ପାକିସ୍ତାନ ତାଲିବାନ ହିଟଲିଷ୍ଟରେ ମରିୟମ ନଓ୍ବାଜ, ଗୃହମନ୍ତ୍ରୀଙ୍କ ନାମ ସାମିଲ…

ଇସଲାମାବାଦ,୨୦।୫ : ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ଏବଂ ଏହାର ସହଯୋଗୀ ଦଳ ଜମାତ-ଉଲ-ଅହର (ଜେୟୁଏ) ପାକିସ୍ତାନ ସେନାର ବରିଷ୍ଠ ନେତା, ଗୁପ୍ତଚର ଏଜେନ୍ସି ଏବଂ ରାଜନେତାଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି। ଆତଙ୍କବାଦୀଙ୍କ ଟାର୍ଗେଟରେ ପାକିସ୍ତାନର ଗୃହମନ୍ତ୍ରୀ ରାଣା ସନାଉଲ୍ଲା ଏବଂ ପାକିସ୍ତାନ ମୁସଲିମ ଲିଗ-ନୱାଜ (ପିଏମଏଲ-ଏନ) ମୁଖ୍ୟ ସଂଗଠକ ମରିୟମ ନୱାଜଙ୍କ ଭଳି ଶୀର୍ଷ ରାଜନେତାମାନଙ୍କ ନାମ ରହିଛି। ମରିୟମ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଝିଅ।

ଆତଙ୍କବାଦୀ ସଂଗଠନ ତାଲିବାନ ଏ ସମ୍ପର୍କରେ ଏକ ’ହିଟଲିଷ୍ଟ’ ଜାରି କରିଛି। ଆଇନ ଶୃଙ୍ଖଳା ଏଜେନ୍ସିର ଏବଂ ଚେକ ପୋଷ୍ଟ ଉପରେ ଆକ୍ରମଣ କରିବାକୁ ମଧ୍ୟ ଟିଟିପି ଯୋଜନା କରିଛି।

ପାକିସ୍ତାନୀ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଆତଙ୍କବାଦୀ ଗୋଷ୍ଠୀ ଜେୟୁଏ ନେତା ରଫିଉଲ୍ଲାଙ୍କ ତତ୍ତ୍ୱାବଧାନରେ କିଛି ସଦସ୍ୟ ପଞ୍ଜାବ ପ୍ରଦେଶରେ ପ୍ରବେଶ କରିଛନ୍ତି। ପାକିସ୍ତାନ ତେହେରିକ-ଇ-ଇନସାଫ (ପିଟିଆଇ) ଅଧ୍ୟକ୍ଷ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଗିରଫ ହେବା ପରେ ଟିଟିପିର ବରିଷ୍ଠ କମାଣ୍ଡର ସରବକଫ ମହମ୍ମଦ ୯ ମଇରେ ଦେଶବ୍ୟାପୀ ଦଙ୍ଗାରେ ଭାଗ ନେଇଥିବା ଲୋକଙ୍କୁ ପ୍ରଶଂସା କରିଥିଲେ। ସେ ଦଳର ସିଧାସଳଖ ନାମକରଣ ନକରି ହୋଲିଗାନିଜମ ଏବଂ ସାବ୍ୟସ୍ତତା ସହ ଜଡିତ ପିଟିଆଇ କର୍ମୀଙ୍କୁ ସମର୍ଥନ ଘୋଷଣା କରିଥିଲେ।

ଏହି ସମୟରେ ଜମାତ-ଇ-ଇସଲାମି (ଜେଆଇ)ର ଏମିର ସିରାଜୁଲ ହକ ତାଙ୍କ କନଭେନରେ ଆତ୍ମଘାତୀ ଆକ୍ରମଣରୁ ଅଳ୍ପକେ ରକ୍ଷା ପାଇଥିଲେ। ଏହି ସପ୍ତାହ ପୂର୍ବରୁ ସେ ବାଲୁଚିସ୍ତାନର ଜୋବରେ ଏକ ରାଲି କରିବାକୁ ଯାଉଥିଲେ ଏହି ବିସ୍ଫୋରଣ ଘଟିଥିଲା।

Share