Categories: ଖେଳ

ଦିନିକିଆ ବିଶ୍ୱକପ୍‌ରୁ ଓହରିଯିବା ଲାଗି ପାକିସ୍ତାନର ଧମକ

କରାଚୀ,୧୯ା୧୦(ପି.ଟି.): ଭାରତ ନିରପେକ୍ଷ ଭେନ୍ୟୁରେ ଏସିଆ କପ୍‌ ଖେଳିବାକୁ ପସନ୍ଦ କରିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସମ୍ପାଦକ ଜୟ ଶାହା ଏକଥା ପ୍ରକାଶ କରିବା ପରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଏନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତ ଏସିଆ କପ୍‌ ଖେଳିବା ଲାଗି ଯଦି ପାକିସ୍ତାନ ନ ଆସେ ତେବେ ଆସନ୍ତାବର୍ଷ ଭାରତରେ ହେବାକୁଥିବା ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ବିଶ୍ୱକପ୍‌ରୁ ପାକିସ୍ତାନ ଓହରିଯିବାକୁ ନିଷ୍ପତ୍ତି ନେଇ ପାରେ ବୋଲି ପିସିବି ଚେୟାରମ୍ୟାନ ରମିଜ ରାଜାଙ୍କ ନକିଟତମ ମହଲରୁ ପ୍ରକାଶ। ମଙ୍ଗଳବାର ମୁମ୍ବାଇରେ ବିସିସିଆଇର ବାର୍ଷିକ ସାଧାରଣ ବୈଠକ ପରେ ଶାହା ଖବରଦାତାମାନଙ୍କୁ କହିଥିଲେ ଯେ, ଭାରତ ଏସିଆ କପ୍‌ ଏକ ନିରପେକ୍ଷ ଭେନ୍ୟୁରେ ଖେଳିବ। ସୂଚନାଯୋଗ୍ୟ, ଏସିଆନ କ୍ରିକେଟ କାଉନ୍‌ସିଲ (ଏସିସି) ନିଷ୍ପତ୍ତି ଅନୁସାରେ ପାକିସ୍ତାନ ଏସିଆକପ୍‌ର ପରବର୍ତ୍ତୀ ସଂସ୍କରଣ ଆୟୋଜନ କରିବ। ଘଟଣାକ୍ରମେ ଶାହା ଏସିସିର ସଭାପତି ଅଛନ୍ତି। ରମିଜ ରାଜାଙ୍କ ନିକଟତମ ମହଲରୁ ପ୍ରକାଶ ଯେ ପିସିବି ଏକ କଠୋର ନିଷ୍ପତ୍ତି ନେବାକୁ ପ୍ରସ୍ତୁତ ହେଉଛି। ଆଇସିସି କିମ୍ବା ଏସିସି ଇଭେଣ୍ଟରେ ଭାଗ ନେଲେ ଆର୍ଥିକ ଫାଇଦା ରହିଛି। ପାକିସ୍ତାନ ଯଦି ଭାରତରେ ହେବାକୁଥିବା ବିଶ୍ୱକପ୍‌ରେ ଅଂଶଗ୍ରହଣ ନ କରେ ତେବେ ଏଥରୁ ବଞ୍ଚତ୍ତ ହେବ। ଭାରତ ଓ ପାକିସ୍ତାନ ଗ୍ଲେ୍‌ାବାଲ ଓ କଣ୍ଟିନେଣ୍ଟାଲ ଇଭେଣ୍ଟରେ ପରସ୍ପରକୁ ଭେଟୁଛନ୍ତି। ହେଲେ ୨୦୦୮ ଏସିଆ କପ୍‌ ପରେ ସେମାନେ ପଡୋଶୀ ଦେଶକୁ ଗସ୍ତ କରୁ ନାହାନ୍ତି।

Share