Categories: ଖେଳ

କାନ୍ଦୁଛନ୍ତି ପାକିସ୍ତାନ ଖେଳାଳି…

ଚେନ୍ନାଇ,୨୪।୧୦: ବିଶ୍ୱକପ କ୍ରିକେଟ ୨୦୨୩ର ୨୨ତମ ମ୍ୟାଚରେ ପାକିସ୍ତାନ ଟିମ ଆଫଗାନିସ୍ତାନଠାରୁ ପରାଜୟ ସ୍ବୀକାର କରିଛି। ଏହୀ ପରାଜୟକୁ ପାକିସ୍ତାନ ଖେଳାଳି ମାନେ ହଜମ କରି ପାରି ନାହାନ୍ତି। ଏହା ସେମାନଙ୍କୁ ଏକ ଦୁଃସ୍ବପ୍ନ ପରି ଲାଗୁଛି। ପାକିସ୍ତାନ ଦଳ ମୋଟ ୫ଟି ମ୍ୟାଚ ଖେଳି ୩ଟିରେ ପରାଜିତ ହୋଇଥିବାବେଳେ ୨ଟିରେ ଜିତି ୪ ସହିତ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ରହିଛି।

ପାକିସ୍ତାନ ତଳକୁ ଷଷ୍ଠ ସ୍ଥାନରେ ଆପଗାନିସ୍ତାନ ରହିଛି। ଆଫଗାନିସ୍ତାନର ପଏଣ୍ଟ ମଧ୍ୟ ୪ ରହିଛି। ତେବେ ରନ ରେଟରେ ଏହା ପାକିସ୍ତାନର ପଛରେ ରହିଛି। ପାକିସ୍ତାନର ରନ ରେଟ ମାଇନସ ୪.୦୦ ଥିବାବେଳେ ଆଫଗାନିସ୍ତାନର ରନ ରେଟ ମାଇନସ ୦.୯୬୯ ରହିଛି। ଆଫଗାନିସ୍ତାନଠାରୁ ପରାଜିତ ହେବା ପରେ ପାକିସ୍ତାନର ଆଶା ଧିରେ ଧିରେ ନିରାଶାରେ ପରିଣତ ହେବାକୁ ଯାଉଛି। ଫଳରେ ଟିମ ପାକିସ୍ତାନ ଆଗରେ କାନ୍ଦିବା ଛଡା ଆଉ କିଛି ନାହିଁ।

 

Share