାର ଦେଶର ପୁରୁଣା ସେନାକୁ ଆଧୁନିକୀକରଣ କରିବା ଏବଂ…

ଅଷ୍ଟ୍ରେଲିଆ ବୋଲରଙ୍କୁ ଧୂଳି ଚଟାଇଲେ ରାହୁଲ ଦ୍ରାବିଡ଼ଙ୍କ ପୁଅ, ବର୍ଷା କଲେ ଚୌକା-ଛକା,ସମସ୍ତେ ଆଶ୍ଚର୍ଯ୍ୟ

ରାଜକୋଟ,୧୯।୯: କ୍ରିକେଟରେ ‘ଦ୍ରାବିଡ଼’ ନାଁ ଶୁଣିଲେ ରାହୁଲ ଦ୍ରାବିଡ଼ଙ୍କ ଧୈର୍ଯ୍ୟଶୀଳ ଓ ଶାନ୍ତ ବ୍ୟାଟିଂ ମନେ ପଡ଼େ। କିନ୍ତୁ ତାଙ୍କ ପୁଅ ଅନୱୟ ଦ୍ରାବିଡ଼ ବ୍ୟାଟରେ ଦେଖାଇଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?